କେନ୍ଦରା ଗୀତରୁ ମିଳୁଛି ଓଡ଼ିଶାର ଲୋକକଳାର ଝଲକ

ମହାକାଳପଡ଼ା, ୯।୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ)ଧାର୍ମିକ ମାସ ହେଉଛି କାର୍ତ୍ତିକ। ଏହି ମାସରେ ଦାନ ଧର୍ମ କଲେ ପୁଣ୍ୟ ଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦିନ ଥିଲା ଧର୍ମୀୟ କାର୍ତ୍ତିକ ମାସ ଆରମ୍ଭରୁ ଗାଁ ଗଣ୍ଡାରେ ପ୍ରାଚୀନ ସଂସ୍କୃତି ଓ ଲୋକ କଳା କେନ୍ଦରାର ସ୍ବର ବେଶ୍‌ ମନ ମୋହୁଥିଲା। ଭଜୁ କି ନା ରାମ ନାମ ରେ କୁମର… ଗୀତରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। ଘର ଅଗଣାରେ କେନ୍ଦରାର ଗୀତ କାନରେ ବାଜିବା ମାତ୍ରେ ଘରର ବୋହୂ ଶ୍ରଦ୍ଧାର ସହ ଚାଉଳ ମୁଠେ, ଟଙ୍କା ପଇସା, ପନିପରିବା ଯିଏ ଯାହା ପାଇଲା ଯୋଗୀ ପୁଅଙ୍କ ଲାଉ ଥାଳରେ ଅଜାଡ଼ି ଦେଉଥିଲେ। ହେଲେ ଏବେ ଆଧୁନିକ ଚାକଚକ୍ୟ ସମାଜରେ ଲୋକକଳା ବିଲୁପ୍ତ ହେବାକୁ ବସିଲାଣି। ଆଉ ଗାଁ ମୁଣ୍ଡରେ ଖରା ବେଳେ କେନ୍ଦରାର ଧୂନ ଆଉ ବଜାଉ ନାହିଁ ଯୋଗୀ ପୁଅ। ବୁଡିବାକୁ ବସିଲାଣି କୌଳିକ ବୃତ୍ତି। କେନ୍ଦ୍ରାପଡା ଅଞ୍ଚଳରୁ ଯୋଗୀ ଶଙ୍କର ନାଥ (୬୫) ମହାକାଳପଡ଼ା ଉପାନ୍ତ ଅଞ୍ଚଳର ଗାଁକୁ ଗାଁ ବୁଲି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ଭଜୁ କି ନା ରାମ ଗୀତକୁ କେନ୍ଦରାର ସ୍ବର ତାଳେ ତାଳେ ଈଶ୍ୱରଙ୍କ କଥାମୃତ ଲୋକମାନଙ୍କୁ ଶୁଣାଇ ଥାନ୍ତି। ଏହି ଗୀତକୁ କାନ ଡେରି ଶୁଣିବା ପାଇଁ ଶିଶୁଠାରୁ ଆବାଳ ବୃଦ୍ଧ ବନିତା ଧାଇଁ ଆସନ୍ତି। ସମୟ ବଦଳିବା ସହିତ ଏହି କୌଳିକ ବୃତ୍ତି ଆମ ପିଢ଼ି ପରେ ଲୋକମାନେ ଶୁଣିବା ପାଇଁ ପାଇବେ ନାହିଁ ବୋଲି ଶଙ୍କର କହିଛନ୍ତି। ଶଙ୍କର କହିବା କଥା, ପିଲା ବେଳରୁ ବାପା ଜେଜେ ବାପାଙ୍କଠାରୁ ଶିକ୍ଷା ଗ୍ରହଣ କରିଛି। ଏହି ବାଦ୍ୟ ସୃଷ୍ଟି ଆରମ୍ଭରୁ ଅଛି। ଏହି ବାଦ୍ୟରୁ ଅନୁକରଣ କରାଯାଇ ଅନ୍ୟ ସବୁ ବାଦ୍ୟ ସୃଷ୍ଟି କରାଯାଇଛି। ଦିନ ଥିଲା ରାଜା ରାଜୁଡ଼ାଙ୍କ ରାଜସଭାରେ କେନ୍ଦରା ଗୀତକୁ ପ୍ରାଧାନ୍ୟ ଦିଆଯାଉଥିଲା। ବିଶେଷକରି ମହାରାଣୀଙ୍କ ମାନ ଭଞ୍ଜନ ପାଇଁ ସେ ସମୟର ସଙ୍ଗୀତ ଗୁଡିକୁ କେନ୍ଦରା ମାଧ୍ୟମରେ ସ୍ବର କରାଯାଇ ଅତି ଚମତ୍କାର ଭାବେ ରାଜ ସଭାରେ ଉପସ୍ଥାପନ କରାଯାଉଥିଲା। ରାଜା ଖୁସି ବ୍ୟକ୍ତ ହୋଇ ଆମ କେନ୍ଦରା ବାଦକମାନଙ୍କୁ ପୁରସ୍କାର ପ୍ରଦାନ କରୁଥିଲେ। ସମୟ ବଦଳିବା ସହିତ ଆଧୁନିକ ଯୁଗରେ କେନ୍ଦରା ତା’ର ସତ୍ତା ହରାଇ ନାହିଁ। ଯଦି ସରକାର ଏହି କେନ୍ଦରା ବାଦକମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ଏହା ବଞ୍ଚତ୍ ପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri