ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ବିଶ୍ୱାସ ହେଉନି। ଗାଁର ବିକାଶ ଚାଲିଛି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଗିରିଡ଼ିଆମ୍ବା ଗାଁରେ ବ୍ୟତିକ୍ରମ ବୋଲି ସ୍ପଷ୍ଟ ହୋଇଛି। ଗାଁରେ ଖୁଣ୍ଟ ପୋତା ଯାଇଥିଲା। ତା’ର ଟଣା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ଏଭଳି ସ୍ଥଳେ ୨୦୧୮ର ବାତ୍ୟା ତାର ଛିଣ୍ଡାଇ ଦେବା ପରେ ଗାଁ ଲୋକେ ଆଉ ବିଦ୍ୟୁତ୍‌ ଆଲୋକ ଦେଖି ପାରି ନାହାନ୍ତି। ବରଂ ଭଲ ଟ୍ରାନ୍ସଫର୍ମରୁ ବଦଳାଇ ଏକ ପୁରୁଣା ଟ୍ରାନ୍ସଫର୍ମର ରଖି କେତେଜଣ ବିଦ୍ୟୁତ୍‌ କର୍ମଚାରୀ ଲାଭବାନ ହୋଇଛନ୍ତି ବୋଲି ଅଭିଯୋଗ ଉଠିଛି ।ଗାଁକୁ ବିଦ୍ୟୁତ୍‌ ଯିବାକୁ ଆଦିବାସୀମାନେ ୧୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ମଧ୍ୟ ତାହା ପାଣିରେ ପଡିଛି। ଅନ୍ୟପକ୍ଷେ ଗାଁକୁ ବିଦ୍ୟୁତ୍‌ ନେବା ପାଇଁ ଗାଁର ଆଦିବାସୀମାନେ ବିଭିନ୍ନ ସମୟରେ ଜିଲାପାଳ, ବିଡିଓ, ଉପଜିଲାପାଳ, ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇଛନ୍ତି । ଏପରି କି ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମଧ୍ୟ ଏ ସଂକ୍ରାନ୍ତରେ ଜଣାଇଛନ୍ତି। ହେଲେ ସବୁ ଅଭିଯୋଗ ଶୀତଳଭଣ୍ଡାରରେ ପଡ଼ି ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗିରିଡ଼ିଆମ୍ବା ଗାଁରେ ୭ ପରିବାର ୫୦ ଆଦିବାସୀ ଲୋକ ବାସ କରନ୍ତି । ଗାଁକୁ ଯିବାକୁ ପିଚୁ ରାସ୍ତା ଅଛି । ହେଲେ ଗାଁକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦେବାକୁ କାହାରି ଆନ୍ତରିକତା ନାହିଁ । ଏନେଇ ଭଗବାନ ପ୍ରଧାନ କୁହନ୍ତି, ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ଆମକୁ ଖରାପ ଲାଗୁଛି । ଆଜିର ଯୁଗରେ ଆମ ଗାଁରେ ଲାଇନ ନାହିଁ କହିଲେ କେହି ବିଶ୍ୱାସ କରୁ ନାହାନ୍ତି । ବିଦ୍ୟୁତ୍‌ ଆଲୋକ ପାଇଁ ଆମେ ବହୁ ଚେଷ୍ଟା କରିବା ପରେ ଗାଁରେ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଥିଲା। ହେଲେ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ପଦକ୍ଷେପ ନିଆ ଯାଇ ନ ଥିଲା । ସମୟ ଗଡ଼ି ଚାଲିବା ପରେ ୨୦୧୮ର ବାତ୍ୟାରେ ତାର ଛିଣ୍ଡିଗଲା। ମରାମତି ପାଇଁ ଆଦିବାସୀମାନେ ବାରମ୍ବାର ବିଦ୍ୟୁତ୍‌୍‌ ବିଭାଗକୁ ଅବଗତ କରିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ଆଉ ତାର ଟଣା ହେଲାନି । ପରେ କେତେଜଣ ବିଦ୍ୟୁତ୍‌ କର୍ମଚାରୀ ଏକ ପୁରୁଣା ଟ୍ରାନ୍ସଫର୍ମର ରଖି ଗାଁର ନୂଆ ଟ୍ରାନ୍ସଫର୍ମର ନେଇଗଲେ। ଏହା ପରେ ବିଦ୍ୟୁତ୍‌ ଆଲୋକ ଦେଖିବା ଆମ ପାଇଁ ସ୍ବପ୍ନ ହୋଇଗଲା । ଗାଁରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆମେ ଟଙ୍କା ଆଦାୟ କରି ବିଭାଗୀୟ ଅଧିକାରୀଙ୍କୁ ଦେଇଥିଲୁ । କାମ ତ୍ୱରାନ୍ବିତ ହେବ ବୋଲି ଭାବିଥିଲୁ। ହେଲେ ଆମର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି। ପୁଣି ଜିଲା ଓ ବ୍ଲକ ପ୍ରଶାସନ ସମେତ ବିଦ୍ୟୁତ୍‌ ବିଭାଗରେ ବାରମ୍ବାର ଅଭିଯୋଗ କରୁଛୁ। ନିକଟରେ ଓଡ଼ଗାଁରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରିଥିଲୁ। ହେଲେ ଫଳ ଶୂନ। ଏଣୁ ଆମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ପାନୀୟଜଳ ପାଇଁ ନଦୀ,ବନ୍ଧ ଭରସା

ଗିରିଡ଼ିଆମ୍ବା ଗାଁରେ ପାନୀୟ ଜଳ ପାଇଁ ଫକେଇ ନଦୀ, ବୁଢ଼ାବୁଢ଼ୀଆଣି ଡ୍ୟାମ୍‌ ଭରସା । ଗାଁର ନନ୍ଦ କୂଅ ଶୁଖିଲା ପଡିଛି। ନନ୍ଦ କୂଅରେ ନଳକୂପ ହୋଇ ଲାଭ କିଛି ମିଳୁନି । ଏଭଳିସ୍ଥଳେ ଗାଁ ଲୋକେ ଫକେଇ ନଦୀ, ବୁଢ଼ାବୁଢ଼ୀଆଣି ଡ୍ୟାମ୍‌ ଉପରେ ନିର୍ଭର କରୁଛନ୍ତି। ଏନେଇ କାଶୀନାଥ ପ୍ରଧାନ କୁହନ୍ତି, ଗାଁରେ ଏକ ନଳକୂପ ଖନନ କରିବାର ଆବଶ୍ୟକତା ରହିଛି । ଜିଲା ଅଥବା ବ୍ଳକ ପ୍ରଶାସନର କେହି ଅଧିକାରୀ ଗାଁ ପରିକ୍ରମା କରିବାକୁ ଆସିଲେ ଆମ ଦୁଃଖ ଜାଣି ପାରନ୍ତେ। ଜିଲା ଓ ବ୍ଲକ୍‌ ପ୍ରଶାସନ ଗାଁର ପାନୀୟଜଳ ଓ ବିଦ୍ୟୁତ୍‌ ସମସ୍ୟା ଶୀଘ୍ର ସମାଧାନ କରିବା ଦରକାର ବୋଲିି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri