ମେଲାଣି ନେଲେ ମା’

କୋରାପୁଟ,୨୫ା୧୦(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ସହରରେ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। ମଧ୍ୟାହ୍ନରୁ ମା’ଙ୍କର ଭସାଣି ଯାତ୍ରା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଟି ମେଢ଼ ବିସର୍ଜନ ହୋଇଥିବା ଜଣାଯାଇଛି। ଭସାଣି ଯାତ୍ରାରେ ପାରମ୍ପରିକ ବାଜା ବାଣ ଓ ନୃତ୍ୟ ମଧ୍ୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଶେଭାଯାତ୍ରାରେ ସହର ପରିକ୍ରମା କରାଇବା ପରେ ସୁନାବେଡ଼ା ନିକଟସ୍ଥ କୋଲାବ ଜଳଭଣ୍ଡାରରେ ବିସର୍ଜନ କରାଯାଇଥିଲା। ଦଶହରା ରାତିରେ ଡିଏନକେସ୍ଥିତ ରବିନ୍ଦ୍ର ମଣ୍ଡପର ମା’ଙ୍କ ମୂର୍ତ୍ତି ବିସର୍ଜନ ହୋଇଥିବା ବେଳେ ବୂଧବାର ମଧ୍ୟାହ୍ନରେ ପ୍ରଥମେ ଆଇଆରବି ବାଟାଲିଆନ ପକ୍ଷରୁ କରାଯାଇଥିବା ମା’ ଦୁର୍ଗାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଅପରାହ୍ନରୁ ସହରର ବସ୍‌ଷ୍ଟାଣ୍ଡର ଘରୋଇ ବସ୍‌ ମାଲିକ ସଂଘ ପୂଜା କମିଟି, ହାଟପଦା ପୂଜା କମିଟି, ଜିଲା ମଣ୍ଡଳ କାରାଗାର ଦୁର୍ଗା ପୂଜା କମିଟି, ଓଏସ୍‌ଏପି ତୃତୀୟ ବାଟାଲିଆନ ପୂଜା କମିଟି ପକ୍ଷରୁ ଧୂମ୍‌ଧାମ୍‌ରେ ମା’ଙ୍କୁ ମେଲାଣି ଦିଆଯାଇଛି।