ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ୫ ଜଣ ଶିକାରୀ ଜଙ୍ଗଲ ଭିତରକୁ ଶିକାର ନିମନ୍ତେ ଯାଇଥିବା ବେଳେ ଏଆଇ କ୍ୟାମେରାରେ ଧରା ପଡ଼ିଥିଲେ। ଯାହାର ସୂଚନା ମିଳିବା ପରେ ପୋଡାଡିହା ବନ ବିଭାଗ ଏବଂ କପ୍ତିପଦା ପୋଲିସ ଶରତ କଟୁରିଆ ଅଞ୍ଚଳରେ ଚଢ଼ାଉ କରି ଘରୁ ୫ ଜଣ ଶିକାରୀଙ୍କୁ ଉଠାଇ ନେଇଛି । ଗିରଫ ଶିକାରୀଙ୍କ ନିକଟରୁ ୩ ଗୋଟି ଦେଶୀ ବନ୍ଧୁକ, ଗୋଳାବାରୂଦ ସମେତ ଧନୁତୀର ଜବତ କରିଛି। ଗିରଫ ଶିକାରୀ ହେଲେ କଟୁରିଆ ଗ୍ରାମର ମହେନ୍ଦ୍ର ମୁର୍ମୁ, ଦାମା ସୋରେନ, ଲକ୍ଷ୍ମଣ ମୁର୍ମୁ, ରାମଜୀତ ମୁର୍ମୁ ଏବଂ ମେଘନାଦ ମୁର୍ମ।

