Categories: ଫୁରସତ

ସାପ ସହ ଏପରି ବସିଛି କୁନି ଝିଅ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ ଛୋଟ ଝିଅ ୧୨ ଫୁଟ୍‌ ହଳଦିଆ ରଙ୍ଗର ପାଇଥନ୍‌ ସହ ନିର୍ଭୟରେ ବସିଛି। ସାପଟି ମଧ୍ୟ ପିଲାଟିର କୌଣସି କ୍ଷତି କରୁନାହିଁ। ଏହି ଭିଡିଓ ଶେୟାର ହେବା ମାତ୍ରେ ପାଖାପାଖି ୫ ମିଲିୟନ ଭ୍ୟୁ ପାଇସାରିଲାଣି। ଶେୟାର ହୋଇଥିବା ଭିଡିଓର କ୍ୟାପଶନରେ ଲେଖାଅଛି, ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହି ଛୋଟ ଝିଅ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

Share