ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ ଆସିଥିବା ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଜିଏମ୍‌ଡିସି)। ସ୍ଥାନୀୟ ଅଞ୍ଚଳର କେତେଜଣ ରାଜନେତା ଓ ପ୍ରଶାସନିକ କଳକୁ ହାତ କରି ଏହି କମ୍ପାନୀ ସ୍ଥାନୀୟ ଲୋକଙ୍କ ଶତାଧିକ ହେକ୍ଟର ଜମିକୁ ଖାଇଯାଉଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚ, ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା, ପ୍ରଭାବିତ କେତୋଟି ଗ୍ରାମର ସଭାପତି ଓ ବିସ୍ଥାପିତ ପ୍ରଜାଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି। ତେଣୁ ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ ଅଞ୍ଚଳବାସୀ ବିକ୍ଷୋଭ, ଆନ୍ଦୋଳନ ମାଧ୍ୟମରେ ଆପ୍ରାଣ ଉଦ୍ୟମ କରୁଛନ୍ତି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ବୈତରଣୀ -ପଶ୍ଚିମ କୋଇଲା ଖଣି ରହିଛି। ଏହି ଖଣିକୁ ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ହାତେଇଥିଲା। ହେଲେ ଲୋକଙ୍କ ବିରୋଧ ଯୋଗୁ ଓଏମ୍‌ସି ଖଣି ଖନନରୁ ଓହରି ଯାଇଥିଲା। ଏବେ ଏହି କୋଇଲା ଖଣିକୁ ଗୁଜରାଟୀ କମ୍ପାନୀ ଜିଏମ୍‌ଡିସିକୁ ସଅଁପି ଦିଆଯାଇଛି। ଏଥିସହ ଖୋଲା କୋଇଲା ଖଣି କରିବାକୁ ୧,୧୯୬ ହେକ୍ଟର ଜାଗା କମ୍ପାନୀକୁ ପ୍ରଦାନ କରାଯାଇଛି। ଏହି କୋଇଲା ଖଣି ଯୋଗୁ ଛେଣ୍ଡିପଦା ଜଙ୍ଗଲ, ତେଣ୍ଟଲୋଇ କୋଡ଼ାସାହି, ପୋଡ଼ାପଡ଼ା ଜଙ୍ଗଲ, ମାଛକୁଟା ଓ ପୋଡ଼ାପଡ଼ା ଆଦି ୭ଟି ରାଜସ୍ବ ଗ୍ରାମ ପ୍ରଭାବିତ ହେବ। ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିଯିବ। ଜଳଠାରୁ ବାୟୁ ଯାଏ ସବୁକିଛି ପ୍ରଦୂଷଣର ବିଷ ବଳୟ ମଧ୍ୟକୁ ଚାଲିଯିବ। ଲୋକେ ରୋଗରେ ପଡ଼ି ଛଟପଟ ହେବେ। ତେଣୁ ଏଠାରେ ଖଣି କରାଇ ନ ଦେବା ପାଇଁ ପ୍ରଭାବିତ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଶେଷ ହୋଇଥିବା ବେଳେ ଖଣି ପାଇଁ ସର୍ଭେ କାର୍ଯ୍ୟ କମ୍ପାନୀ ଆରମ୍ଭ କରିଛି। ଏହାକୁ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଜୋର୍‌ଦାର ବିରୋଧ କରାଯାଇଛି। ଏପରି କି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମକୁ ଆସି ସର୍ଭେ ନ କରିବା ପାଇଁ କଡ଼ା ଚେତାବନୀ ଦିଆଯିବା ସହିତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ତଥାପି କମ୍ପାନୀ କର୍ତ୍ତୃପକ୍ଷ ସର୍ଭେ ପାଇଁ ବାରମ୍ବାର ଗଁାକୁ ପଶୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି କମ୍ପାନୀ ଛେଣ୍ଡିପଦା ଆସିବା ଦିନଠାରୁ ଗାଁ ଗାଁ ମଧ୍ୟରେ ଅପ୍ରୀତିକର ସ୍ଥିତି ଉପୁଜାଉଛି। ଗାଁକୁ କିପରି ବିଭାଜନ କରିବ ସେ ନେଇ ଉଦ୍ୟମ ଚଳାଇଛି।
ହାଣ୍ଡିଗୋଡ଼ା ଗ୍ରାମ ସଭାପତି ଭାରତ ନାୟକ କହିଛନ୍ତି, ଗ୍ରାମବାସୀଙ୍କ ସହିତ ଆଲୋଚନା ନ କରି ଜିଏମ୍‌ଡିସି କେତେଜଣ ମୁଷ୍ଟିମେୟ ଲୋକଙ୍କୁ ହାତକରି ଗାଁରେ ପଶି ସର୍ଭେ କରୁଛି। ନିରୀହ ଲୋକଙ୍କ ଜମି ଛଡ଼ାଇ ନେବାକୁ ଚକ୍ରାନ୍ତ ଚଳାଇଛି। ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ସସ୍ମିତା ବେହେରା କହିଛନ୍ତି, ପୈତୃକ ଜମିର ସୁରକ୍ଷା ସହିତ ଜୀବନ ଜୀବିକା ବଞ୍ଚାଇବା ପାଇଁ ଅଞ୍ଚଳବାସୀ ଆନ୍ଦୋଳନ କରୁଛନ୍ତି। ଏଠାରେ ଖଣି ହେଲେ ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଧୂଳିଧୂଆଁରେ କଲବଲ ହେବେ। ଚାଷବାସ ଉଜୁଡ଼ି ଜୀବନଜୀବିକା ପ୍ରଭାବିତ ହେବ। ଜଳ ଉତ୍ସ ଶୁଖିଯାଉଥିବାରୁ ପିଇବା ପାଣି ପାଇଁ ଲୋକେ ଦହଗଞ୍ଜ ହେବେ। ଏପରି କି ଶୁଦ୍ଧ ଅମ୍ଳଜାନ ଆଉ ମିଳିବ ନାହିଁ। ଖଣି ହେଲେ ଅଞ୍ଚଳର କି ପ୍ରକାର ବିକାଶ ହୋଇଥାଏ, ତାହା କୋଇଲା ଖଣି ଅଞ୍ଚଳ ଜନସାଧାରଣ ଭୋଗୁଥିବା କଷ୍ଟ ଓ ସମ୍ମୁଖୀନ ହେଉଥିବା ନାନା ସମସ୍ୟାରୁ ସ୍ପଷ୍ଟ ହେଉଛି। ତେଣୁ ଏ ଅଞ୍ଚଳରୁ ଗୁଜରାଟ କମ୍ପାନୀକୁ ହଟାଇବା ପାଇଁ ଆନ୍ଦୋଳନ ଜାରି ରହିବ। ବିସ୍ଥାପିତ ପ୍ରଜା ନୀଳମଣି ପଣ୍ଡା କହିଛନ୍ତି, ଜିଏମ୍‌ଡିସି କମ୍ପାନୀ ପକ୍ଷରୁ କରାଯାଉଥିବା ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ବେଆଇନ। କମ୍ପାନୀ ପକ୍ଷରୁ ଜମିର ମୂଲ୍ୟାଙ୍କନ ଠିକ୍‌ ଭାବେ କରାଯାଉ ନାହିଁ। ଖଣି ଅଞ୍ଚଳରେ ଜମିର ମୂଲ୍ୟ ଗୋଟିଏ ରହିବା କଥା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଜମିର ବିଭିନ୍ନ ମୂଲ୍ୟ ଦେଉଛନ୍ତି। ବିସ୍ଥାପନ ଓ ଥଇଥାନ ନେଇ କୌଣସି ଆଲୋଚନା କରୁନାହିଁ। ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନର ଆବାହକ ଜଗଦାନନ୍ଦ ପ୍ରଧାନ କହିଛନ୍ତି, ଅନୁଗୋଳ ଜିଲାରେ ପ୍ରଦୂଷଣ ବଢ଼ିଚାଲିଛି। ଛେଣ୍ଡିପଦାରେ ମଧ୍ୟ ପରିବେଶର ଅବନତି ଦେଖିବାକୁ ମିଳୁଛି। ତେଣୁ ଏଠାରେ କୋଇଲା ଖଣି ପ୍ରକଳ୍ପକୁ ବାତିଲ କରିବାର ଆବଶ୍ୟକତା ରହିଛି।
ଲୋକଙ୍କ ଅଭିଯୋଗ ସମ୍ପର୍କରେ ଜିଏମ୍‌ଡିସି କମ୍ପାନୀର ସିଏସ୍‌ଆର୍‌ ଦାୟିତ୍ୱରେ ଥିବା ପ୍ରଶାନ୍ତ ଦେହୁରୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏ ନେଇ ମତାମତ ରଖିବାକୁ ଅଧିକୃତ ଅଧିକାରୀ ନୁହନ୍ତି ବୋଲି କହିବା ସହ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କହି ଫୋନ କାଟି ଦେଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri