ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ

ଜାତୀୟ ବିଜ୍ଞାନ ଦିବସ ଅବସରରେ ଚଳିତ ବର୍ଷ ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ୍‌ ଓ୍ବେଲ୍‌ବିଙ୍ଗ୍‌)। ବିଶ୍ୱର ହିତ ସାଧନ ଉଦ୍ଦେଶ୍ୟରେ ବିଶ୍ୱର ସମଗ୍ର ବିଜ୍ଞାନୀ ସମ୍ପ୍ରଦାୟକୁ ଏହି ବାର୍ତ୍ତାରେ ଆହ୍ବାନ ପ୍ରଦାନ କରାଯାଇଛି। ବାସ୍ତବରେ ଏହା ଏକ ସାମୂହିକ ବୈଜ୍ଞାନିକ ଦାୟିତ୍ୱ। ସୁତରାଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ସମସ୍ତେ ଅଙ୍ଗୀକାର ହେବା ବାଞ୍ଛନୀୟ। ମାତ୍ର ଏହାର ସଫଳ ରୂପାୟନ ଲାଗି ବିଜ୍ଞାନ ହିଁ ହେବ ପ୍ରଧାନ ଅବଲମ୍ବନ।

ଆମ ଦେଶରେ ଜାତୀୟ ବିଜ୍ଞାନ ଦିବସ ୧୯୮୭ ପରଠାରୁ ପାଳନ ହୋଇଆସୁଅଛି। ଏହା ପାଳିତ ହୋଇଥାଏ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖରେ। କାରଣ ୧୯୨୮ ମସିହା ଏହି ଦିନରେ ଭାରତୀୟ ବିଜ୍ଞାନୀ ସାର୍‌ ଚନ୍ଦ୍ରଶେଖର ଭେଙ୍କଟ ରମଣ (ସି.ଭି. ରମଣ) ଆବିଷ୍କାର କରିଥିଲେ ‘ରମଣ ଇଫେକ୍ଟ’ ବା ରମଣ ସିଦ୍ଧାନ୍ତ। ଏହି ଅସାଧାରଣ ସଫଳତା ପାଇଁ ଆବିଷ୍କାରର ମାତ୍ର ୨ ବର୍ଷ ପରେ ଅର୍ଥାତ୍‌ ୧୯୩୦ ମସିହାରେ ତାଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ପ୍ରଦାନ କରାଯାଇଥିଲା ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର।
ବର୍ଷର ଜାତୀୟ ବିଜ୍ଞାନ ଦିବସ ଲାଗି ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ୍‌ ଓ୍ବେଲ୍‌ବିଙ୍ଗ୍‌)। ବିଶ୍ୱର ହିତ ସାଧନ ଉଦ୍ଦେଶ୍ୟରେ ବିଶ୍ୱର ସମଗ୍ର ବିଜ୍ଞାନୀ ସମ୍ପ୍ରଦାୟକୁ ଏହି ବାର୍ତ୍ତାରେ ଆହ୍ବାନ ପ୍ରଦାନ କରାଯାଇଛି। ବାସ୍ତବରେ ଏହା ଏକ ସାମୂହିକ ବୈଜ୍ଞାନିକ ଦାୟିତ୍ୱ। ସୁତରାଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ସମସ୍ତେ ଅଙ୍ଗୀକାର ହେବା ବାଞ୍ଛନୀୟ। ମାତ୍ର ଏହାର ସଫଳ ରୂପାୟନ ଲାଗି ବିଜ୍ଞାନ ହିଁ ହେବ ପ୍ରଧାନ ଅବଲମ୍ବନ।
ଭାରତୀୟ ବୈଜ୍ଞାନିକ ସାଫଲ୍ୟ ଏବେ କେବଳ ଗବେଷଣାଗାରର ପ୍ରକୋଷ୍ଠ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହାର ସୁଫଳ ସମଗ୍ର ଭାରତବାସୀ ଉପଭୋଗ କରିଚାଲିଛନ୍ତି। ଜନସାଧାରଣଙ୍କ ପାଇଁ ଏବେ ଏହା ସୃଷ୍ଟି କରିଛି ଏକ ନୂତନ ସୁଯୋଗ। ଭାରତୀୟ ବୈଜ୍ଞାନିକମାନଙ୍କର ସାମୂହିକ ଗବେଷଣା, ସାମୂହିକ ବୈଜ୍ଞାନିକ ସଫଳତା ଜନସାଧାରଣଙ୍କ ହିତାର୍ଥେ ବିନିଯୋଗ କରିବା ତଥା ସମଗ୍ର ମାନବ ଜାତିକୁ ଏହାର ଉପଭୋକ୍ତା କରିବାର ଆବଶ୍ୟକତା ରହିଛି।
ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର। କୋଭିଡ୍‌-୧୯ ମହାମାରୀ ସମୟରେ ମାତ୍ର ଅଳ୍ପ କେତୋଟି ମାସ ଭିତରେ କୋଭିଡ୍‌ ପ୍ରତିଷେଧକ ଟିକା ଉଦ୍ଭାବନ କରି ଭାରତ ଏହାର ପ୍ରତ୍ୟକ୍ଷ ପ୍ରମାଣ ଉପସ୍ଥାପିତ କରିପାରିଛି।
କାହାର ଏକଚାଟିଆ ଅଧିକାରଭୁକ୍ତ ନୁହେଁ। ସମଗ୍ର ବିଶ୍ୱବାସୀ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନର ଉପଭୋକ୍ତା। ସେଥିପାଇଁ ଫରାସୀ ଶରୀର ବିଜ୍ଞାନୀ କ୍ଲିଡେ ବର୍ଣ୍ଣାଡ୍‌ ଯଥାର୍ଥରେ କହିଥିଲେ, ‘ମୋତେ ନେଇ କଳା, ଆମକୁ ନେଇ ବିଜ୍ଞାନ।’ ବାସ୍ତବରେ ବିଜ୍ଞାନ ହେଉଛି ‘ସମସ୍ତଙ୍କର, ସମସ୍ତଙ୍କ ଦ୍ୱାରା ଏବଂ ସମସ୍ତଙ୍କ ପାଇଁ’। ସେଥିପାଇଁ ଫରାସୀ ଅଣୁଜୀବ ବିଜ୍ଞାନୀ ଲୁଇ ପାଶ୍ଚର କହିଥିଲେ, ‘ବିଜ୍ଞାନ କୌଣସି ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ସମ୍ପତ୍ତି ନୁହେଁ। କାରଣ ବିଜ୍ଞାନ ଜ୍ଞାନର ଅଧିକାରୀ ହେଉଛନ୍ତି ସମଗ୍ର ମାନବ ଜାତି। ବିଜ୍ଞାନ ଜ୍ଞାନ ଆଲୋକିତ କରିଥାଏ ସମଗ୍ର ଜଗତକୁ।
ବିଜ୍ଞାନ ସମ୍ପ୍ରତି ଏକ ସାଂସ୍କୃତିକ ଆବଶ୍ୟକତା। ସେଥିପାଇଁ ‘କଳକାରଖାନାର ଶ୍ରମିକ, କୃଷିକ୍ଷେତ୍ରର କୃଷକ ଏବଂ ପ୍ରତ୍ୟେକ ସଦସ୍ୟଙ୍କ ନିକଟରେ ବିଜ୍ଞାନର ସୁଫଳକୁ ପହଞ୍ଚେଇବାକୁ ପଡ଼ିବ। ଫଳରେ ସାଧାରଣ ଜନତା ବିଜ୍ଞାନର ଲାଭ ଉଠାଇପାରିବେ ବୋଲି ଭାରତୀୟ ପ୍ରଯୁକ୍ତି ବିଜ୍ଞାନୀ ଡ. ଆତ୍ମାରାମ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ। ଏହା ସ୍ବୀକାର୍ଯ୍ୟ ଯେ, ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି ନ ହେଲେ ସମଗ୍ର ବିଶ୍ୱରେ ଅଭାବ ଅନଟନ ଲାଗି ରହିବ। ଦୁଃଖଦୁର୍ଦ୍ଦଶାର ଅବସାନ ଘଟିବନାହିଁ କି ଜୀବନଯାପନର ମାନଦଣ୍ଡରେ ଉନ୍ନତି ସାଧନ ହୋଇପାରିବନାହିଁ।
ଜଣେ ଛାତ୍ର ରଦର ଫୋର୍ଡଙ୍କ ନିକଟରେ ପହଞ୍ଚତ୍ ନିଉକ୍ଲିୟର ଫିଜିକ୍ସ ଶାଖାରେ ତାଙ୍କ ତତ୍ତ୍ୱାବଧାନରେ ଗବେଷଣା କରିବା ନିମିତ୍ତ ଅଭିପ୍ରାୟ ବ୍ୟକ୍ତ କଲା। ଏହାର ଉତ୍ତରରେ ରଦର ଫୋର୍ଡ ପରାମର୍ଶ ଦେଲେ, ‘ବାବୁ, ଗବେଷଣା କରିବା ନିମନ୍ତେ ବରଂ ବିଜ୍ଞାନର ଅନ୍ୟ ଏକ ଶାଖା ନିର୍ବାଚନ କର। କାରଣ ନିଉକ୍ଲିୟର ଫିଜିକ୍ସ କ୍ଷେତ୍ରରେ ଗବେଷଣା ପ୍ରାୟତଃ ସମାପ୍ତ। ଅନ୍ୟ କୌଣସି ବାଟ ରହିଯାଇଛି ବୋଲି ମୁଁ ଭାବିପାରୁନାହିଁ।’ କିନ୍ତୁ ରଦର ଫୋର୍ଡଙ୍କ ଧାରଣା ଭ୍ରାନ୍ତ ପ୍ରମାଣିତ ହୋଇଛି। ସେ ଯେଉଁ ନିଉକ୍ଲିୟସ ବା ନାଭିକକୁ ଆବିଷ୍କାର କରିଥିଲେ ତାହା ଏବେ ବହୁ କଣିକାରେ ବିଭକ୍ତ। କେବଳ ନିଉକ୍ଲିୟର ଫିଜିକ୍ସ କାହିଁକି, ବିଜ୍ଞାନର ଯେକୌଣସି ଶାଖାରେ ବି ବିଜ୍ଞାନ ତାହାର ଶେଷ ସୀମାନ୍ତରେ ପହଞ୍ଚତ୍ପାରି ନାହିଁ କି ପହଞ୍ଚତ୍ପାରିବ ନାହିଁ ମଧ୍ୟ। ସେଥିପାଇଁ ହୁଏତ ଇଂରେଜ ଆଣବିକ ଅନୁବଂଶ ବିଜ୍ଞାନୀ ସିଡ୍‌ନୀ ବ୍ରେନର କହିଥିଲେ, ‘ଆମେ ଯେତେବେଳେ ଗୋଟିଏ ଦରଜା ଉନ୍ମୁକ୍ତ କରିଦେଉ, ସେତେବେଳେ ଆମ ସମ୍ମୁଖରେ ଦୃଷ୍ଟିଗୋଚର ହୁଏ ଏକ ଦୀର୍ଘ ଅଳିନ୍ଦ। ଅଳିନ୍ଦର କିଛି ଦୂରରେ ପଥରୋଧ କରିଥାଏ ଅନ୍ୟ ଏକ ଦ୍ୱାର। ଉକ୍ତ ଦ୍ୱାର ଦେଇ ପ୍ରବେଶ କଲା ପରେ ଆହୁରି ଏକ ଅଳିନ୍ଦ ଓ ଆହୁରି ଏକ ଦ୍ୱାର ଅତିକ୍ରମ କରିବା ପାଇଁ ପଡ଼େ ଏବଂ ସେହି ପ୍ରକ୍ରିୟା ସଂଘଟିତ ହେଉଥାଏ ପୌନଃପୁନିକ ଭାବରେ। ଏହା ହିଁ ହେଉଛି ବିଜ୍ଞାନର ଚାରିତ୍ରିକ ବୈଶିଷ୍ଟ୍ୟ।
ଜୀବନର ପ୍ରାୟତଃ ସମସ୍ତ ବିଭାବ ବିଜ୍ଞାନ ଦ୍ୱାରା ପ୍ରଭାବିତ। ପୁଣି ମଣିଷର ଦୀର୍ଘ ଭବିଷ୍ୟତ ତା’ ପାଇଁ ଏକ ଆହ୍ବାନ। ଏହି ଆହ୍ବାନର ସଫଳ ମୁକାବିଲା ମଧ୍ୟ ସେହି ବିଜ୍ଞାନ ଉପରେ ନ୍ୟସ୍ତ। ଫଳରେ ବିଜ୍ଞାନର ପରିସର, ଯାହା ଏକଦା ଥିଲା ସୀମିତ ତାହା କ୍ରମେ କ୍ରମେ ଅଧିକରୁ ଅଧିକ ସ୍ପୀତ ହେବାରେ ଲାଗିଛି। ଶିକ୍ଷାର ପ୍ରସାର ହେଉଛି। ଶିକ୍ଷିତ ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉଛି। ଜନସଚେତନତା କ୍ଷେତ୍ରରେ ପ୍ରତିଭାର ଉନ୍ମେଷ ଘଟୁଛି। ତେଣୁ ସତ୍ୟ ସନ୍ଧାନୀ ରୂପେ ସ୍ବୀକୃତ ବିଜ୍ଞାନୀ ସମ୍ପ୍ରଦାୟ ମଣିଷର ସାର୍ବଜନୀନ ହିତ ପାଇଁ ଅନୁକୂଳ ତଥା ସୁଦୂରପ୍ରସାରୀ ଅବଦାନ ଦେଇପାରିବେ ବୋଲି ଆଶା।
ହେଉଛି ପ୍ରଗତିର ସ୍ଥପତି। ପ୍ରଗତିରୂପକ ନନ୍ଦିଘୋଷ ସମ୍ପ୍ରତି ଦ୍ରୁତ ବେଗରେ ଧାବିତ। ବିଜ୍ଞାନ ଆମ ଜୀବନଧାରଣର ମାନକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିଚାଲିଛି। ବିଗତ ଶହେ ବର୍ଷ ଭିତରେ ଆମ ଜୀବନଧାରା ଯେଉଁ ପ୍ରକାରେ ବିବର୍ତ୍ତିତ ହୋଇପାରିଛି, ବିଗତ ହଜାର ହଜାର ବର୍ଷ ଧରି ତାହା ସେପରି ଭାବରେ ପରିବର୍ତ୍ତିତ ହୋଇପାରି ନ ଥିଲା।
ଯାହାହେଉ, ବିଦାୟ ନେଇଛି ବିଂଶ ଶତାଦ୍ଦୀ। ଏକବିଂଶ ଶତାଦ୍ଦୀର ଏକ ଚତୁର୍ଥାଂଶ ସମାପ୍ତ ହେବାକୁ ବସିଲାଣି। ପ୍ରତ୍ୟେକ ବ୍ୟକ୍ତିକୁ ବିଜ୍ଞାନ ସାକ୍ଷର କରାଇବାର ଆହ୍ବାନକୁ ସାକାର କରିବା ନିମିତ୍ତ ଏକ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମୟ ସମ୍ପ୍ରତି ସମାଗତ। ତେବେ ବିଜ୍ଞାନର ଉତ୍ତରୋତ୍ତର ଉନ୍ନତିରେ ନୈତିକତାକୁ ଉପେକ୍ଷା କରିବା ବାଞ୍ଛନୀୟ ନୁହେଁ କି ନିରାପଦ ବି ନୁହେଁ ।
-ଡା. ନିତ୍ୟାନନ୍ଦ ସ୍ବାଇଁ
ମୋ : ୯୪୩୭୭୬୬୧୧୭

 


Enter your email to get our daily news in your inbox.

All Right Reserved By Dharitri.Com

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri