Categories: ଜାତୀୟ

ଇମରଜେନ୍ସି ଲାଇଟ୍‌ ଭିତରେ ସୁନାଇଟା ଚୋରା ଚାଲାଣ

ଜୟପୁର, ୪।୭: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସୁନାଇଟା କାରବାର ଧରା ପଡ଼ିଛି। ୩୧.୯୯ କିଲୋଗ୍ରାମ୍‌ର ସୁନାଇଟା ଚୋରା ଚାଲାଣ ହେଉଥିବାବେଳେ କଷ୍ଟମ ଅଫିସର ଏହାକୁ ଜବତ କରିଛନ୍ତି। କାରବାରରେ ଲିପ୍ତଥିବା ୧୪ଜଣଙ୍କୁ ଗତରଫ କରାଯାଇଛି। ସୁନାଇଟାଗୁଡ଼ିକ ୨ଟି ଚାର୍ଟର ବିମାନରେ ଭାରତକୁ ଆସିଥିଲା। ପ୍ରଥମେ ଏଜି-୯୦୫୫ ବିମାନରେ ୩ ଜଣ ୟୁଏଇର ରସ୍‌-ଅଲ୍‌-ଖେମାହରୁ ଆସିଥିଲେ। ସେମାନଙ୍କଠାରୁ ୯.୩୦ କିଲୋଗ୍ରାମ୍‌ ସୁନାଇଟା ଜବତ ହୋଇଛି। ଏହାର ଆନୁମାନିକ ଦାମ ୪ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ସେହିପରି ବିଳମ୍ବିତ ରାତ୍ରରେ ଆସିଥିବା ଏସ୍‌ଜି-୯୬୪୭ ବିମାନରେ ରିୟାଦ୍‌ରୁ ଜୟପୁର ଆସିଥିବା ୧୧ ଜଣ ଯାତ୍ରୀଙ୍କଠାରୁ ୨୨.୬୫୨ କିଲୋଗ୍ରାମ୍‌ର ସୁନାଇଟା ଜବତ ହୋଇଛି। ଏହା ଦାମ ୧୧ କୋଟି ୩୦ ଲକ୍ଷ ହେବ ବୋଲି କୁହାଯାଉଛି। ସମସ୍ତ ଯାତ୍ରୀ ଇମରଜେନ୍ସି ଲାଇଟ୍‌ ଭିତରେ ସୁନାଇଟା ଲୁଚାଇ ରଖିଥିଲେ। ଯାତ୍ରୀମାନଙ୍କ ଉପରେ ସନ୍ଦେହ ହେବାରୁ କଷ୍ଟମ ଅଧିକାରୀ ଯାଞ୍ଚ୍‌ କରିଥିଲେ।

Share