ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ବିଶ୍ୱାସ ହେଉନି। ଗାଁର ବିକାଶ ଚାଲିଛି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଗିରିଡ଼ିଆମ୍ବା ଗାଁରେ ବ୍ୟତିକ୍ରମ ବୋଲି ସ୍ପଷ୍ଟ ହୋଇଛି। ଗାଁରେ ଖୁଣ୍ଟ ପୋତା ଯାଇଥିଲା। ତା’ର ଟଣା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ଏଭଳି ସ୍ଥଳେ ୨୦୧୮ର ବାତ୍ୟା ତାର ଛିଣ୍ଡାଇ ଦେବା ପରେ ଗାଁ ଲୋକେ ଆଉ ବିଦ୍ୟୁତ୍‌ ଆଲୋକ ଦେଖି ପାରି ନାହାନ୍ତି। ବରଂ ଭଲ ଟ୍ରାନ୍ସଫର୍ମରୁ ବଦଳାଇ ଏକ ପୁରୁଣା ଟ୍ରାନ୍ସଫର୍ମର ରଖି କେତେଜଣ ବିଦ୍ୟୁତ୍‌ କର୍ମଚାରୀ ଲାଭବାନ ହୋଇଛନ୍ତି ବୋଲି ଅଭିଯୋଗ ଉଠିଛି ।ଗାଁକୁ ବିଦ୍ୟୁତ୍‌ ଯିବାକୁ ଆଦିବାସୀମାନେ ୧୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ମଧ୍ୟ ତାହା ପାଣିରେ ପଡିଛି। ଅନ୍ୟପକ୍ଷେ ଗାଁକୁ ବିଦ୍ୟୁତ୍‌ ନେବା ପାଇଁ ଗାଁର ଆଦିବାସୀମାନେ ବିଭିନ୍ନ ସମୟରେ ଜିଲାପାଳ, ବିଡିଓ, ଉପଜିଲାପାଳ, ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇଛନ୍ତି । ଏପରି କି ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମଧ୍ୟ ଏ ସଂକ୍ରାନ୍ତରେ ଜଣାଇଛନ୍ତି। ହେଲେ ସବୁ ଅଭିଯୋଗ ଶୀତଳଭଣ୍ଡାରରେ ପଡ଼ି ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
ସୂଚନା ଅନୁଯାୟୀ, ଗିରିଡ଼ିଆମ୍ବା ଗାଁରେ ୭ ପରିବାର ୫୦ ଆଦିବାସୀ ଲୋକ ବାସ କରନ୍ତି । ଗାଁକୁ ଯିବାକୁ ପିଚୁ ରାସ୍ତା ଅଛି । ହେଲେ ଗାଁକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦେବାକୁ କାହାରି ଆନ୍ତରିକତା ନାହିଁ । ଏନେଇ ଭଗବାନ ପ୍ରଧାନ କୁହନ୍ତି, ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ଆମକୁ ଖରାପ ଲାଗୁଛି । ଆଜିର ଯୁଗରେ ଆମ ଗାଁରେ ଲାଇନ ନାହିଁ କହିଲେ କେହି ବିଶ୍ୱାସ କରୁ ନାହାନ୍ତି । ବିଦ୍ୟୁତ୍‌ ଆଲୋକ ପାଇଁ ଆମେ ବହୁ ଚେଷ୍ଟା କରିବା ପରେ ଗାଁରେ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଥିଲା। ହେଲେ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ପଦକ୍ଷେପ ନିଆ ଯାଇ ନ ଥିଲା । ସମୟ ଗଡ଼ି ଚାଲିବା ପରେ ୨୦୧୮ର ବାତ୍ୟାରେ ତାର ଛିଣ୍ଡିଗଲା। ମରାମତି ପାଇଁ ଆଦିବାସୀମାନେ ବାରମ୍ବାର ବିଦ୍ୟୁତ୍‌୍‌ ବିଭାଗକୁ ଅବଗତ କରିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ଆଉ ତାର ଟଣା ହେଲାନି । ପରେ କେତେଜଣ ବିଦ୍ୟୁତ୍‌ କର୍ମଚାରୀ ଏକ ପୁରୁଣା ଟ୍ରାନ୍ସଫର୍ମର ରଖି ଗାଁର ନୂଆ ଟ୍ରାନ୍ସଫର୍ମର ନେଇଗଲେ। ଏହା ପରେ ବିଦ୍ୟୁତ୍‌ ଆଲୋକ ଦେଖିବା ଆମ ପାଇଁ ସ୍ବପ୍ନ ହୋଇଗଲା । ଗାଁରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆମେ ଟଙ୍କା ଆଦାୟ କରି ବିଭାଗୀୟ ଅଧିକାରୀଙ୍କୁ ଦେଇଥିଲୁ । କାମ ତ୍ୱରାନ୍ବିତ ହେବ ବୋଲି ଭାବିଥିଲୁ। ହେଲେ ଆମର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି। ପୁଣି ଜିଲା ଓ ବ୍ଲକ ପ୍ରଶାସନ ସମେତ ବିଦ୍ୟୁତ୍‌ ବିଭାଗରେ ବାରମ୍ବାର ଅଭିଯୋଗ କରୁଛୁ। ନିକଟରେ ଓଡ଼ଗାଁରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗ କରିଥିଲୁ। ହେଲେ ଫଳ ଶୂନ। ଏଣୁ ଆମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ପାନୀୟଜଳ ପାଇଁ ନଦୀ,ବନ୍ଧ ଭରସା

ଗିରିଡ଼ିଆମ୍ବା ଗାଁରେ ପାନୀୟ ଜଳ ପାଇଁ ଫକେଇ ନଦୀ, ବୁଢ଼ାବୁଢ଼ୀଆଣି ଡ୍ୟାମ୍‌ ଭରସା । ଗାଁର ନନ୍ଦ କୂଅ ଶୁଖିଲା ପଡିଛି। ନନ୍ଦ କୂଅରେ ନଳକୂପ ହୋଇ ଲାଭ କିଛି ମିଳୁନି । ଏଭଳିସ୍ଥଳେ ଗାଁ ଲୋକେ ଫକେଇ ନଦୀ, ବୁଢ଼ାବୁଢ଼ୀଆଣି ଡ୍ୟାମ୍‌ ଉପରେ ନିର୍ଭର କରୁଛନ୍ତି। ଏନେଇ କାଶୀନାଥ ପ୍ରଧାନ କୁହନ୍ତି, ଗାଁରେ ଏକ ନଳକୂପ ଖନନ କରିବାର ଆବଶ୍ୟକତା ରହିଛି । ଜିଲା ଅଥବା ବ୍ଳକ ପ୍ରଶାସନର କେହି ଅଧିକାରୀ ଗାଁ ପରିକ୍ରମା କରିବାକୁ ଆସିଲେ ଆମ ଦୁଃଖ ଜାଣି ପାରନ୍ତେ। ଜିଲା ଓ ବ୍ଲକ୍‌ ପ୍ରଶାସନ ଗାଁର ପାନୀୟଜଳ ଓ ବିଦ୍ୟୁତ୍‌ ସମସ୍ୟା ଶୀଘ୍ର ସମାଧାନ କରିବା ଦରକାର ବୋଲିି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri