Posted inଜାତୀୟ

ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…

କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୌତୁକ ବର୍ଗରେ କେଉଁ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରାଯିବା ଏବଂ କାହାକୁୂ ନୁହେଁ ସେନେଇ ବିତର୍କ ମଧ୍ୟ ଲାଗି ରହିଥାଏ। ଏପରିସ୍ଥଳେ କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ, ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ।

ହାଇକୋର୍ଟ କହିଛନ୍ତି ଯେ, ସୁଖମୟ ଜୀବନ ପାଇଁ ବିବାହ ସମୟରେ ଝିଇକୁ ଦିଆଯାଇଥିବା ସମସ୍ତ ଉପହାର ଯୌତୁକ ନିରୋଧକ ଆଇନ-୧୯୬୧ ଅନୁଯାୟୀ ଯୌତୁକ ବର୍ଗରେ ରଖାଯାଇପାରିବ ନାହିଁ । ଜଣେ ମହିଳାଙ୍କ ଆବେଦନ ଉପରେ କୋର୍ଟର ଜଣିକିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏମ୍‌.ଆର୍‌. ଅନିଥାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହା କହିଛନ୍ତି।

ଠୋଡିୟୁର ଜଣେ ବାସିନ୍ଦା କୋଲ୍ଲମ ଜିଲାର ଯୌତୁକ ନିରୋଧକ ଅଫିସରଙ୍କ ନିକଟରେ ଏକ ଆଦେଶ ବିରୋଧରେ ଆବେଦନ କରିଥିଲେ। ଆଦେଶ ଅନୁଯାୟୀ, ତାଙ୍କ ପିତାମାତା ବିବାହ ସମୟରେ ଦେଇଥିବା ସମସ୍ତ ଅଳଙ୍କାର ଉପହାର ତାଙ୍କୁ ଫେରାଇବାକୁ କୁହାଯାଇଥିଲା। ଏହି ସମଗ୍ର ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ ସୁନା ଅଳଙ୍କାର ଉପହାରଗୁଡ଼ିକ ଯୌତୁକ ଭାବେ ପ୍ରଦାନ କରାଯାଇଛି କି ନାହିଁ ତାହା ଅଧିକାରୀ ନିଶ୍ଚିତ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଏଥି ସହିତ, ଦୀପ୍ତି କେ.ଏସ୍‌ କହିଥିଲେ ଯେ ୨୦୨୦ରେ ତାଙ୍କୁ ବିବାହ ସମୟରେ ଦିଆଯାଇଥିବା ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ। ମହିଳା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଅଳଙ୍କାରକୁ ବ୍ୟାଙ୍କ ଲକରରେ ରଖାଯାଇଛି। ଏଥିସହିତ ମହିଳାଙ୍କ ଦାବି ଅନୁଯାୟୀ ତାଙ୍କୁ ସୁନା ଅଳଙ୍କାର ଫେରସ୍ତ କରିବାକୁ ଅଭିଯୁକ୍ତ ସମ୍ମତି ପ୍ରଦାନ କରିଛନ୍ତି। ଯାହା ପରେ ମାମଲା ସମାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri