ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ…

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ରାଜ୍ୟ ସରକାର ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହାକି ଓ ଛାତ୍ରୀଛାତ୍ରଙ୍କ ପାଇଁ ଶୈକ୍ଷିକ ପରିବେଶ ଯୋଗାଇବାରେ ବେଶ ଲାଭଦାୟକ ହେବ। ୨୦୨୫-୨୬ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥରାଶି ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁର ମାଟିରୁ ଶୁଭାରମ୍ଭ ହେବା ଏହି ମାଟି ପାଇଁ ଏକ ଐତିହାସିକ ଦିନ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷାମନ୍ତ୍ରୀ, ପୁରୀ ଏମ୍‌ପି ଡା. ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗଣଶିକ୍ଷା ବିଭାଗର ଶାସନ ସଚିବ ଏନ୍‌ ତିରୁମାଲା, ବିଧାୟକ ପ୍ରଦୀପ ସାହୁ, ବିଭୂତି ବଳବନ୍ତରାୟ, ଏକାମ୍ର ବିଧାୟକ ବାବୁ ସିଂ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲାପାଳ ଅମ୍ରିତ ଋତୁରାଜ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ,  ଡିଇଓ ସୋନାମିକା ରାୟଙ୍କ ସମେତ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri