Posted inଜାତୀୟ

ବାପା ମଦ ପିଇବା ଛାଡିଦିଅ, ଚିଠି ଲେଖି ଜୀବନ ହାରିଲେ ଝିଅ

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶର କାନପୁର ଦେହାତରେ ଜଣେ ଛାତ୍ର ତାଙ୍କ ପିତାଙ୍କ ମଦ୍ୟପାନ କାରଣରୁ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା କାନପୁର ଦେହାତର ସିକନ୍ଦରା ସହରର ଅଟେ, ଯେଉଁଠାରେ ଜବାହର ନଗର ନିବାସୀ ସଞ୍ଚୟ ଦିବାକରଙ୍କ ଝିଅ ଏହି ପଦକ୍ଷେପ ନେଇଛନ୍ତି। ସେ ଜଣେ ମଧ୍ୟବର୍ତ୍ତୀ ଛାତ୍ରୀ ଥିଲେ। ସେ ଏକ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ସମୟରେ ମାଆ ସିକନ୍ଦରା ଜୁନିଅର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ଯାଇଥିବା ବେଳେ ବାପା ସଞ୍ଜୟ ମଧ୍ୟ ବାହାରକୁ କାମରେ ଯାଇଥିଲେ। ଯେତେବେଳେ ଘରକୁ ଆସି ଦେଖିଲେ ତାଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ। ପରିବାର ସଦସ୍ୟ ପୋଲିସକୁ ଏ ବିଷୟରେ ଜଣାଇଥିଲେ, ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲା ଏବଂ ସେହି ସ୍ଥାନରୁ ଆତ୍ମହତ୍ୟା ନୋଟ୍‌ ପାଇଥିଲା ଯେଉଁଥିରେ ସେ ଲେଖିଥିଲେ, ବାପା ମଦ୍ୟପାନ ଛାଡିଦିଅ। ତେବେ କୁହାଯାଉଛି ଯେ, ବାପାଙ୍କ ମଦ୍ୟପାନ କରୁଥିବାରୁ ଝିଅ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଚିଠିରେ ଲେଖାଅଛି, ମଦ୍ୟପାନ ହେତୁ ତାଙ୍କ ବାପା, ମାଙ୍କ ମଧ୍ୟରେ ବାରମ୍ବାର iଝଗଡା ହୁଏ ଯେଉଁଥିପାଇଁ ସେ ବହୁତ ଚାପରେ ରୁହନ୍ତି। ଛାତ୍ରୀଙ୍କ ମଧ୍ୟବର୍ତ୍ତୀ ପରୀକ୍ଷା ମଧ୍ୟ ଚାଲିଥିଲା ଏବଂ ଏହି ତିକ୍ତତା ହେତୁ ସେ ତାଙ୍କ ଅଧ୍ୟୟନରେ ଧ୍ୟାନ ଦେଇପାରୁ ନ ଥିଲେ। ଏହି କାରଣରୁ ଛାତ୍ରୀ ଜଣଙ୍କ ଏତେ ବଡ ପଦକ୍ଷେପ ନେଇଥିଲେ, ବର୍ତ୍ତମାନ ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri