୩ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ନାଇରୋବି, ୧୦ା୧୨: କରୋନା ଯୋଗୁ ବିଶ୍ୱବ୍ୟାପୀ ଲକଡାଉନ ପ୍ରଭାବରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ମାତ୍ରା ହ୍ରାସ ପାଇଥିଲେ ହେଁ ଏବେ ଏହାର ସ୍ତର ବଢ଼ୁଛି। ଚଳିତ ଶତାବ୍ଦୀରେ ସମଗ୍ର ବିଶ୍ୱର ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇପାରେ ବୋଲି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ଏମିଶନ ଗ୍ୟାପ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ତେବେ ଲକଡାଉନରେ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ସ୍ତର କମିଥିବା ଯୋଗୁ ୨୦୩୦ ସୁଦ୍ଧା ଆକଳନ କରାଯାଇଥିବା ଏହି ଗ୍ୟାସର ମାତ୍ରା ୨୫ ପ୍ରତିଶତ ହ୍ରାସ ଘଟିପାରେ ବୋଲି ଅନୁମାନ କରାଯାଇଛି।
ପ୍ରକାଶ ପାଇଥିବା ୟୁଏନ୍‌ଇପିର ଆନୁଆଲ ଏମିଶନ ଗ୍ୟାପ ରିପୋର୍ଟ ଅନୁସାରେ, ଚଳିତ ଶତାବ୍ଦୀରେ ବିଶ୍ୱ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ଆଡକୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର କୋଭିଡ୍‌ ମୁକାବିଲା ଭଳି ତ୍ୱରିତ ପଦକ୍ଷେପ ନେବା ଜରୁରୀ। ଆସନ୍ତା ନଭେମ୍ବର ୨୦୨୧ରେ ଗ୍ଲାସ୍‌ଗୋଠାରେ ହେବାକୁ ଥିବା ଜଳବାୟୁ ସମ୍ପର୍କିତ ବୈଠକରେ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ ସହ ଏହାକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ନିଆଁ, ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାରୁ ୨୦୨୦ରେ ତାପମାତ୍ରା ବ୍ୟାପକ ମାତ୍ରାରେ ବଢିଥିବା ୟୁଏନ୍‌ଇପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଙ୍ଗର ଆଣ୍ଡ୍ରେସନ କହିଛନ୍ତି। ୨୦୧୯ରେ ଗ୍ରୀନହାଉସ୍‌ ପ୍ରଭାବ ଯୋଗୁ କାର୍ବନ ଡାଇଅକ୍ସସାଇଡ୍‌ର ମାତ୍ରା ବଢି ରେକର୍ଡ ମାତ୍ରାରେ ୫୯.୧ ଗିଗାଟନ୍‌ରେ ପହଞ୍ଚିଛି। ପ୍ରଦୂଷଣ ତଥା ତାପମାତ୍ରା ବୃଦ୍ଧି ପାଇଁ ଦାୟୀ କାର୍ବନ ଗ୍ୟାସ ନିର୍ଗତ ତଥା ଗ୍ରୀନ ହାଉସ୍‌ ଇଫେକ୍ଟ କମ୍‌ କରିବାରେ ଜି-୨୦ ଦେଶଗୁଡିକ ମଧ୍ୟରୁ ମାତ୍ର ଏକ ଚତୁର୍ଥାଂଶ ଦେଶ ଗୁରୁତ୍ୱ ଦେଇଛନ୍ତି, ଯାହାକି ପରିବେଶ ତଥା ଜଳବାୟୁ ପାଇଁ ଆଦୌ ଅନୁକୂଳ ନୁହେଁ। ତେଣୁ ଆଗକୁ ବଡ ବିପର୍ଯ୍ୟୟକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଇନ୍ଧନର ବ୍ୟବହାରକୁ ଯଥାସମ୍ଭବ କମ୍‌ କରିବା, ଅଧିକ ସଂଖ୍ୟକ କୋଇଲା ପ୍ଲାଣ୍ଟ ନିର୍ମାଣ ନ କରିବା, ପ୍ରକୃତିକୁ ସୁହାଇବା ଭଳି ବିଭିନ୍ନ ଟେକ୍ନୋଲୋଜି ବ୍ୟବହାର କରି ସମସ୍ୟା ସମାଧାନ କରିବା ସହ ଜଙ୍ଗଲ ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିବା ନିହାତି ଜରୁରୀ ହୋଇପଡିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri