ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର, ୧୮।୯(ବ୍ୟୁରୋ):  ରାଜ୍ୟରେ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରିଛନ୍ତି। ଏଥିପାଇଁ ଶନିବାର ୫ଜଣ ବନ ଅଧିକାରୀଙ୍କୁ ବଦଳି କରାଯାଇ ଜେଟିଏଫ୍‌ରେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ପିସିସିଏଫ୍‌ କାର୍ଯ୍ୟାଳୟର ଏସିଏଫ୍‌ ରାମପଦ ଅରବିନ୍ଦ ମିଶ୍ର ଓ ନଗର ବନଖଣ୍ଡର ଏସିଏଫ୍‌ ସାଧନା ବେହେରା ଏବଂ ଭୁବନେଶ୍ୱର ସର୍କଲ ଆର୍‌ସିସିଏଫ୍‌ କାର୍ଯ୍ୟାଳୟର ରେଞ୍ଜର ଭାଗ୍ୟଲକ୍ଷ୍ମୀ ବାରିକ, ଶୁଭଶ୍ରୀ ଦାସ ଓ ରେଢ଼ାଖୋଲ(କେନ୍ଦୁପତ୍ର) ବନଖଣ୍ଡ ବାହାଲପଦର ବନାଞ୍ଚଳର ଜୟନ୍ତ କୁମାର ଦାସ। ଏ ନେଇ ଶନିବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ.୧୪୭୦୬) ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ବର୍ଷର ହାତୀ ମୃତ୍ୟୁ ତଥ୍ୟ ଦାଖଲ କରାଯାଇଥିଲା, ଯେଉଁଥିରେ ଅନେକ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ତଥ୍ୟ ନ ଥିଲା। ଏହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ପିସିସିଏଫ୍‌ ଓ ପୋଲିସ ଡିଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଜର ହୋଇଥିଲେ। ହାତୀ ଓ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ସରକାର ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଗତ ୧୩ ତାରିଖରେ ଜେଟିଏଫ୍‌ ଗଠନ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ଅନୁସାରେ ଜେଟିଏଫ୍‌ରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଅଧ୍ୟକ୍ଷ ଥିବାବେଳେ ଜଣେ ଡିଏଫ୍‌ଓ, ୨ଜଣ ଏସିଏଫ୍‌, ୩ଜଣ ରେଞ୍ଜର, ଜଣେ ଏସ୍‌ପି କିମ୍ବା ଅତିରିକ୍ତ ଏସ୍‌ପି, ଦୁଇଜଣ ଇନ୍ସପେକ୍ଟର, ୩ଜଣ ସବ୍‌ ଇନ୍ସପେକ୍ଟର ସଦସ୍ୟ ଭାବେ ରହିବେ। ବନ୍ୟପ୍ରାଣୀ ବିଶେଷଜ୍ଞ ଭାବେ ଏସିଆନ ନେଚର କଞ୍ଜରଭେଶନ ଫାଉଣ୍ଡେଶନର ପ୍ରଫେସର ରମଣ ସୁକୁମାର, ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟର ଜିତାଶତ୍ରୁ ମହାନ୍ତି ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ଏଲିଫାଣ୍ଟ ସେଲ୍‌ର ନ୍ୟାଶନାଲ କୋର୍ଡିନେଟର ଡ. ପ୍ରଜ୍ଞା ପଣ୍ଡାଙ୍କ ସମେତ ଦୁଇଜଣ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ରଖାଯାଇଛି। ଏବେ ଦୁଇଜଣ ଏସିଏଫ୍‌ ଓ ୩ଜଣ ରେଞ୍ଜରଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।

 

ଜେଟିଏଫ୍‌ରେ ମନୋନୀତ ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟାପ୍ରାଣୀ ବିଶେଷଜ୍ଞ। ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ରମଣ ସୁକୁମାର ଏବଂ ଜିତାଶତ୍ରୁ ମହାନ୍ତି ଉଭୟ ଓଡ଼ିଶା ବନ ବିଭାଗର ଠିକାଦାର। ସେମାନେ ବି ବିଭାଗରୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଟଙ୍କା ନେଇଥାନ୍ତି। ହାତୀ ବିଷୟରେ ସେମାନଙ୍କ ଜ୍ଞାନକୁ କେହି ପ୍ରଶ୍ନ କରୁନାହାନ୍ତି, କିନ୍ତୁ ହାତୀ ଶୀକାର କିମ୍ବା ବନ୍ୟପ୍ରାଣୀ ଅପରାଧ ରୋକିବାରେ ତାଙ୍କର ଭୂମିକା ନାହିଁ। ତେଣୁ ବନ ବିଭାଗର ଅବହେରା ଓ କୁକର୍ମକୁ ଯେ ସେମାନେ ପଦାରେ ପକାଇବେ ତାହା ସନ୍ଦେହ ସୃଷ୍ଟି କରୁଛି। ସେହିପରି ଯେଉଁ ଦୁଇଜଣ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଏଥିରେ ସାମିଲ କରାଯାଇଛି, ସେମାନଙ୍କର ବନ୍ୟପ୍ରାଣୀ ଅପରାଧ ଦମନ ବା ଶିକାରୀଙ୍କୁ ଧରିବାରେ ସେପରି କିଛି କାର୍ଯ୍ୟ କରିଥିବାର ନଜିର ନାହିଁ। ଅନ୍ୟପକ୍ଷରେ ବନ୍ୟପ୍ରାଣୀ ଶୀକାର ବା ଅପରାଧ ରୋକିବାରେ ଯଥେଷ୍ଟ ଅବଦାନ ଅଧିକାରୀ, ବିଶେଷଜ୍ଞ ଓ ବ୍ୟକ୍ତିବିଶେଷଙ୍କୁ ବନ ବିଭାଗ ଜାଣିଶୁଣି ଟିମ୍‌ରୁ ବାଦ୍‌ ଦେଇଛି। ସେହିଭଳି ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରଜ୍ଞା ପଣ୍ଡାଙ୍କର ଏପରି ଅପରାଧ ରାକିବାରେ ରେକର୍ଡ ନାହିଁ। ଏହାବ୍ୟତୀତ ସରକାରୀ ଅଧିକାରୀଙ୍କ ବ୍ୟତୀତ ନିରପେକ୍ଷ ବ୍ୟକ୍ତିଙ୍କୁ କମିଟିରେ ନ ନେଇ ହାଇକୋର୍ଟଙ୍କୁ ଭୂଆଁ ବୁଲାଇବାକୁ ଏହା ବନ ବିଭାଗର ଏକ ଅପଚେଷ୍ଟା ବୋଲି ବିଶ୍ୱଜିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri