ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ୩ ପଞ୍ଚାୟତ ତଥା ତାଜୁଙ୍ଗିଆ ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହାତୀମୁଣ୍ଡା ପଞ୍ଚାୟତ କସବସା ଏବଂ କିରିକୁଟି ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟରେ ଭିଡିଓ କନ୍ଫରେନ୍ସ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଏହି ବିଦ୍ୟାଳୟର ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍ଘାଟନ କରାଯାଇଥିବା ବେଳେ ଉକ୍ତ ବ୍ଲକର ମଧ୍ୟ ୩ଟି ସ୍ଥାନରେ ଭିତ୍ତିପ୍ରସ୍ତର ହୋଇଯାଇଛି। ଏହି ଅବସରରେ କିରିକୁଟିଠାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲା ସ୍ବତନ୍ତ୍ର ଉନ୍ନୟନ ବିଭାଗର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଯୋଗଦେଇ ଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ବିଷ୍ଣୁ ଚରଣ ପ୍ରଧାନ, ବିଇଓ ମହେଶ୍ୱର ମାଝୀ,ଏବିଇଓ କୌଶିକ ନାୟକ, ଭାଜପା ଜିଲା ଉପସଭାପତି ଅଜିତ ସାହୁ, ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ସିଆରସିସି ରାକେଶ ସାହୁ, ସରପଞ୍ଚ ମଧୁସ୍ମିତା ପ୍ରଧାନ, ସମିତିସଭ୍ୟା ଜ୍ଞାନୀସୁନ୍ଦରୀ ନାୟକ, ଶିକ୍ଷକ ଲଳିତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ସହଯୋଗ କରିଥିଲେ। ସେହିପରି ତାଜୁଙ୍ଗିଆ ପଞ୍ଚାୟତ ସିକରମାହାଠାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଧୀରଜ ପାତ୍ର ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଗଜପତି ଜିଲାର ଜଣେ ପ୍ରଶାସକ ଡମ୍ବରୁଧର ମଳିକ, ଏବିଇଓ ଗୋକୁଳ ଚନ୍ଦ୍ର ନାୟକ, ସରପଞ୍ଚ ଚୁମୁକି ମଲିକ, କନ୍ଧମାଳ ଏମ୍ପି ପ୍ରତିନିଧି ଭାବେ ହରେନ ସାହୁ, ପ୍ରଧାନଶିକ୍ଷକ ଅଜିତ କୁମାର କହଁରଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।

