Posted inଜାତୀୟ

ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ

ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦ କୋଟି ଲୋକଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ, ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ଓ କୃଷିକୁ ଏହା ଗଭୀର ଭାବେ ପ୍ରଭାବିତ କରିବ ବୋଲି ‘ଆର୍ଥ ସିଷ୍ଟମ୍‌ ଡାଇନାମିକ୍ସ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ଏଥିରେ ସାରା ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନୂଆ ଜଳବାୟୁ ମଡେଲକୁ ତୁଳନା କରାଯାଇଛି।
ଅଧ୍ୟୟନ ଅନୁଯାୟୀ ପ୍ରତି ୧ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ମୌସୁମୀ ବର୍ଷାକୁ ୫% ବଢ଼ାଇପାରେ। ଜର୍ମାନୀର ପଟ୍ସଡାମ-ଇନ୍‌ଷ୍ଟିଚ୍ୟୁଟ ଫର୍‌ କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚର ଅଞ୍ଜା କାଟ୍‌ଜେନବର୍ଜର ଏହି ସୂଚନା ଦେଇଛନ୍ତି। ବିଶ୍ୱ ତାପନ ବଢ଼ୁଥିବାରୁ ଭାରତରେ ମୌସୁମୀ ବୃଷ୍ଟିପାତ ବଢ଼ିଛି। ଏକବିଂଶ ଶତାବ୍ଦୀରେ ମୌସୁମୀ ଗତିବିଧିକୁ ଉତ୍ତାପୀକରଣ ନିୟନ୍ତ୍ରଣ କରିବ ବୋଲି କାଟ୍‌ଜେନବର୍ଜର କହିଛନ୍ତି। ଚାଷ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଆବଶ୍ୟକ। ତେବେ ପରବର୍ତ୍ତୀ ସମୟରେ ଅତ୍ୟଧିକ ବର୍ଷା କ୍ଷତିକାରକ ବୋଲି ଜର୍ମାନୀ ଗବେଷକ ଜୁଲିଆ ପୋଙ୍ଗ୍ରାଜ୍‌ କହିଛନ୍ତି। ଅଶୀ ଦଶକରୁ ସବୁଜ ଗୃହ ବାଷ୍ପଜନିତ ଉତ୍ତାପୀକରଣ ମୌସୁମୀକୁ ପ୍ରଭାବିତ କରିବା ଆରମ୍ଭ କରିଥିଲା। ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପରିଣତି ଅଧିକରୁ ଅଧିକ ଅନୁଭୂତ ହେବାରେ ଲାଗିଛି। ଅନିୟମିତ ବର୍ଷା ଦେଶର କୃଷି ଓ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆମେରିକାର କଲମ୍ବିଆ ୟୁନିଭର୍ସିଟିର ଗବେଷକ ଆଣ୍ଡେର୍ସ ଲେଭେରମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri