ମୁଖରିତ ହେଲାଣି ମହିମାଗାଦି

ଢେଙ୍କାନାଳ ଅଫିସ,୧୪ା୨: ଲାଗିଲାଣି ସାଧୁସନ୍ଥଙ୍କ ଗହଳଚହଳ। ମୁଖରିତ ହେଲାଣି ମହିମାଗାଦି। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମଧ୍ୱନିରେ ଘୃତାହୁତି ପ୍ରଦାନ କରିବା, ଝାଡ଼ଦ୍ୱୀପ ପ୍ରଜ୍ୱଳନ ଏବଂ ବିଧି ମୁତାବକ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ପ୍ରସ୍ତୁତି ପହଞ୍ଚତ୍ଲାଣି ଚୂଡ଼ାନ୍ତ ପର୍ଯ୍ୟାୟରେ। ଦିନକ ପରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା।
ଆସନ୍ତା ୧୫ରେ ମହିମାଗାଦିରେ ୧୪୯ତମ ପବିତ୍ର ମାଘମେଳା ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରମଣ ଏଡ଼ାଇବାକୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଶ୍ରଦ୍ଧାଳୁରେ ଚଳିତବର୍ଷ ସମସ୍ତ ବିଧି ପାଳନ ହେବ। କେବଳ ସାଧୁସନ୍ନ୍ୟାସୀଙ୍କୁ ଏଥିଲାଗି ଅନୁମତି ମିଳିଥିବାବେଳେ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ମେଳାସ୍ଥଳରେ ଆଲୋକୀକରଣ, ପାନୀୟଜଳ, ସାନିଟାଇଜେଶନ, ଶୃଙ୍ଖଳା ରକ୍ଷା ଉପରେ ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ଗାଦିମନ୍ଦିର ପରିସରରେ ଝାଡ଼ଦ୍ୱୀପ ପ୍ରଜ୍ୱଳନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ ନେଇ ସାଧୁସନ୍ଥଙ୍କୁ ନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ମେଳାରେ ଅଂଶଗ୍ରହଣ କରିବାକୁ ଦୂରଦୂରାନ୍ତରୁ ବହୁ ସାଧୁସନ୍ଥ ପହଞ୍ଚତ୍ ସାରିଲେଣି। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଏଲ୍‌. ଦିବ୍ୟା ଭି. ପୀଠ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।