‘ନାବିକଙ୍କ ପାଇଁ ବିଶ୍ୱ ଅର୍ଥନୀତି ସୁଦୃଢ଼’

ପାରାଦୀପ,୨୫।୬ (ଶରତ ରାଉତ) ବିଶ୍ୱର ୯୦ ପ୍ରତିଶତ ପଣ୍ୟ ଏବେ ଜଳପଥରେ ପରିବହନ ହେଉଛି। ଏହା ସମୁଦାୟ ଅର୍ଥନୀତିର ୮୦ ଭାଗ। ଏହି କାରବାରରେ ନାବିକମାନଙ୍କ ପ୍ରମୁଖ ଭୂମିକା ରହିଛି। ଜଳପଥରେ ପଣ୍ୟବାହୀ ଜାହାଜରେ ଯେଉଁ ନାବିକମାନେ ଅତଳ ସମୁଦ୍ରରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଜୁନ ୨୫ରେ ବିଶ୍ୱ ନାବିକ ଦିବସ ପାଳିତ ହେଉଛି। ଏହିକ୍ରମରେ ରବିବାର ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବୃହତ୍‌ ବନ୍ଦର ମଧ୍ୟରେ ପାଳନ ହେଉଛି ନାବିକ ଦିବସ। ୨୦୧୦ରେ ଫିଲିପାଇନ୍ସଠାରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ପରବର୍ଷ ୨୦୧୧ରେ ଏହି ଦିବସକୁ ବିଶ୍ୱ ନୌବାଣିଜ୍ୟ ସଙ୍ଗଠନ (ଆଇଏମ୍‌ଓ, ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ) ମାନ୍ୟତା ଦେବା ପରେ ଏହାକୁ ସବୁ ଦେଶର ବନ୍ଦର ଅଞ୍ଚଳରେ ପାଳନ କରାଯାଉଛି।
ଏହି ଦିବସ ସମ୍ପର୍କରେ ସେମାନେ କୁହନ୍ତି

ବିଶ୍ୱ ଏବେ ଗୋଟିଏ ପରିବାର ହୋଇଗଲାଣି। ପ୍ରତି ଦେଶ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେଉଛି। ଏହି କାରବାରର ପ୍ରମୁଖ ସାଧନ ହେଲା ପଣ୍ୟବାହୀ ଜାହାଜ। ଏଥିରେ ଯାତାୟାତ ସୁଗମ ଏବଂ ଶସ୍ତା ହୋଇଥାଏ। ଏହି କାରବାରରେ ଜଡ଼ିତ ପ୍ରମୁଖ ବିନ୍ଧାଣି ହେଲେ ନାବିକ। ସେମାନେ ଜଳପଥରେ ପ୍ରାକୃତିକ ଝଡ଼ ତୋଫାନକୁ ସାମ୍‌ନା କରି ଧାର୍ଯ୍ୟ ସ୍ଥାନରେ ଜାହାଜ ପହଞ୍ଚାଇଥାନ୍ତି। ନାବିକମାନଙ୍କ ପାଖରେ ଚିତ୍ତବିନୋଦନ ପାଇଁ କୌଣସି ସାଧନ ନ ଥାଏ। ଘର ପରିବାରଠାରୁ ସେମାନେ ମାସାଧିକ ସମୟ ଦୂରେଇ ରହିଥାନ୍ତି। ସେମାନଙ୍କ ସମ୍ମାନାର୍ଥେ ଗୋଟିଏ ଦିନ ଆଇଏମ୍‌ଓ ଧାର୍ଯ୍ୟ କରିଛନ୍ତି। ଏହା ନିଶ୍ଚୟ ଭଲ ପଦକ୍ଷେପ। ପାରାଦୀପ ବନ୍ଦର ମଧ୍ୟ ସି ମ୍ୟାନ୍‌ (ନାବିକ)ଙ୍କ ପାଇଁ ଏକ କ୍ଲବ ହାଉସ କରିଛି।
-ଅତୁଲ୍ୟ ମହାପାତ୍ର, ପାରାଦୀପ ବନ୍ଦର ପୂର୍ବତନ ଉପସଂରକ୍ଷକ କ୍ୟାପଟେନ

ଏହି ଦିବସ ଆରମ୍ଭ ହେବାପରେ ନାବିକମାନଙ୍କ ପାଇଁ କେତୋଟି ସୁଧାର ଅଣାଯାଇଛି। ପୂର୍ବରୁ ଥରେ ଜାହାଜରେ ପ୍ରବେଶ କଲେ ସେମାନଙ୍କୁ ୧୦ ମାସ ରହିବାକୁ ପଡ଼ୁଥିଲା। ଏବେ ପ୍ରତି ୬ ମାସରେ ଥରେ ବିଶ୍ରାମ ମିଳୁଛି। ଯେଉଁମାନେ ମାନସିକ ଭାବେ ଦୃଢ ସେମାନେ ଏହି ବୃତ୍ତିକୁ ଆପଣେଇଥାନ୍ତି। ସମୁଦ୍ର ମଧ୍ୟରେ ସବୁବେଳେ ଝଡ଼, ବାତ୍ୟାର ଭୟ ଥାଏ। କିନ୍ତୁ ନାବିକମାନେ ଏହାକୁ କିପରି ସାମ୍‌ନା କରିବେ ସେ ବିଷୟରେ ଜାଣିଥାନ୍ତି। ପ୍ରତି ବୃହତ୍‌ ଜାହାଜରେ ପ୍ରାୟତଃ ୨୦ରୁ ୨୫ ଜଣ ନାବିକ (କ୍ରିୟୁ)ରହିଥାନ୍ତି। ସେମାନଙ୍କ ପଦବୀ ଯଥାକ୍ରମେ କ୍ୟାପଟେନ, ସେକେଣ୍ଡ ଅଫିସର, ଇଞ୍ଜିନିୟର, ଗ୍ୟାଙ୍ଗ ମ୍ୟାନ ଆଦି ରହିଥାଏ। ଜଣେ ନାବିକ ଜାହାଜରେ ଚଢ଼ିବା ପୂର୍ବରୁ ମାନସିକ, ଶାରୀରିକ ଭାବେ ଫିଟ୍‌ନେସ ଥିବା ଦରକାର। ଏବେ ଏହି ଡାକ୍ତରୀ ପରୀକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି।
-ପ୍ରେମାନନ୍ଦ ରାଉତ, ବରିଷ୍ଠ କ୍ୟାପ୍‌ଟେନ

ଏକଦା ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବିଶ୍ୱବିଦିତ ଥିଲା। ଏବେ ତାହା ଆଉ ନାହିଁ କହିଲେ ଚଳେ। ପଣ୍ୟବାହୀ ଜାହାଜରେ ଯେତେ ନାବିକ ଅଛନ୍ତି ସେଥିରେ ଭାରତୀୟ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଛି। ନାବିକଙ୍କ ପାଇଁ ବିଶ୍ୱର ଅର୍ଥନୀତି ସୁଦୃଢ଼ ହୋଇପାରିଛି। ସେମାନଙ୍କ ପାଇଁ ଗୋଟିଏ ଦିନ ସେଲିବ୍ରେଶନ କରିବା ଦରକାର।
-ବିଭୂଷିତା ଦାଶ,ନାବିକା


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri