ଜମିପଟ୍ଟା ଦିଅ, ନଚେତ୍‌ ବିସ୍ଥାପନ କର

ବରଗଡ଼ ଅଫିସ୍‌,୨୧।୧: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କର୍ଲା ପଞ୍ଚାୟତ ଅନ୍ତର୍ଗତ ଦେଚୁଆଁ ଗ୍ରାମବାସୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପାଖକୁ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଗ୍ରାମବାସୀ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ କୃତ୍ତିବାସ ରାଉତଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଗ୍ରାମର ସମସ୍ତ ଭୂମିହୀନଙ୍କୁ ଜମିପଟ୍ଟା ଦିଆଯାଉ, ନଚେତ୍‌ ସେମାନଙ୍କୁ ଗ୍ରାମରୁ ବିସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ସ୍ମାରକପତ୍ରରେ ଦାବି କରିଛନ୍ତି।
ପ୍ରକାଶ ଯେ, ଦେଚୁଆଁ ଗ୍ରାମରେ ସମୁଦାୟ ୭୬ ପରିବାର ରହୁଛନ୍ତି। ଜନସଂଖ୍ୟା ୩ ଶହରୁ ଅଧିକ ହେବ। ଗ୍ରାମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ, ସାଧାରଣ ବର୍ଗର ଲୋକେ ବସବାସ କରୁଛନ୍ତି। ଗ୍ରାମରେ ଥିବା ଜମିକୁ ଚାଷୋପଯୋଗୀ କରି ସେଠାରେ ଚାଷବାସ କରି ଗ୍ରାମବାସୀ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଦୀର୍ଘବର୍ଷରୁ ତଥା ବାପଅଜା ଅମଳରୁ ସେଠାରେ ବସତି ସ୍ଥାପନ କରିବା ସହିତ ଏହି ବସ୍ତି ଗଢ଼ି ଉଠିଛି। କିନ୍ତୁ ଗ୍ରାମବାସୀଙ୍କ ପାଖକୁ ଏପର୍ଯ୍ୟନ୍ତ ସରକାରୀ ସୁବିଧା ସୁଯୋଗ ପହଞ୍ଚତ୍ ପାରିନାହିଁ। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ, ଗ୍ରାମର କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ମାତ୍ର ପଛୁଆବର୍ଗ ଏବଂ ସାଧାରଣ ବର୍ଗର ଭୂମିହୀନଙ୍କୁ ସେଥିରୁ ବଞ୍ଚିତ କରାଯାଇଛି। ଫଳରେ ସେମାନେ ସରକାରୀ ଯୋଜନା ଗୁଡ଼ିକରେ ସାମିଲ ହୋଇପାରୁ ନ ଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତିଗତ ପ୍ରମାଣପତ୍ର, କୃଷିଋଣ, ଧାନ ବିକ୍ରିବଟା, ଝିଅପୁଅଙ୍କ ପାଠପଢ଼ା, ଜଙ୍ଗଲୀ ଜନ୍ତୁଙ୍କ ଦ୍ୱାରା ଫସଲକ୍ଷତିର କ୍ଷତିପୂରଣ ଆଦି କ୍ଷେତ୍ରରେ ହଟହଟା ହେବା ସହିତ ସରକାରୀ ଯୋଜନାର ଲାଭ ଉଠାଇବାରେ ସେମାନେ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି ।
ଗ୍ରାମର ଗଣେଶ ଧରୁଆ କହିଛନ୍ତି, ବାର୍‌ହାମାନେ ଚାଷଜମିକୁ ଆସି ବାରମ୍ବାର ଫସଲକ୍ଷତି କରୁଛନ୍ତି। କିନ୍ତୁ ଜମିପଟ୍ଟା ନ ଥିବାରୁ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ଫସଲକ୍ଷତି ବାବଦକୁ କ୍ଷତିପୂରଣ ମଧ୍ୟ ମିଳିପାରୁନାହିଁ । ସେହିପରି ଅନ୍ୟ ଜଣେ ଗ୍ରାମବାସୀ ସୁରେନ୍ଦ୍ର ବାଗ କହିଛନ୍ତି, ଜମିପଟ୍ଟା ନ ଥିବା ଯୋଗୁ ଚାଷୀ ପରିଚୟପତ୍ର ହୋଇପାରୁନାହିଁ। ଫଳରେ ସେମାନେ ସରକାରୀ ସହାୟକ ମୂଲ୍ୟରେ ଧାନବିକ୍ରି କରି ପାରୁନାହାନ୍ତି ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏହି ଦୃଷ୍ଟିରୁ ଗ୍ରାମର ସମସ୍ତ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ସହିତ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ, ନଚେତ୍‌ ସେମାନଙ୍କୁ ଗ୍ରାମରୁ ବିସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ଚକାନନ ବାଗ, ଅର୍ଜୁନ ବାଗ, ହେମାନନ୍ଦ ବାଗ, ଆନନ୍ଦ ବାଗଙ୍କ ସମେତ ବହୁ ଗ୍ରାମବାସୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri