କୁନି ଝିଅଙ୍କ ବାଉଁଶରାଣୀ ପ୍ରଦର୍ଶନ

ମହାକାଳପଡ଼ା,୧୧ା୨(ଡି.ଏନ.ଏ.): ପରିବାର ପ୍ରତିପୋଷଣ ପାଇଁ କୁନି ଝିଅଟିଏ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ସୁଦୂର ଛତିଶଗଡ଼ ଅଞ୍ଚଳରୁ ଏକ ଯାଦବ ସମ୍ପ୍ରଦାୟର ପରିବାର ଓଡ଼ିଶାର ଗଁାକୁ ଗଁା ବୁଲି ବାଉଁଶରାଣୀ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଛନ୍ତି। ଏହି ଯାଦବ ସମ୍ପ୍ରଦାୟର କୁନି ଝିଅ ଅନ୍ତରା ଯାଦବ (୧୦) ନିଜ ପରିବାର ସହିତ ଶୀତ ଋତୁରେ ବ୍ଲକ ଅଞ୍ଚଳରେ ବୁଲି ସଙ୍ଗୀତର ତାଳେ ତାଳେ ଝୁମି ବଉଁଶରାଣୀ ଖେଳ ଦେଖାଉଛନ୍ତି। ଦୁଇପାର୍ଶ୍ୱର ବାଉଁଶରେ ବନ୍ଧା ଯାଇଥିବା ପ୍ଲାଷ୍ଟିକ ରଶି ଉପରେ ଖାଲି ପାଦରେ ଚାଲିବା, ଗାଡ଼ି ରିମ୍‌ ଉପରେ ଚାଲିବା, ଥାଳି ଉପରେ ଚାଲିବା ସହିତ ମୁଣ୍ଡରେ କଳସ ରଖି ଭାରସାମ୍ୟ ରକ୍ଷା କରି ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରଦର୍ଶନ କରି ଲୋକଙ୍କ ମନ ମୋହୁଛନ୍ତି। ସେହିପରି ଅଙ୍କିତାଙ୍କ ମା’ ପ୍ରିୟଙ୍କାଙ୍କ କହିବା କଥା ଛୋଟ ବେଳୁ ମୁଁ ଏହି ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରୁଥିଲି। ମୁଁ ଏହି ଖେଳ ମୋ ଝିଅ ଅନ୍ତରାକୁ ତାଲିମ ଦେଇଛି। ଏବେ କରୋନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆମେ ଓଡ଼ିଶାର ଗଁା ଗଣ୍ଡାରେ ବୁଲି ଖେଳ ପ୍ରଦର୍ଶନ କରୁଛୁ। ଏହି ଖେଳକୁ ଦେଖି ଯିଏ ଯାହା ସାହାଯ୍ୟ କରୁଛନ୍ତି ଆମେ ଖୁସିରେ ଗ୍ରହଣ କରୁଛୁ। ମଧ୍ୟାହ୍ନରେ ଖେଳ ପ୍ରଦର୍ଶନ ସରିଲେ ଉକ୍ତ ଗ୍ରାମରୁ ମାଗି ଯାଚି ଖାଇ ଥାଉ। ରାତି ହେଲେ ଗଁା ବିଦ୍ୟାଳୟ ବାରଣ୍ଡା କିମ୍ବା ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇ ଥାଉ। ଆମ ସମ୍ପ୍ରଦାୟର ଏହି ଖେଳକୁ ପିଢ଼ି ପରେ ପିଢ଼ି ବେଉସା କରି ଆପଣେଇ ନେଇଛୁ। ଏତେ ଛୋଟ ବୟସରେ ବିପଦପୂର୍ଣ୍ଣ ଖେଳକୁ ଅଭ୍ୟାସ ଯୋଗୁ ସମ୍ଭବ ହୋଇପାରିଛି। ଦର୍ଶକଙ୍କ ତାଳି ଓ ଭଲ ପାଇବା ଆଗ୍ରହ ଦେଖି ଖେଳ ପ୍ରତି ମନୋବଳ ବୃଦ୍ଧି ପାଉଛି। ୩ ବର୍ଷ ଧରି ଓଡ଼ିଶା ମାଟିରେ ଖେଳ ପ୍ରଦର୍ଶନ କରିବା ପରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କହି ପାରୁଛୁ। ଆମର ଏହି ଖେଳକୁ ଓଡ଼ିଶାବାସୀ ଖୁବ୍‌ ପ୍ରଶଂସା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri