ଗୋବରୀ ନଦୀ ପୋତି ହୋଇ ଜଙ୍ଗଲରେ ପରିଣତ

କେନ୍ଦ୍ରାପଡ଼ା, ୧୪।୨ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇରୁ ବ୍ରାହ୍ମଣୀ ନଦୀ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଗୋବରୀ ନଦୀ ମଧ୍ୟରେ ଥିବା ସଂଯୋଗୀକରଣ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଗୋବରୀ ନଦୀ ଜଳପଥ ପୋତି ହୋଇ ବଣୁଆ ଜଙ୍ଗଲରେ ପରିଣତ ହୋଇଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫ ହଜାରରୁ ଊର୍ଦ୍ଧ୍ୱ ଚାଷ ଜମିରେ ୩ ଫସଲ ଉତ୍ପାଦନ ହୋଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକ ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଉପରେ ୩ ବର୍ଷ ହେବ ମାମଲା କରିଛନ୍ତି। ମାମଲା ଶୁଣାଣି ହୋଇ ବିଭାଗକୁ ଅନୁଧ୍ୟାନ ସହ ସମସ୍ୟାର ନିରାକରଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ମାମଲାର ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲଭି ପ୍ରଫୁଲ୍ଲ କୁମାର ଦାସ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି ଯେ, ଶିଳ୍ପ ବିହୀନ କେନ୍ଦ୍ରପଡ଼ାର ଅର୍ଥନୀତି କୃଷି ଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଏଥିରେ ଥିବା ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂର କରୁନାହାନ୍ତି। ପୂର୍ବରୁ ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ଥିଲା। ଏଥିରେ ନୌବାଣିଜ୍ୟ ସହିତ ଚାଷ ପାଇଁ ପାଣି ମିଳୁଥିଲା। ତେବେ ୧୯୬୦ ଦଶକରେ କଟକ- ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ପଟ୍ଟାମୁଣ୍ଡାଇଠାରେ ଏହାର ସଂଯୋଗୀକରଣ ପଥକୁ ବନ୍ଦ କରି ଦିଆଗଲା। ଫଳରେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨୦ କିଲୋମିଟର ଜଳପଥ ଶୁଖିଲା ପଡିଛି। ଏହାର ଶଯ୍ୟା ପୋତି ହେବା ଫଳରେ ନିକଟବର୍ତ୍ତୀ ଗ୍ରାମବାସୀ ନିତ୍ୟ କର୍ମଠାରୁ କ୍ଷେତକୁ ଜଳସେଚନରୁ ବାଦ ପଡ଼ିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଅର୍ଥକାରୀ ଫସଲ ଉତ୍ପାଦନ ହେଉଥିବା ବେଳେ ଏଠାରେ ଏବେ ମରୁଡି ସମସ୍ୟା ଦେଖାଦେଇଛି। ଏ ନେଇ ସ୍ଥାନୀୟ ଅଧିବାସୀ ବ୍ଲକ ଓ ଜିଲାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ। ଏଥିରୁ ସୁଫଳ ନ ମିଳିବାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ନାଲସା (ଜାତୀୟ ଆଇନ ସେବା ପ୍ରଧିକରଣ)ରେ ୨୦୨୧ ଫେବୃଆରୀ ୧୪ରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ କେନ୍ଦ୍ରପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ପକ୍ଷରୁ ଶୁଣାଣି କରାଯାଇ ଭିତ୍ତିଭୂମିର ତଦନ୍ତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ତେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଦ୍ୟାବଧି କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଜଳପଥ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେଲେ ଜଳପଥ ନିକଟ କ୍ଷେତରେ ୩ ପ୍ରକାର ଅର୍ଥକାରୀ ଫସଲ ଉପତ୍ାଦନ ହୋଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏନେଇ ପ୍ରାରମ୍ଭିକ ତଦନ୍ତ ହୋଇଛି। ଦୁଇ ଜଳପଥ ସଂଯୋଗୀକରଣ ହେଲେ ସ୍ଥାନୀୟ ଅଞ୍ଚଳର କୃଷି ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri