କୁନି ଝିଅଙ୍କ ବାଉଁଶରାଣୀ ପ୍ରଦର୍ଶନ

ମହାକାଳପଡ଼ା,୧୧ା୨(ଡି.ଏନ.ଏ.): ପରିବାର ପ୍ରତିପୋଷଣ ପାଇଁ କୁନି ଝିଅଟିଏ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ସୁଦୂର ଛତିଶଗଡ଼ ଅଞ୍ଚଳରୁ ଏକ ଯାଦବ ସମ୍ପ୍ରଦାୟର ପରିବାର ଓଡ଼ିଶାର ଗଁାକୁ ଗଁା ବୁଲି ବାଉଁଶରାଣୀ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଛନ୍ତି। ଏହି ଯାଦବ ସମ୍ପ୍ରଦାୟର କୁନି ଝିଅ ଅନ୍ତରା ଯାଦବ (୧୦) ନିଜ ପରିବାର ସହିତ ଶୀତ ଋତୁରେ ବ୍ଲକ ଅଞ୍ଚଳରେ ବୁଲି ସଙ୍ଗୀତର ତାଳେ ତାଳେ ଝୁମି ବଉଁଶରାଣୀ ଖେଳ ଦେଖାଉଛନ୍ତି। ଦୁଇପାର୍ଶ୍ୱର ବାଉଁଶରେ ବନ୍ଧା ଯାଇଥିବା ପ୍ଲାଷ୍ଟିକ ରଶି ଉପରେ ଖାଲି ପାଦରେ ଚାଲିବା, ଗାଡ଼ି ରିମ୍‌ ଉପରେ ଚାଲିବା, ଥାଳି ଉପରେ ଚାଲିବା ସହିତ ମୁଣ୍ଡରେ କଳସ ରଖି ଭାରସାମ୍ୟ ରକ୍ଷା କରି ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରଦର୍ଶନ କରି ଲୋକଙ୍କ ମନ ମୋହୁଛନ୍ତି। ସେହିପରି ଅଙ୍କିତାଙ୍କ ମା’ ପ୍ରିୟଙ୍କାଙ୍କ କହିବା କଥା ଛୋଟ ବେଳୁ ମୁଁ ଏହି ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରୁଥିଲି। ମୁଁ ଏହି ଖେଳ ମୋ ଝିଅ ଅନ୍ତରାକୁ ତାଲିମ ଦେଇଛି। ଏବେ କରୋନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆମେ ଓଡ଼ିଶାର ଗଁା ଗଣ୍ଡାରେ ବୁଲି ଖେଳ ପ୍ରଦର୍ଶନ କରୁଛୁ। ଏହି ଖେଳକୁ ଦେଖି ଯିଏ ଯାହା ସାହାଯ୍ୟ କରୁଛନ୍ତି ଆମେ ଖୁସିରେ ଗ୍ରହଣ କରୁଛୁ। ମଧ୍ୟାହ୍ନରେ ଖେଳ ପ୍ରଦର୍ଶନ ସରିଲେ ଉକ୍ତ ଗ୍ରାମରୁ ମାଗି ଯାଚି ଖାଇ ଥାଉ। ରାତି ହେଲେ ଗଁା ବିଦ୍ୟାଳୟ ବାରଣ୍ଡା କିମ୍ବା ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇ ଥାଉ। ଆମ ସମ୍ପ୍ରଦାୟର ଏହି ଖେଳକୁ ପିଢ଼ି ପରେ ପିଢ଼ି ବେଉସା କରି ଆପଣେଇ ନେଇଛୁ। ଏତେ ଛୋଟ ବୟସରେ ବିପଦପୂର୍ଣ୍ଣ ଖେଳକୁ ଅଭ୍ୟାସ ଯୋଗୁ ସମ୍ଭବ ହୋଇପାରିଛି। ଦର୍ଶକଙ୍କ ତାଳି ଓ ଭଲ ପାଇବା ଆଗ୍ରହ ଦେଖି ଖେଳ ପ୍ରତି ମନୋବଳ ବୃଦ୍ଧି ପାଉଛି। ୩ ବର୍ଷ ଧରି ଓଡ଼ିଶା ମାଟିରେ ଖେଳ ପ୍ରଦର୍ଶନ କରିବା ପରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କହି ପାରୁଛୁ। ଆମର ଏହି ଖେଳକୁ ଓଡ଼ିଶାବାସୀ ଖୁବ୍‌ ପ୍ରଶଂସା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri