‘ହିମ ହ୍ରଦ ବନ୍ୟା’: ପ୍ରଭାବିତ ହେବେ ୩୦ ଲକ୍ଷ

ଲଣ୍ଡନ, ୯।୨: ଭବିଷ୍ୟତରେ ସାରା ବିଶ୍ୱ ହିମ ହ୍ରଦ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ବ୍ରିଟେନ ନ୍ୟୁକାଷ୍ଟଲ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଜଣାପଡ଼ିଛି। ଗ୍ଲାସିଆଲ ଲେକ୍‌ ଆଉଟ୍‌ବ୍ରଷ୍ଟ ଫ୍ଲଡ୍ସ (ଜିଏଲ୍‌ଓଏଫ୍‌) ବା ହିମ ହ୍ରଦ ବନ୍ୟା ସମ୍ପର୍କିତ ଅଧ୍ୟୟନର ବିସ୍ତୃତ ତଥ୍ୟ ଜର୍ନାଲ ନେଚର କମ୍ୟୁନିକେଶନ୍‌ରେ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ ବିଶ୍ୱର ୧୫ ନିୟୁତ ଲୋକେ ଏହା ଦ୍ୱାରା ପ୍ରଭାବିତ ହେବେ। ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ଯଦ୍ଦ୍ବାରା ପାଖାପାଖି ୩ ନିୟୁତ ଲୋକଙ୍କୁ ଜିଏଲ୍‌ଓଏଫ ପ୍ରଭାବିତ କରିବ।

ଭାରତ, ପାକିସ୍ତାନ, ପେରୁ ଓ ଚାଇନା ବିଶ୍ୱର ୪ ଜନବହୁଳ ରାଷ୍ଟ୍ର। ଏଗୁଡ଼ିକ ମଧ୍ୟରୁ ଭାରତ ଓ ପାକିସ୍ତାନରେ ସର୍ବାଧିକ ଲୋକ ବସବାସ କରନ୍ତି। ହିମବାହରୁ ସୃଷ୍ଟି ହୋଇଥିବା ଏହି ହିମ ହ୍ରଦ ସୃଷ୍ଟି। ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ଘଟିବା ଦ୍ୱାରା ହିମ ହ୍ରଦ ତରଳିବା ଆରମ୍ଭ କରିବ, ଯାହାଫଳରେ ଜିଏଲ୍‌ଓଏଫ ବା ହିମ ହ୍ରଦ ବନ୍ୟା ସୃଷ୍ଟି ହେବ। ପ୍ରକାଶିତ ରିପୋର୍ଟ ମୁତାବକ ବନ୍ୟା ସୃଷ୍ଟି ହେବା ଦ୍ୱାରା ଏହି ହ୍ରଦର ଜଳ ଅତିବେଶୀରେ ୧୨୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ କରିପାରିବ। ବହୁ ସମ୍ପତ୍ତି ସାଙ୍ଗକୁ ଇନ୍‌ଫ୍ରାଷ୍ଟ୍ରକ୍ଚର, ଚାଷ ଜମି କ୍ଷେତ୍ରରେ ବଡ଼ କ୍ଷତି ଘଟିବାର ଆଶଙ୍କା ରହିଛି। ୨୦୨୧ରେ ଉତ୍ତରାଖଣ୍ଡର ଚମ୍ବୋଲିରେ ଜିଏଲ୍‌ଓଏଫ ଦ୍ୱାରା ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।
ପରଠାରୁ ବିଶ୍ୱରେ ହିମ ହ୍ରଦର ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ବିଶ୍ୱରେ ମୋଟ ୧,୦୮୯ ଟି ହିମ ହ୍ରଦ ବିଶେଷଜ୍ଞଙ୍କ ଦ୍ୱାରା ଠାବ କରାଯାଇଛି। କେତେକ ହ୍ରଦଠାରୁ ୫୦ କି.ମି. ଦୂରରେ ଲୋକେ ବସବାସ କରୁଥିବା ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି। ପ୍ରଭାବିତ ହେବାକୁ ଥିବା ଲୋକଙ୍କ ମଧ୍ୟରୁ ୯.୩ ନିୟୁତ ଲୋକ ଡେଞ୍ଜର ଜୋନ୍‌ରେ ଥିବା ଅଧ୍ୟୟନରୁ ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri