Posted inଖେଳ

ଗିଲ୍‌ଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ, ୧୬।୫: ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଶତକ ଅର୍ଜନ କରି ସାରିଥିବା ଶୁବମନ ଗିଲ୍‌ ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ଗିଲଙ୍କ ୧୦୧ ରନ୍‌ ବଳରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ ସଂଗ୍ରହ କରିଛି ଗୁଜରାଟ ଟାଇଟନ୍ସ। ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟି ନଟରାଜନଙ୍କ ସ୍ଥାନରେ ଅନମୋଲପ୍ରୀତ ସିଂ ଓ ଶୁବମନ ଗିଲ୍‌ଙ୍କ ସ୍ଥାନରେ ୟଶ ଦୟାଲ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭାବରେ ସାମିଲ ହୋଇଥିଲେ।
ଗିଲ୍‌-ସୁଦର୍ଶନଙ୍କ ଶତକୀୟ ଭାଗୀଦାରି: ପ୍ରଥମ ଓଭରରେ ରିଦ୍ଧିମାନ ସାହାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ ଭୁବନେଶ୍ୱର କୁମାର। ତେବେ ଦ୍ୱିତୀୟ ଉଇକେଟରେ ୧୪୭ ରନ୍‌ ଯୋଡିଥିଲେ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନ। ୮୨ ବଲ୍‌ ଖେଳି ଉଭୟ ୧୪୭ ରନ୍‌ ଯୋଡି ଗୁଜରାଟକୁ ସଙ୍କଟରୁ ଉଦ୍ଧାର କରିଥିଲେ। ସୁଦର୍ଶନ ୪୭ ରନ୍‌ କରିଥିବା ବେଳେ ୧୦୧ ରନ୍‌ କରିଥିବା ଗିଲ୍‌ ନିଜ ଆଇପିଏଲ୍‌ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସୁଦର୍ଶନ ୩୬ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଗିଲ୍‌ ୫୮ ବଲ୍‌ ଖେଳି ୧୩ ଚୌକା ଓ ୧ ଛକା ମାରିଥିଲେ।
ମିଡିଲ ଅର୍ଡର ଫେଲ୍‌: ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟର ମିଡିଲ ଅର୍ଡର ସନରାଇଜର୍ସ ବିପକ୍ଷରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା। ଏକଦା ୨୩୦-୪୦ ରନ୍‌ କରିବା ଭଳି ଲାଗୁଥିବା ଗୁଜରାଟ ୧୮୮ ରନ୍‌ କରିବାରେ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଗିଲ୍‌ ଓ ସୁଦର୍ଶନଙ୍କୁ ଛାଡି ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବିଶିଷ୍ଟ ସ୍କୋରରେ ପହଞ୍ଚି ପାରି ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୮), ଡେଭିଡ୍‌ ମିଲର(୭), ରାହୁଲ ଟଓ୍ବେଟଟିଆ(୩), ଦସୁନ ସନକା(୯*) ଓ ରଶିଦ୍‌ ଖାନ୍‌(୦) ବିଫଳ ହୋଇଥିଲେ।
ଭୁବନେଶ୍ୱରଙ୍କ ୫ ବଲ୍‌ରେ ୪ ଉଇକେଟ: ଆଇପିଏଲ୍‌ କ୍ୟାରିୟରରେ ଭୁବନେଶ୍ୱର କୁମାର ଦ୍ୱିତୀୟ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ୩୦ ରନ୍‌ ଦେଇ ୫ ଉଇକେଟ ନେଇଥିବା ଭୁବନେଶ୍ୱର ଅନ୍ତିମ ଓଭର ବୋଲିଂ କରି ୫ ବଲ୍‌ରେ ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ। ପ୍ରଥମ ବଲରେ ଗିଲ୍‌ଙ୍କୁ ଆଉଟ କରିବା ପରେ ବିପଜ୍ଜନକ ରଶିଦ୍‌ ଖାନ୍‌ ଦ୍ୱିତୀୟ ବଲ୍‌ରେ କଟ୍‌ ବିହାଇଣ୍ଡ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଏକ ବାଇ ରନ୍‌ ନେବାକୁ ଯାଇ ନୁର ଅହମ୍ମଦ ରନ୍‌ ଆଉଟ ହୋଇଥିବା ବେଳେ ପଞ୍ଚମ ବଲରେ ଆଉଟ ହୋଇଥିଲେ ମହମ୍ମଦ ଶାମି। ହାଇଦ୍ରାବାଦ ପକ୍ଷରୁ ମାକ୍ରୋ ଜାନସେନ୍‌, ଫଜଲ୍ଲହକ୍‌ ଫାରୁକି ଓ ଟି ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୮୮/୯(ଶୁମବାନ ଗିଲ୍‌-୧୦୧, ସାଇ ସୁଦର୍ଶନ-୪୭, ଭୁବନେଶ୍ୱର କୁମାର-୫/୩୦, ମାକ୍ରୋ ଜାନସେନ୍‌-୧/୩୯, ଫଜଲ୍ଲହକ୍‌ ଫାରୁକି-୧/୩୧, ଟି ନଟରାଜନ-୧/୩୯)।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri