‘ନାବିକଙ୍କ ପାଇଁ ବିଶ୍ୱ ଅର୍ଥନୀତି ସୁଦୃଢ଼’

ପାରାଦୀପ,୨୫।୬ (ଶରତ ରାଉତ) ବିଶ୍ୱର ୯୦ ପ୍ରତିଶତ ପଣ୍ୟ ଏବେ ଜଳପଥରେ ପରିବହନ ହେଉଛି। ଏହା ସମୁଦାୟ ଅର୍ଥନୀତିର ୮୦ ଭାଗ। ଏହି କାରବାରରେ ନାବିକମାନଙ୍କ ପ୍ରମୁଖ ଭୂମିକା ରହିଛି। ଜଳପଥରେ ପଣ୍ୟବାହୀ ଜାହାଜରେ ଯେଉଁ ନାବିକମାନେ ଅତଳ ସମୁଦ୍ରରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଜୁନ ୨୫ରେ ବିଶ୍ୱ ନାବିକ ଦିବସ ପାଳିତ ହେଉଛି। ଏହିକ୍ରମରେ ରବିବାର ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବୃହତ୍‌ ବନ୍ଦର ମଧ୍ୟରେ ପାଳନ ହେଉଛି ନାବିକ ଦିବସ। ୨୦୧୦ରେ ଫିଲିପାଇନ୍ସଠାରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ପରବର୍ଷ ୨୦୧୧ରେ ଏହି ଦିବସକୁ ବିଶ୍ୱ ନୌବାଣିଜ୍ୟ ସଙ୍ଗଠନ (ଆଇଏମ୍‌ଓ, ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ) ମାନ୍ୟତା ଦେବା ପରେ ଏହାକୁ ସବୁ ଦେଶର ବନ୍ଦର ଅଞ୍ଚଳରେ ପାଳନ କରାଯାଉଛି।
ଏହି ଦିବସ ସମ୍ପର୍କରେ ସେମାନେ କୁହନ୍ତି

ବିଶ୍ୱ ଏବେ ଗୋଟିଏ ପରିବାର ହୋଇଗଲାଣି। ପ୍ରତି ଦେଶ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେଉଛି। ଏହି କାରବାରର ପ୍ରମୁଖ ସାଧନ ହେଲା ପଣ୍ୟବାହୀ ଜାହାଜ। ଏଥିରେ ଯାତାୟାତ ସୁଗମ ଏବଂ ଶସ୍ତା ହୋଇଥାଏ। ଏହି କାରବାରରେ ଜଡ଼ିତ ପ୍ରମୁଖ ବିନ୍ଧାଣି ହେଲେ ନାବିକ। ସେମାନେ ଜଳପଥରେ ପ୍ରାକୃତିକ ଝଡ଼ ତୋଫାନକୁ ସାମ୍‌ନା କରି ଧାର୍ଯ୍ୟ ସ୍ଥାନରେ ଜାହାଜ ପହଞ୍ଚାଇଥାନ୍ତି। ନାବିକମାନଙ୍କ ପାଖରେ ଚିତ୍ତବିନୋଦନ ପାଇଁ କୌଣସି ସାଧନ ନ ଥାଏ। ଘର ପରିବାରଠାରୁ ସେମାନେ ମାସାଧିକ ସମୟ ଦୂରେଇ ରହିଥାନ୍ତି। ସେମାନଙ୍କ ସମ୍ମାନାର୍ଥେ ଗୋଟିଏ ଦିନ ଆଇଏମ୍‌ଓ ଧାର୍ଯ୍ୟ କରିଛନ୍ତି। ଏହା ନିଶ୍ଚୟ ଭଲ ପଦକ୍ଷେପ। ପାରାଦୀପ ବନ୍ଦର ମଧ୍ୟ ସି ମ୍ୟାନ୍‌ (ନାବିକ)ଙ୍କ ପାଇଁ ଏକ କ୍ଲବ ହାଉସ କରିଛି।
-ଅତୁଲ୍ୟ ମହାପାତ୍ର, ପାରାଦୀପ ବନ୍ଦର ପୂର୍ବତନ ଉପସଂରକ୍ଷକ କ୍ୟାପଟେନ

ଏହି ଦିବସ ଆରମ୍ଭ ହେବାପରେ ନାବିକମାନଙ୍କ ପାଇଁ କେତୋଟି ସୁଧାର ଅଣାଯାଇଛି। ପୂର୍ବରୁ ଥରେ ଜାହାଜରେ ପ୍ରବେଶ କଲେ ସେମାନଙ୍କୁ ୧୦ ମାସ ରହିବାକୁ ପଡ଼ୁଥିଲା। ଏବେ ପ୍ରତି ୬ ମାସରେ ଥରେ ବିଶ୍ରାମ ମିଳୁଛି। ଯେଉଁମାନେ ମାନସିକ ଭାବେ ଦୃଢ ସେମାନେ ଏହି ବୃତ୍ତିକୁ ଆପଣେଇଥାନ୍ତି। ସମୁଦ୍ର ମଧ୍ୟରେ ସବୁବେଳେ ଝଡ଼, ବାତ୍ୟାର ଭୟ ଥାଏ। କିନ୍ତୁ ନାବିକମାନେ ଏହାକୁ କିପରି ସାମ୍‌ନା କରିବେ ସେ ବିଷୟରେ ଜାଣିଥାନ୍ତି। ପ୍ରତି ବୃହତ୍‌ ଜାହାଜରେ ପ୍ରାୟତଃ ୨୦ରୁ ୨୫ ଜଣ ନାବିକ (କ୍ରିୟୁ)ରହିଥାନ୍ତି। ସେମାନଙ୍କ ପଦବୀ ଯଥାକ୍ରମେ କ୍ୟାପଟେନ, ସେକେଣ୍ଡ ଅଫିସର, ଇଞ୍ଜିନିୟର, ଗ୍ୟାଙ୍ଗ ମ୍ୟାନ ଆଦି ରହିଥାଏ। ଜଣେ ନାବିକ ଜାହାଜରେ ଚଢ଼ିବା ପୂର୍ବରୁ ମାନସିକ, ଶାରୀରିକ ଭାବେ ଫିଟ୍‌ନେସ ଥିବା ଦରକାର। ଏବେ ଏହି ଡାକ୍ତରୀ ପରୀକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି।
-ପ୍ରେମାନନ୍ଦ ରାଉତ, ବରିଷ୍ଠ କ୍ୟାପ୍‌ଟେନ

ଏକଦା ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବିଶ୍ୱବିଦିତ ଥିଲା। ଏବେ ତାହା ଆଉ ନାହିଁ କହିଲେ ଚଳେ। ପଣ୍ୟବାହୀ ଜାହାଜରେ ଯେତେ ନାବିକ ଅଛନ୍ତି ସେଥିରେ ଭାରତୀୟ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଛି। ନାବିକଙ୍କ ପାଇଁ ବିଶ୍ୱର ଅର୍ଥନୀତି ସୁଦୃଢ଼ ହୋଇପାରିଛି। ସେମାନଙ୍କ ପାଇଁ ଗୋଟିଏ ଦିନ ସେଲିବ୍ରେଶନ କରିବା ଦରକାର।
-ବିଭୂଷିତା ଦାଶ,ନାବିକା


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri