ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି

ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ ହୋଇ ଥାନ୍ତା। ମାତ୍ରା ତାହା ଆଗରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଯୁବତୀ ତାହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଗାଁ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୀମଭୋଇ ହସ୍ପିଟାଳରେ ଭର୍ତ୍ତି କରାଯାଇଛି।