ପ୍ରଦୂଷଣ ବଢାଉଛି ଚିନ୍ତା: ଶୀଘ୍ର ଯୁବତୀ ହେଉଛନ୍ତି କିଶୋରୀ

ନୂଆଦିଲ୍ଲୀ, ୨୭।୧୦: ପ୍ରତିବର୍ଷ ଚିନ୍ତା ବଢାଉଛି ପ୍ରଦୂଷଣ। ବଢୁଥିବା ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଯୋଗୁ ଶିଶୁ ଠାରୁ ବୁଢା ଯାଏଁ ଅସଂଖ୍ୟ ଅଚିହ୍ନା ରୋଗରେ ପୀଡିତ ହେଉଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନନୁସାରେ ବାୟୁ ପ୍ରଦୂଷଣ ହେତୁ କିଶୋରୀମାନେ ବୟସ ଠାରୁ ଶୀଘ୍ର ଯୌବନବସ୍ଥା ପ୍ରାପ୍ତ କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ।

ଇମୋରୀ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ଏକ ଅଧ୍ୟୟନ କରିଥିଲେ। ସେଥିରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଥିଲା। ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଋତୁସ୍ରାବରେ ଅନିୟମିତତା ଦେଖାଯାଉଛି। କିଶୋରୀମାନେ ଯଦି ପିଲାଦିନରୁ ଅଧିକ ପ୍ରଦୂଷଣ ହେଉଥିବା ସ୍ଥାନରେ ରହୁଛନ୍ତି ଅଳ୍ପ ବୟସରେ ସେମାନଙ୍କର ଋତୁସ୍ରାବ ଆରମ୍ଭ ହୋଇଯାଉଛି।।

୫୨୦୦ କିଶୋରୀଙ୍କୁ ନେଇ ଏହି ଅଧ୍ୟୟନରେ କରାଯାଇଥିଲା। ଏହି କିଶୋରୀଙ୍କର ବୟସ ୧୦ରୁ ୧୭ବର୍ଷ ମଧ୍ୟରେ ଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କର ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା। ସେମାନଙ୍କର ୧୨ବର୍ଷ ବୟସରୁ ହିଁ ଋତୁସ୍ରାବ ହୋଇଯାଇଥିଲା। ଯେଉଁ କିଶୋରୀମାନଙ୍କର ଜନ୍ମ ପୂର୍ବରୁ କିମ୍ବା ବାଲ୍ୟକାଳରେ ଚାରି ମାଇକ୍ରୋଗ୍ରାମରୁ ଅଧିକ ପିଏମ କଣିକା ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କର ଋତୁସ୍ରାବ ଶୀଘ୍ର ହୋଇଥିଲା।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁ କିଶୋରୀମାନଙ୍କ ଠାରେ ବୟସ ପୂର୍ବରୁ ଯୌବନବସ୍ଥାର ଲକ୍ଷଣ ଦେଖାଯାଏ। ବୟସ ଗଡିଲେ ସେମାନଙ୍କ ଠାରେ ବିଭିନ୍ନ ସ୍ୟାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଥାଏ। ଭବିଷ୍ୟତରେ ସେମାନଙ୍କଠାରେ ହୃଦଘାତ, ମଧୁମେହ ଏବଂ କର୍କଟ ରୋଗ ହେବାର ଆଶଙ୍କା ବଢିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri