ଲୋକଙ୍କ ହୃଦୟ ଜିଣିବା ଲକ୍ଷ୍ୟ

ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଭୂମେଶ ଚନ୍ଦ୍ର ବେହେରା। ୧୮ ମାସ ତଳେ ରାଜ୍ୟ ସରକାର ତାଙ୍କ କାନ୍ଧରେ ନ୍ୟସ୍ତ କରିଥିଲେ ରାଜ୍ୟର ଅନ୍ୟତମ ପ୍ରଶାସନିକ କେନ୍ଦ୍ରସ୍ଥଳ ତଥା ଶିଳ୍ପ ଜିଲା ଢେଙ୍କାନାଳର ଦାୟିତ୍ୱ। କାର୍ଯ୍ୟରେ ଯୋଗଦେବାର ୮ମାସ ପରେ ଆରମ୍ଭ ହେଲା କୋଭିଡ୍‌ ଦୌରାତ୍ମ୍ୟ। ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କୁ ନେଇ ସେ ଏହାର ମୁକାବିଲା କରିବାରେ ଅନେକାଂଶରେ ସଫଳ ହୋଇଛନ୍ତି। ଜିଲାରେ ବିକାଶମୂଳକ କାର୍ଯ୍ୟକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଏହି ପ୍ରଶାସନିକ ଅଧିକାରୀଙ୍କ ପେସା ଏବଂ ନିଶାକୁ ନେଇ ୫ଟି ପ୍ରଶ୍ନ ସ୍ତମ୍ଭରେ ‘ଧରିତ୍ରୀ’ର ଉପସ୍ଥାପନା…

 

 

ପ୍ରଶାସନିକ ଅଧିକାରୀ ହେବା ପାଇଁ କେଉଁଠୁ ପ୍ରେରଣା ମିଳିଥିଲା ?

ମୟୂରଭଞ୍ଜ ଜିଲା ଉଦଳା ବ୍ଲକର ଅନୁନ୍ନତ ପହଣ୍ଡା ଶାସନରେ ଘର। ପାଠ ପଢ଼ିବା ସମୟରେ ବିଦ୍ୟୁତ୍‌ ସୁବିଧା ନ ଥିଲା। ଡିବିରି, ଲଣ୍ଠନରେ ପ୍ରାଥମିକ ଶିକ୍ଷା ସରିଲା। ସେଦିନକୁ କେବେ ଭୁଲିହେବନି। ଛୋଟବେଳୁ ସାଧାରଣ ଲୋକଙ୍କୁ ସହାୟତା କରିବା ଲକ୍ଷ୍ୟ ଥିଲା। ଓଏଏସ୍‌ ପାଇବା ପରେ ଏହାକୁ କାର୍ଯ୍ୟରେ କରି ଦେଖାଇବା ଲାଗି ସୁଯୋଗ ମିଳିଲା। ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ଏହି କାର୍ଯ୍ୟରୁ ଅନେକ ପ୍ରେରଣା ମିଳିଛି।

ଢେଙ୍କାନାଳ ଜିଲାପାଳ ହେବାର ଅନୁଭୂତି ?

ଜିଲା ମୁଖିଆ ପଦବୀରେ ରହି ସମାନ୍ତରାଳ ଭାବେ ସମସ୍ୟା ବୁଝିବା ଏବଂ କରୋନା ମୁକାବିଲା କରିବା ଚ୍ୟାଲେଞ୍ଜ ଥିଲା। ସମସ୍ତେ ମିଳିମିଶି ଟିମ୍‌ ସ୍ପିରିଟ୍‌ ସହ ଏହି କାର୍ଯ୍ୟ କରୁଛୁ। ଗ୍ରାମୀଣ ଆବାସ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜିଲା ପ୍ରଶଂସିତ ହୋଇଛି। ଜିଲାରେ ଆହୁରି ଅନେକ କାମର ଆବଶ୍ୟକତା ରହିଛି। ସମସ୍ତଙ୍କୁ ନେଇ ଜିଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର କାମ ଆଜି ସାରିବା ଉପରେ ସର୍ବଦା ଅଧିକ ଧ୍ୟାନ ଦିଏ। ଲୋକଙ୍କ ହୃଦୟ ଜିଣିବା ମୋର ଲକ୍ଷ୍ୟ।

ପ୍ରଶାସନିକ କାର୍ଯ୍ୟ ବ୍ୟତୀତ ପସନ୍ଦର କାମ?

ଫୁରସତ୍‌ ସମୟରେ ବହି ପଢ଼ିବା, ବ୍ୟାଡ୍‌ମିଣ୍ଟନ ଖେଳିବା, କ୍ରିକେଟ ଖେଳ ଦେଖିବାକୁ ଭଲପାଏ। ଏହାକୁ ବାଦ୍‌ଦେଲେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ଶୁଣିବାକୁ ଭଲଲାଗେ। ଉପନ୍ୟାସ ଭିତରେ ଫକୀର ମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠ ବହି ପଢ଼ିବାର ଅନୁଭୂତି ନିଆରା। ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ପସନ୍ଦର କ୍ରିକେଟର। ସେହିପରି ବ୍ୟାଡ୍‌ମିଣ୍ଟନ ତାରକା ଗୋପୀଚାନ୍ଦ ପ୍ରିୟ ଖେଳାଳି।

ଖାଇବାରେ ରୁଚି କ’ଣ ?

ସେମିତିରେ ଖାଇବାରେ ସବୁ ପସନ୍ଦ। ହେଲେ ଦେଶୀ ଖାଦ୍ୟରେ ଅଧିକ ରୁଚି। ପଖାଳ, ଶାଗ, ବଡ଼ି, ଉଷୁନା ଚାଉଳ, ଦେଶୀ କୁକୁଡ଼ା ମାଂସ ତରକାରି ଭଲ ଲାଗେ।

ଏଭଳି ଏକ ସ୍ମୃତି, ଯାହା ଅଭୁଲା ?

କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ବିଡିଓ ଥାଏ। ୨୦୦୩ରେ ସେଠାରେ ବନ୍ୟା ହୋଇଥାଏ। ଗୋଟିଏ ଗ୍ରାମର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଗଁାକୁ ଯିବା ପାଇଁ ଭଲ ରାସ୍ତା ନ ଥାଏ। ଉପଜିଲାପାଳଙ୍କୁ ସାଥିରେ ଧରି ଦୁଇଟି ବାଇକ୍‌ରେ କ୍ଷତିଗ୍ରସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ନେଇ କାଦୁଅ ରାସ୍ତାରେ କିଛିବାଟ ଯିବାକୁ ପଡ଼ିଲା। ସେଠାରୁ ଡଙ୍ଗାରେ ବିପନ୍ନଙ୍କ ପାଖରେ ପହଞ୍ଚତ୍ ଖାଦ୍ୟ ଦେଇଥିଲୁ। ଖାଦ୍ୟ ପାଇବା ପରେ ଲୋକଙ୍କ ମୁହଁରେ ଯେଉଁ ଖୁସି ଦେଖିବାକୁ ମିଳିଥିଲା ତାହା ଅବର୍ଣ୍ଣନୀୟ। ଏହା ଜୀବନର ସବୁଠାରୁ ବଡ଼ ସ୍ମୃତି ହୋଇ ରହିଛି।

-ରିପୋର୍ଟ: ରତନ ନାୟାର

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri