Posted inଖେଳ

IPL 2024: ଅଷ୍ଟ୍ରେଲିଆ ପାଇଁ ହିରୋ, RCB ପାଇଁ ଜିରୋ! ବେଙ୍ଗାଲୁରୁ ପାଇଁ ବୋଝ ହେଲେଣି କି ଗ୍ଲେନ୍ ମ୍ୟାକ୍ସୱେଲ ?

ନୂଆଦିଲ୍ଲୀ,୭।୪: ଗ୍ଲେନ୍ ମ୍ୟାକ୍ସୱେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ରେ ସମ୍ପୂର୍ଣ୍ଣ ଫ୍ଲପ୍ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ବ୍ୟାଟିଂ ଅଲରାଉଣ୍ଡର ବର୍ତ୍ତମାନ ଦଳ ପାଇଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାଁନ୍ତି। ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ମ୍ୟାକ୍ସୱେଲ ମାତ୍ର ୧ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ମ୍ୟାକ୍ସୱେଲ ତାଙ୍କ ପାଞ୍ଚ ଇନିଂସରେ ଥରେ ମଧ୍ୟ ୩୦ ରନ୍ ମାର୍କ ଅତିକ୍ରମ କରିନାହାଁନ୍ତି। ମାତ୍ର ୨୦୨୩ ରେ ଖେଳାଯାଇଥିବା ଦିନୀଆ ବିଶ୍ୱକପରେ ମ୍ୟାକ୍ସୱେଲ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ।

ଭାରତୀୟ ମାଟିରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। କିନ୍ତୁ ସମାନ ଭାରତୀୟ ପିଚରେ ମ୍ୟାକ୍ସୱେଲ କ୍ରମାଗତ ଭାବରେ ଆଇପିଏଲରେ ଫ୍ଲପ୍ କରୁଛନ୍ତି। ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚରେ ମ୍ୟାକ୍ସୱେଲ ଅଷ୍ଟ୍ରେଲିଆକୁ ଜିତିବାରେ ସାହାଯ୍ୟ କରିବା ପାଇଁ ଟାର୍ଗେଟ ପିଚାକୁ କରି ପ୍ରାୟ ଦୁଇ ଶହ ରନ୍ ସ୍କୋର କରିଥିଲେ ଏବଂ ସେହି ମ୍ୟାଚରେ ସେ ମଧ୍ୟ ନିଜ ଗୋଡରେ କଷ୍ଟ ଅନୁଭବ କରିଥିଲେ, ଯେଉଁ କାରଣରୁ ସେ ଉଭୟ ଗୋଡରେ ଭଲ ଭାବେ ମଧ୍ୟ ଠିଆ ହୋଇପାରିନଥିଲେ।

କିନ୍ତୁ ଆଇପିଏଲରେ ସମ୍ପୂର୍ଣ୍ଣ ଫିଟ୍ ଥିବା ସତ୍ତ୍ୱେ ମ୍ୟାକ୍ସୱେଲ କିଛି କରିବାକୁ ସକ୍ଷମ ନୁହଁନ୍ତି। ପାଞ୍ଚ ଇନିଂସରେ ବ୍ୟାଟିଂ କରି ମ୍ୟାକ୍ସୱେଲ ଏକକ ଅଙ୍କ ବିଶିଷ୍ଟ ସ୍କୋର ସହିତ ଚାରିଥର ପ୍ୟାଭିଲିୟନକୁ ଫେରିଛନ୍ତି, ଯେଉଁଥିରେ ଦୁଇଟି ଶୂନ ମଧ୍ୟ ଅନ୍ତର୍ଭୁକ୍ତ। ତାଙ୍କର ସର୍ବାଧିକ ସ୍କୋର ୨୮ ରନ୍ ରହିଛି। ପାଞ୍ଚ ଇନିଂସରେ ମ୍ୟାକ୍ସୱେଲ ଯଥାକ୍ରମେ ୦୦, ୦୩, ୨୮, ୦୦ ଏବଂ ୦୧ ରନ୍ ସ୍କୋର କରିଛନ୍ତି। ତାଙ୍କର ଖରାପ ଫର୍ମ ସହିତ ଅଷ୍ଟ୍ରେଲୀୟ ଖେଳାଳି ଆରସିବି ପାଇଁ ଏକ ବୋଝ ପାଲଟିଥିବା ଜଣାପଡିଛି।

ମ୍ୟାକ୍ସୱେଲ ପ୍ରାୟତ ଏକ ପାର୍ଟ ଟାଇମର୍ ଭାବରେ ବୋଲିଂ କରନ୍ତି। କିନ୍ତୁ ଏହି ସିଜନରେ ସେ ଆରସିବି ପାଇଁ ମୁଖ୍ୟ ବୋଲରଙ୍କ ଅପେକ୍ଷା ଭଲ ଦେଖାଯାଉଛନ୍ତି। ଗୋଟିଏ ପଟେ ଆରସିବିର ପ୍ରଥମ ତିନୋଟି ମ୍ୟାଚ୍ ଖେଳିଥିବା ଅଲଜାରୀ ଜୋସେଫ ଗୋଟିଏ ୱିକେଟ୍ ନେଇ ନଥିବା ବେଳେ ମ୍ୟାକ୍ସୱେଲ ୫ ଟି ମ୍ୟାଚରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିଛନ୍ତି। ବର୍ତ୍ତମାନ ଆଗାମୀ ମ୍ୟାଚଗୁଡିକରେ ମ୍ୟାକ୍ସୱେଲ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ମଜାଦାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri