କେନ୍ଦରା ଗୀତରୁ ମିଳୁଛି ଓଡ଼ିଶାର ଲୋକକଳାର ଝଲକ

ମହାକାଳପଡ଼ା, ୯।୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ)ଧାର୍ମିକ ମାସ ହେଉଛି କାର୍ତ୍ତିକ। ଏହି ମାସରେ ଦାନ ଧର୍ମ କଲେ ପୁଣ୍ୟ ଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦିନ ଥିଲା ଧର୍ମୀୟ କାର୍ତ୍ତିକ ମାସ ଆରମ୍ଭରୁ ଗାଁ ଗଣ୍ଡାରେ ପ୍ରାଚୀନ ସଂସ୍କୃତି ଓ ଲୋକ କଳା କେନ୍ଦରାର ସ୍ବର ବେଶ୍‌ ମନ ମୋହୁଥିଲା। ଭଜୁ କି ନା ରାମ ନାମ ରେ କୁମର… ଗୀତରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। ଘର ଅଗଣାରେ କେନ୍ଦରାର ଗୀତ କାନରେ ବାଜିବା ମାତ୍ରେ ଘରର ବୋହୂ ଶ୍ରଦ୍ଧାର ସହ ଚାଉଳ ମୁଠେ, ଟଙ୍କା ପଇସା, ପନିପରିବା ଯିଏ ଯାହା ପାଇଲା ଯୋଗୀ ପୁଅଙ୍କ ଲାଉ ଥାଳରେ ଅଜାଡ଼ି ଦେଉଥିଲେ। ହେଲେ ଏବେ ଆଧୁନିକ ଚାକଚକ୍ୟ ସମାଜରେ ଲୋକକଳା ବିଲୁପ୍ତ ହେବାକୁ ବସିଲାଣି। ଆଉ ଗାଁ ମୁଣ୍ଡରେ ଖରା ବେଳେ କେନ୍ଦରାର ଧୂନ ଆଉ ବଜାଉ ନାହିଁ ଯୋଗୀ ପୁଅ। ବୁଡିବାକୁ ବସିଲାଣି କୌଳିକ ବୃତ୍ତି। କେନ୍ଦ୍ରାପଡା ଅଞ୍ଚଳରୁ ଯୋଗୀ ଶଙ୍କର ନାଥ (୬୫) ମହାକାଳପଡ଼ା ଉପାନ୍ତ ଅଞ୍ଚଳର ଗାଁକୁ ଗାଁ ବୁଲି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ଭଜୁ କି ନା ରାମ ଗୀତକୁ କେନ୍ଦରାର ସ୍ବର ତାଳେ ତାଳେ ଈଶ୍ୱରଙ୍କ କଥାମୃତ ଲୋକମାନଙ୍କୁ ଶୁଣାଇ ଥାନ୍ତି। ଏହି ଗୀତକୁ କାନ ଡେରି ଶୁଣିବା ପାଇଁ ଶିଶୁଠାରୁ ଆବାଳ ବୃଦ୍ଧ ବନିତା ଧାଇଁ ଆସନ୍ତି। ସମୟ ବଦଳିବା ସହିତ ଏହି କୌଳିକ ବୃତ୍ତି ଆମ ପିଢ଼ି ପରେ ଲୋକମାନେ ଶୁଣିବା ପାଇଁ ପାଇବେ ନାହିଁ ବୋଲି ଶଙ୍କର କହିଛନ୍ତି। ଶଙ୍କର କହିବା କଥା, ପିଲା ବେଳରୁ ବାପା ଜେଜେ ବାପାଙ୍କଠାରୁ ଶିକ୍ଷା ଗ୍ରହଣ କରିଛି। ଏହି ବାଦ୍ୟ ସୃଷ୍ଟି ଆରମ୍ଭରୁ ଅଛି। ଏହି ବାଦ୍ୟରୁ ଅନୁକରଣ କରାଯାଇ ଅନ୍ୟ ସବୁ ବାଦ୍ୟ ସୃଷ୍ଟି କରାଯାଇଛି। ଦିନ ଥିଲା ରାଜା ରାଜୁଡ଼ାଙ୍କ ରାଜସଭାରେ କେନ୍ଦରା ଗୀତକୁ ପ୍ରାଧାନ୍ୟ ଦିଆଯାଉଥିଲା। ବିଶେଷକରି ମହାରାଣୀଙ୍କ ମାନ ଭଞ୍ଜନ ପାଇଁ ସେ ସମୟର ସଙ୍ଗୀତ ଗୁଡିକୁ କେନ୍ଦରା ମାଧ୍ୟମରେ ସ୍ବର କରାଯାଇ ଅତି ଚମତ୍କାର ଭାବେ ରାଜ ସଭାରେ ଉପସ୍ଥାପନ କରାଯାଉଥିଲା। ରାଜା ଖୁସି ବ୍ୟକ୍ତ ହୋଇ ଆମ କେନ୍ଦରା ବାଦକମାନଙ୍କୁ ପୁରସ୍କାର ପ୍ରଦାନ କରୁଥିଲେ। ସମୟ ବଦଳିବା ସହିତ ଆଧୁନିକ ଯୁଗରେ କେନ୍ଦରା ତା’ର ସତ୍ତା ହରାଇ ନାହିଁ। ଯଦି ସରକାର ଏହି କେନ୍ଦରା ବାଦକମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ଏହା ବଞ୍ଚତ୍ ପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri