Posted inଫୁରସତ

ମଣ୍ଡପ ବାହାରେ ‘ବାବୁ-ବାବୁ’ ଚିତ୍କାର କରୁଥିଲେ ପ୍ରେମିକା, ହେଲେ ଭିତରେ ସିନ୍ଦୁର ପିନ୍ଧାଇବାରେ ବ୍ୟସ୍ତ ରହିଲେ ଲିଭ୍‌ଇନ୍‌ ପ୍ରେମିକ…

ହୋଶଙ୍ଗାବାଦ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ବିବାହ ଚାଲିଥିବା ବେଳେ ମଣ୍ଡପ ବାହାରେ ଜଣେ ଯୁବତୀଙ୍କ ‘ବାବୁ-ବାବୁ’ ଚିତ୍କାର ଶୁଣି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ବିବାହ ଚାଲିଥିଲା। ଏଣୁ ବାହାରେ ଯୁବତୀଙ୍କ ଏଭଳି ଆଚରଣରୁ ଘଟଣା ବିଷୟରେ ଅନୁମାନ କରିବାକୁ ବେଶି ସମୟ ଲାଗି ନ ଥିଲା। କାରଣ ଏହା ପ୍ରେମ ଏବଂ ପ୍ରତାରଣାର କାହାଣୀ ଥିଲା।

ଧିରେ ଧିରେ ମାମଲା ଏତେ ବଢ଼ିଯାଇଥିଲା ଯେ ଘଟଣାସ୍ଥଳକୁ ପୋଲିସ ଡକାଯାଇଥିଲା। ପରେ ଯୁବତୀଙ୍କୁ ପୋଲିସ ଜୋର ଜବରଦସ୍ତ ଥାନାକୁ ନେଇଥିଲେ। ପୋଲିସ ଷ୍ଟେଶନରେ ଯୁବତୀଙ୍କୁ ହଙ୍ଗାମା କରିବା ପଛରେ କ’ଣ କାରଣ ଥିଲା ବୋଲି ପଚରାଯାଇଥିଲା। ସେ ନିଜର ଭଙ୍ଗା ହୃଦୟର କାହାଣୀ ସମସ୍ତଙ୍କୁ କହିଥିଲେ। ବିବାହ କରୁଥିବା ବ୍ୟକ୍ତିଙ୍କୁ ସେ ଦୀର୍ଘଦିନରୁ ପ୍ରେମ କରୁଥିଲେ। ଏପରିକି ଉଭୟ ଏକାଠି ଲିଭ୍‌ଇନ୍‌ରେ ରହୁଥିଲେ। ହେଲେ ଯେତେବେଳେ ବିବାହ କଥା ଉଠିଲା ସେ ଅନ୍ୟ ଜଣଙ୍କୁ ଚୟନ କରିଥିଲେ ବୋଲି କହିଥିଲେ। କଥା ଶୁଣି ପୋଲିସ ତାଙ୍କୁ ଅଭିଯୋଗ କରିବାକୁ ଚାହୁଁଥିଲେ କରିପାରିବେ ବୋଲି କହିଥିଲା। ହେଲେ ଯୁବତୀ ଲିଭ୍‌ଇନ୍‌ରେ ରହିଥିବାରୁ ଅଭିଯୋଗ କରିବେ ନାହିଁ ବୋଲି ସଫାସଫା ମନା କରିଥିଲେ।

କୁହାଯାଉଛି, ଯୁବତୀଜଣଙ୍କ ହୋଶଙ୍ଗାବାଦରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରିଥିଲେ। ଉକ୍ତ ଯୁବକ ମଧ୍ୟ ସେଠାରେ କାମ କରୁଥିଲେ। ଦୁହେଁ ପ୍ରେମରେ ପଡ଼ି ଲିଭ୍‌ଇନ୍‌ରେ ରହିବାକୁ ଚାହିଁଥିଲେ। ତାହା ହିଁ ହୋଇଥିଲା। ହେଲେ ଯୁବତୀଜଣଙ୍କ ହଠାତ ପୁଅର ବିବାହ ବିଷୟରେ ଜାଣିବାକୁ ପାଇଥିଲେ। ଏହାଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ହୋଶଙ୍ଗାବାଦରେ ବିବାହ ହେଉଥିବା ଜାଣି ସେଠାରେ ପହଞ୍ଚି ଯାଇଥିଲେ। ହେଲେ ସୁଫଳ ମିଳି ନ ଥିଲା। କାରଣ ସେ ପ୍ରେମିକଙ୍କୁ ଭେଟି ପାରି ନ ଥିଲେ।

ଯୁବତୀଜଣଙ୍କ ମଣ୍ଡପ ବାହାର ଗେଟ ଖୋଲି ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେଠାରେ ଥିବା ଲୋକେ ତାହା ହେବାକୁ ଦେଇ ନଥିଲେ। ତେବେ ଯୁବକଜଣଙ୍କ ବିବାହରେ ଯେପରି ବାଧା ନ ଉପୁଜେ ସେ ନେଇ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri