Posted inଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସୁଛି। ଭାରତର ତାରକା ଓପନର୍‌ ଶୁଭମନ ଗିଲ୍‌ ଆଜି ଚେନ୍ନାଇରୁ ଅହମ୍ମଦାବାଦ ଯିବେ। ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର ଜାରି ରହିବ ଏବଂ ସେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି। ଗିଲ୍‌ ଡେଙ୍ଗୁରେ ପୀଡିତ ଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିନଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ଚେନ୍ନାଇରେ ରହିଥିଲେ ଏବଂ ବାକି ଦଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଦିଲ୍ଲୀ ଯାଇଥିଲେ। ବର୍ତ୍ତମାନ ଗିଲ୍‌ ଅହମ୍ମଦାବାଦରେ ଭାରତୀୟ ଦଳରେ ଯୋଗଦେବେ। ଏଠାରେ ଭାରତକୁ ୧୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ।

ଗିଲ୍‌ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିସିସିଆଇ ଦ୍ୱାରା କୌଣସି ଅପ୍‌ଡେଟ ଦିଆଯାଇନାହିଁ। ତେବେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଗିଲ୍‌ ଆଜି ଅହମ୍ମଦାବାଦରେ ପହଞ୍ଚିବେ ଏବଂ ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

ସବୁ ଛଡାଇ ନେଲେ ମମତା! I-PAC ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ED

କୋଲକାତା,୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର (ଜାନୁଆରୀ ୧୦, ୨୦୨୬) I-PAC ମାମଲାରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ, ED...

ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ...

ଖାମେନେଇଙ୍କ ଫଟୋରେ ନିଆଁ ଲଗାଇ ସିଗାରେଟ ଟାଣୁଛନ୍ତି ମହିଳା, ଭିଡିଓ ହେଉଛି ଭାଇରାଲ

ତେହେରାନ,୧୦।୧: ଇରାନରେ ଚାଲିଥିବା ରକ୍ତାକ୍ତ ଜନବିପ୍ଳବ ମଧ୍ୟରେ, ଏକ ନୂତନ ପ୍ରତିବାଦର ଧାରା ଦେଖାଦେଇଛି, ଇରାନୀ ମହିଳାମାନେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ...

ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର! ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କୁ ଜମା କରିବାକୁ ପଡିବ ଏତେ ହଜାର କୋଟି ଟଙ୍କାର ବଣ୍ଡ

ନୂଆଦିଲ୍ଲୀ,୧୦।୧: ଜୋହୋର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ବୁଙ୍କ ଛାଡପତ୍ରକୁ ଭାରତର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଉଛି। କାଲିଫର୍ନିଆରେ ଚାଲିଥିବା ଛାଡପତ୍ର ମାମଲାରେ, କୋର୍ଟ...

ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…

ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି...

ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର/ରାଉରକେଲା,୧୦ା୧: ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri