ପାନୀୟ ଜଳରୁ ବଞ୍ଚିତ ଗୋଛାବାଡ଼ି ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଝାଡ଼ଭୂମି ଗ୍ରାମ ପଞ୍ଚାୟତର ଗୋଛାବାଡି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ସକାଳେ ୨୧ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଗ୍ରାମବାସୀ ଜଳଯୋଗାଣ ପାଇଁ ସ୍ଥାନୀୟ ପ୍ରଶାସନ, ଉପଜିଲାପାଳ ଭଞ୍ଜନଗର ଠାରୁ ଆରମ୍ଭ କରି ଗଞ୍ଜାମ ଜିଲାପାଳଙ୍କୁ ବହୁବାର ଗୁହାରିକରି କରି ଥକିଗଲେଣି, କିନ୍ତୁ ଏହାର ସମାଧାନ ହୋଇପାରୁନାହିଁ। ଶେଷରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଗ୍ରାମର ପାନୀୟ ଜଳ ସମସ୍ୟା କଥା ଲିଖିତ ଦେଇଥିଲେ, କିନ୍ତୁ ଫଳ ଶୂନ। ଏଣୁ ଗ୍ରାମର ଶତାଧିକ ମହିଳା ଗୋଛାବାଡି ଛକ ଠାରେ ରାସ୍ତାରୋକ କରିଥିଲେ। କାଠ ଗଣ୍ଡି, ପିଚୁ ଡ୍ରମ ଓ ଦଉଡି ବାନ୍ଧି ମହିଳା ଓ ପୁରୁଷ ରାସ୍ତା ଉପରେ ବସିରହିବା ଯୋଗୁଁ ଭଞ୍ଜନଗର ଭୁବନେଶ୍ୱର ରାସ୍ତାରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଡ଼ିଓ ଅନୁପ ପଣ୍ଡା, ପୋଲିସ ଏସଡିପିଓ ବିଶ୍ୱାମିତ୍ର ହରିପଲ, ଏସଆଇ ପ୍ରଭାତ କୁମାର ସୁବୁଦ୍ଧି, ଅତିରିକ୍ତ ତହସିଲଦାର ବାରିଆଲ ମୁର୍ମୁ ପହଞ୍ଚତ୍ ଉପଜିଲାପାଳ ସହ ଫୋନରେ ଯୋଗାଯୋଗ ପରେ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ଓହରିଥିଲେ। ୧୫ତାରିଖ ସୁଦ୍ଧା ଏହା କାର୍ଯ୍ୟକାରୀ ନହେଲେ ଲୋକେ ପୁଣି ରାସ୍ତାରୋକ କରିବେ
ବୋଲି ପ୍ରଶାସନଙ୍କୁ ଜଣାଇଛନ୍ତି।