Categories: ବାଣିଜ୍ୟ

ଗ୍ଲେନ୍‌ମାର୍କର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୯।୧୦: ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ ‘ଡାପାଗ୍ଲିଫୋଜିନ୍‌,ଟେନେଲିଗ୍ଲିପ୍‌ଟିନ୍‌ ଓ ମେଟଫାର୍ମିନ୍‌’ ଆଦିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଉପରୋକ୍ତ ଉତ୍ପାଦ ସହ ଭାରତରେ ବହୁଳ ଭାବେ ବ୍ୟବହୃତ ପ୍ରଥମ ଫିକ୍‌ସଡ ଡୋଜ୍‌ ମିଶ୍ରଣକୁ ମଧ୍ୟ ବଜାର ପ୍ରବେଶ କରାଇଛି। ଏହି ଏଫ୍‌ଡିସି ବ୍ରାଣ୍ଡ୍‌ ହେଉଛି, ଜିଟା ଡିଏମ୍‌ ଓ ଏଥିରେ ଡିପିପି୪ ଇନ୍‌ହିବିଟର ଟେନେଲିଗ୍ଲିପ୍‌ଟିନ୍‌ (୨୦ମି.ଗ୍ରା.), ଡାପାଗ୍ଲିଫୋଜିନ୍‌ (୧୦ମି.ଗ୍ରା.) ଓ ମେଟ୍‌ଫାର୍ମିନ (୫୦୦ମି.ଗ୍ରା./୧୦୦୦ମି.ଗ୍ରା.) ଏକ ନିର୍ଦ୍ଧାରିତ ମାତ୍ରାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହା ଡାଇବେଟିସ୍‌ ଟାଇପ୍‌-୨ ରୋଗୀମାନଙ୍କ ପାଇଁ ବେଶ୍‌ ସହାୟକ ହେବ। ଗ୍ଲେନ୍‌ମାର୍କ ଫାର୍ମାର ପ୍ରେସିଡେଣ୍ଟ ଓ ବିଜ୍‌ନେସ ହେଡ୍‌ ଇଣ୍ଡିଆ ଫର୍ମୁଲେଶନ୍ସ୍‌ ଆଲୋକ ମଲିକ କହିଛନ୍ତି, ଡାଇବେଟିସ୍‌ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ। ଏଠାରେ ରୋଗୀମାନେ ଅନିୟମିତ ହେମୋଗ୍ଲୋବିନ ଏ୧ସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଟାସେଲ୍‌ ଡିସ୍‌ଫଙ୍କସନ ଯାହା ଓଜନ ବୃଦ୍ଧି ପରି ଅନ୍ୟ ରୋଗ ସହ ଇନ୍‌ସୁଲିନ କ୍ଷରଣକୁ ବାଧା ଦେଇଥାଏ। ମଧୁମେହ ପରିଚାଳନା କରିବା ପାଇଁ ଆଜି ଲୋକମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଆମେ ଏହି ପରିପ୍ରେକ୍ଷୀରେ କ୍ରୋନିକ ଡାଇବେଟିସ୍‌ ରୋଗୀମାନଙ୍କ ପାଇଁ ଆମର ଏହି ଉପତ୍ାଦର ଶୁଭାରମ୍ଭ କରି ବହୁ ଖୁସି । ଏହାଦ୍ୱାରା ରୋଗୀମାନେ ଉପକୃତ ହୋଇପାରିବେ।

Share