Categories: ଫୁରସତ

ଲୋଲିତା ପୋଷାକରେ ଯାଆନ୍ତି ଅଫିସ୍‌

ଚାଇନାର ଡି ଜିଆଙ୍ଗ ଜଣେ ବିବାହିତ ପୁରୁଷ। ବୟସ ତାଙ୍କୁ ୩୬ ବର୍ଷ। ତେବେ ସେ ଅନ୍ୟଙ୍କଠାରୁ ଟିକେ ଭିନ୍ନ। ପ୍ରତିଦିନ ସକାଳୁ ସେ ବି ଅନ୍ୟ ପୁରୁଷଙ୍କ ପରି ଅଫିସ୍‌ ଯିବାକୁ ପ୍ରସ୍ତୁତ ହୁଅନ୍ତି। ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧି ନୁହେଁ, ବରଂ କାର୍ଟୁନ ଚରିତ୍ର ଲୋଲିତା ପରି ଫ୍ରକ ପିନ୍ଧି। ଆଉ ଦୁଇ ଘଣ୍ଟା ସମୟ ନିଅନ୍ତି ଲୋଲିତା ପରି ମେକ୍‌ଅପ୍‌ ନେବାକୁ। ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥାଏ ତାଙ୍କର ରଙ୍ଗିନ ଲମ୍ବା କେଶ। ସେ କେବଳ ନିଜେ ଏଭଳି ଗେଟ୍‌ ଅପ୍‌ ନିଅନ୍ତି ତାହା ନୁହେଁ, ଅଫିସ୍‌ର ସହକର୍ମୀଙ୍କୁ ବି ଏଭଳି ଆସିବାକୁ ପ୍ରବର୍ତ୍ତାଇଥାନ୍ତି। ଡି ଜିଆଙ୍ଗ କୁହନ୍ତି, ମତେ ଲୋଲିତା ଷ୍ଟାଇଲ୍‌ ଭଲ ଲାଗେ। ସେଥିପାଇଁ ମୁଁ ଲୋଲିତା ଗେଟ୍‌ଅପ୍‌ ନିଏ। ମୁଁ ଅନେକ ଲୋଲିତା ଷ୍ଟାଇଲ୍‌ ଫ୍ରକ୍‌ ବି କିଣିଛି। ତେଣୁ ମୁଁ ସେଗୁଡିକୁ ପିନ୍ଧିବିନି କାହିଁକି? ମୋ ସ୍ତ୍ରୀ ବି ମତେ ସପୋର୍ଟ କରନ୍ତି ଓ ମେକ୍‌ଅପ୍‌ ଟିପ୍ସ ଦିଅନ୍ତି। ମୋ ମତରେ ପୋଷାକ ପିନ୍ଧିବାର କୌଣସି ଲିଙ୍ଗ ନ ଥାଏ। ତେଣୁ ଯେତେବେଳେ ମୁଁ ଫ୍ରକ ପିନ୍ଧୁଛି ତାର ଅର୍ଥ ନୁହେଁ ମୁଁ ମହିଳାଙ୍କ ପୋଷାକ ପିନ୍ଧୁଛି। ଡ୍ରେସ୍‌ କେବଳ ଡ୍ରେସ୍‌ ଆଉ କିଛି ନୁହେଁ। ଏଭଳି ପୋଷାକ ପିନ୍ଧିବା ଦ୍ୱାରା ମୁଁ ମହିଳାଙ୍କର ଦୈନନ୍ଦିନର ସମସ୍ୟା ଓ ଚ୍ୟାଲେଞ୍ଜକୁ ବି ବୁଝିପାରୁଛି।’ ଡି ଜିଆଙ୍ଗଙ୍କ ପାଖରେ ଏବେ ୨୦୦ ଲୋଲିତା ଡ୍ରେସ୍‌ ଅଛି, ଯାହାର ମୂଲ୍ୟ ୫୫,୦୦୦ ଡଲାର ହେବ।

Share