Posted inଫୁରସତ

ଭଉଣୀ ପାଇଁ ଗିଫ୍ଟ

ଆଉ ମାତ୍ର ଦୁଇଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇର ଦୀର୍ଘ ଜୀବନ
କାମନା କରି ତା’ ହାତରେ ସ୍ନେହ, ଶ୍ରଦ୍ଧାର ପ୍ରତୀକ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଉତ୍କଣ୍ଠା କହିଲେ ନ ସରେ। ଆଉ ତା’ ବଦଳରେ କ’ଣ ଉପହାର ଦେଲେ ଭଉଣୀ ଖୁସିହେବ, ତା’କୁ ନେଇ ଭାଇମାନେ ବି ରଖିଛନ୍ତି ଅନେକ ପ୍ଲାନିଂ। ଯଦି ଭଉଣୀକୁ କ’ଣ ଗିଫ୍ଟ ଦେବେ ଭାବୁଛନ୍ତି, ତେବେ ଜାଣିରଖନ୍ତୁ କେତୋଟି ଗିଫ୍ଟ ଆଇଡିଆ…

ଡ୍ରେସ୍‌: ଯଦିଓ ଉପହାରରେ ଦେବାକୁ ଏହା ସବୁଠୁ ସହଜ ଉପାୟ, ତଥାପି ଝିଅମାନେ ନୂଆ ଡ୍ରେସ୍‌ ଦେଖିଲେ ବହୁତ ଖୁସି ହୁଅନ୍ତି। ତେଣୁ ଆପଣଙ୍କ ଗିଫ୍ଟ ଲିଷ୍ଟରେ ଏହାକୁ ସାମିଲ କରିପାରନ୍ତି।

ଆସେସରିଜ୍‌: ବର୍ତ୍ତମାନ ମାର୍କେଟ୍‌ରେ ଭଳିକି ଭଳି ଆକର୍ଷଣୀୟ ଡିଜାଇନ୍‌ର ଜୋତା, ବ୍ୟାଗ୍‌, ରିଷ୍ଟଓ୍ବାଚ୍‌ ଆଦି ମିଳୁଛି। ଏହା ମଧ୍ୟ ଭଉଣୀକୁ ଗିଫ୍ଟ କରିପାରିବେ।

ମୋବାଇଲ୍‌ ଫୋନ୍‌, କ୍ୟାମେରା: ଆଜିକାଲି ଝିଅମାନଙ୍କ ଭିତରେ ମୋବାଇଲ୍‌ ଫୋନ୍‌କୁ ନେଇ କ୍ରେଜ୍‌ କେତେ ତାହା କିଏ ବା ନ ଜାଣେ! ତେଣୁ ଯଦି ଆପଣଙ୍କ ଭଉଣୀ ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଆଦି ପୋଷ୍ଟ କରିବାର ରୁଚି ରଖନ୍ତି; ତେବେ ଏକ ଲାଟେଷ୍ଟ ଫିଚର୍ସ ଥିବା ଫୋନ୍‌ ଗିଫ୍ଟ କରନ୍ତୁ, ଦେଖିବେ ସେ ବହୁତ ଖୁସି ହେବେ। ସେହିପରି ଭଉଣୀ ୟୁଟ୍ୟୁବର୍‌ ହୋଇଥିଲେ କିମ୍ବା ଫଟୋଗ୍ରାଫିରେ ରୁଚି ରଖୁଥିଲେ ଏକ ଭଲ କ୍ୟାମେରା ଗିଫ୍ଟ କରିପାରିବେ। ଏହାସହ ଟ୍ରାଇପଡ୍‌, ସେଲ୍ଫି ଷ୍ଟିକ୍‌ ଆଦି ମଧ୍ୟ ଦେଇପାରିବେ।

ଇ-ଗିଫ୍ଟ ଭାଉଚର: ବର୍ତ୍ତମାନ ଦୂରରେ ଥିବା କାରଣରୁ ହେଉ କିମ୍ବା ଭଉଣୀର ପସନ୍ଦ ମୁତାବକ କ’ଣ କିଣିବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଅନ୍‌ଲାଇନ୍‌ ଗିଫ୍ଟ ଭାଉଚର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣ ନିଜ ବଜେଟ ଅନୁଯାୟୀ ଭଉଣୀକୁ ମନ ପସନ୍ଦର ଗିଫ୍ଟ ବାଛିବାର ସୁଯୋଗ ଦେଇ ଅଧିକ ଖୁସି କରାଇପାରିବେ।

ଜିମ୍‌ ଗ୍ୟାଜେଟ୍ସ: ଯଦି ଆପଣଙ୍କ ଭଉଣୀ ଫିଟ୍‌ନେସ୍‌କୁ ନେଇ ବେଶ୍‌ ସଜାଗ, ତେବେ ତାଙ୍କୁ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌, ଯୋଗ ମ୍ୟାଟ୍‌, ଟ୍ରେଡ୍‌ମିଲ୍‌, ଏକ୍ସରସାଇଜ୍‌ ସାଇକେଲ୍‌, ଡମ୍‌ବେଲ୍‌, ଏକ୍ସରସାଇଜ୍‌ ବଲ ଆଦି ଆବଶ୍ୟକ ଜିମ୍‌ ଗ୍ୟାଜେଟ୍‌ ଉପହାରରେ ଦେଇପାରିବେ। ଏହା ସହ ସ୍ପୋଟର୍‌ସ ସୁଜ୍‌, ଏକ୍ସରସାଇଜ୍‌ ଡ୍ରେସ୍‌, ଥର୍ମୋ ଓ୍ବାଟର ବଟଲ ବି ଦେଇପାରିବେ।

ମେକ୍‌ଅପ୍‌ କିଟ୍‌ ଏବଂ ବ୍ୟୁଟିପାର୍ଲର କୁପନ: ଝିଅମାନେ ସାଧାରଣତଃ ମେକ୍‌ଅପ୍‌ପ୍ରିୟ। ତେଣୁ ମେକ୍‌ଅପ୍‌ କିଟ୍‌ କିମ୍ବା କୌଣସି ବ୍ୟୁଟିପାର୍ଲର ସ୍ପେଶାଲ କୁପନ୍‌ ଗିଫ୍ଟ କଲେ ଆପଣଙ୍କ ଭଉଣୀ ନିଶ୍ଚୟ ଖୁସିହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri