ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେବି ଗୋଲାଘର ଉପରେ ଚାଷୀ ଭରସା ରଖିଛନ୍ତି। ସାଧାରଣରେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବଭଳି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଚାଷୀ ବା ନାମମାତ୍ର ଚାଷୀଙ୍କ ପାଇଁ ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଏକ ଆବଶ୍ୟକତା ହୋଇଛି। ହାତପାହାନ୍ତା ଓ ଶସ୍ତା ସାମଗ୍ରୀରେ ନିର୍ମିତ ଏହି ଘର ପରିବେଶ ଉପଯୋଗୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ଓକିଲପାଳ ଗ୍ରାମର ସୁନାମଣି ବେହେରା କହିଛନ୍ତି, ଧାନ, ବିରି, ମୁଗ ଅମଳ ପରେ ଏହାର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବାଉଁଶ, ମାଟି, ପାଳ ଦଉଡି ଆଦି ହାତପାଖରେ ଥିବା ସାମଗ୍ରୀରେ ଗୋଲ ଆକାରର ଘର ନିର୍ମାଣ ପରେ ଛଣ, ବରଡାରେ ଛାଉଣି ଦିଆଯାଏ। ପରେ ଗୋବର ପାଣିରେ ଲିପା ଯାଇ ଘର ସମ୍ପୂର୍ଣ୍ଣ ହୁଏ। ଗରିବ ଘରର ଲୋକ ଏହି ଗୋଲା ଘରେ ଶସ୍ୟ ସଂରକ୍ଷଣ କରି ବର୍ଷକ ଯାକ ଖର୍ଚ୍ଚ କରାଥାନ୍ତି। ଏହି ଘର ଆଗ ପରି ନିର୍ମାଣ ହେଉନାହିଁ। ବଳକା ଧାନ, ବିର, ମୁଗ, ବାଦାମ ଆଦିକୁ ବିକ୍ରି କରି ଦିଆଯାଉଛି। ଉପାନ୍ତ ଅଞ୍ଚଳର ଏହି ଗୋଲାଘର ନିର୍ମାଣ ସଂସ୍କୃତି ମରିବାକୁ ବସିଥିବା ସେ ସୂଚନା ଦେଇଛନ୍ତି। ଗୁପ୍ତିର ଭାଗୀରଥି ମଣ୍ଡଳ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଏହି ଗୋଲାଘର ନିର୍ମାଣ ବଞ୍ଚତ୍ ରହିବାର କାରଣ ଏହା ଶସ୍ତା, ସୁନ୍ଦର ଓ ମଜଭୁତ। ମାତ୍ର ୨ରୁ ୧୦ ହଜାର ଟଙ୍କା ମଧ୍ୟରେ ଛୋଟରୁ ବଡ ଗୋଲାଘର ନିର୍ମାଣ ହେଉଛି। ଶସ୍ୟ ବ୍ୟବହାର ପରେ ଏହି ଘରେ ଆବଶ୍ୟକ ସାମଗ୍ରୀ ରଖାଯାଉଛି। ଏହା ଗ୍ରାମାଞ୍ଚଳ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଘର ସଂସାର ପାଇଁ ଉପଯୋଗୀ ହେଉଛି। ୩ ଦଶନ୍ଧି ପୂର୍ବେ ଏହା ଗ୍ରାମର ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ ହୋଇଥିବା ବେଳେ ଏବେ ଏହାର ନିର୍ମାଣ ପ୍ରାୟ ୪୦ ପ୍ରତିଶତକୁ କମି ଆସିଛି। ଏପରି ଘର ନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପ୍ରୋତ୍ସାହନ ରାଶି ସହଯୋଗ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗ୍ରାମର ବଳରାମ ଦାସ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଟଙ୍କାକିଆ ଚାଉଳ ଯୋଗାଣ ହେଉଛି। ଏଥିପାଇଁ ଚାଷୀ ଅମଳ ପରେ ଶସ୍ୟ ସାଇତି ରଖିବା ଆବଶ୍ୟକ ନାହିଁ। ଅମଳ ପରେ ସିଧା ସରକାରୀ ମଣ୍ଡିରେ ଚାଷୀ ଉପତ୍ାଦିତ ଶସ୍ୟ ବିକ୍ରି କରୁଛନ୍ତି। ଏଥିସହ ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରି ପାଇଁ ପାରମ୍ପାରିକ ଧାନ, ମୁଗ, ବିରି, ବାଦାମ ଆଦି ଚାଷ ହେଉନାହିଁ। ଘେରିକୁ ଯାଉଥିବା ଲୁଣି ପାଣି ଓ ବାହାରୁଥିବା ରାସାୟନିକ ପାଣି ଚାଷ ଜମିକୁ ନଷ୍ଟ କରୁଛି। ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକତା ଥିଲେ ଏହି ଗୋଲା ଘର ନିର୍ମାଣ ହେଉଥାନ୍ତା। ରାଜନଗରର ସୁଶାନ୍ତ ପରିଡା କହିଛନ୍ତି, ଗୋଲା ଘର ଶସ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ। ମାଟି ଗୋବରରେ ନିର୍ମିତ ଏହି ଘରେ ରହିଥିବା ଶସ୍ୟର ଜୈବିକ ବିଘଟନ ଆଶଙ୍କା କମ୍‌ ରହେ। ଫଳରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ସମ୍ପ୍ରତି ରକ୍ଷଣାବେକ୍ଷଣ ପାଇଁ ମାଟି ଗୋବର ଲିପିବା, ନଡ଼ାରେ ପାଳ ଦଉଡି ବଳିବା ଆଦି ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ଗୋଲାଘରେ ଶସ୍ୟ ସଂରକ୍ଷଣରେ ବିଶେଷ ଅସୁବିଧା ଅଛି। ଶସ୍ୟରେ ପୋକ ଲାଗିବା ସହିତ ମୂଷା ସାପଙ୍କ ବାସସ୍ଥଳୀ ହୋଇଥିବା କେତେକ ସ୍ଥାନରେ ଦେଖା ଯାଇଥାଏ। ବ୍ୟକ୍ତିଗତ ଶସ୍ୟ ସଂରକ୍ଷଣାଗାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri