ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର, ୧୮।୯(ବ୍ୟୁରୋ):  ରାଜ୍ୟରେ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରିଛନ୍ତି। ଏଥିପାଇଁ ଶନିବାର ୫ଜଣ ବନ ଅଧିକାରୀଙ୍କୁ ବଦଳି କରାଯାଇ ଜେଟିଏଫ୍‌ରେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ପିସିସିଏଫ୍‌ କାର୍ଯ୍ୟାଳୟର ଏସିଏଫ୍‌ ରାମପଦ ଅରବିନ୍ଦ ମିଶ୍ର ଓ ନଗର ବନଖଣ୍ଡର ଏସିଏଫ୍‌ ସାଧନା ବେହେରା ଏବଂ ଭୁବନେଶ୍ୱର ସର୍କଲ ଆର୍‌ସିସିଏଫ୍‌ କାର୍ଯ୍ୟାଳୟର ରେଞ୍ଜର ଭାଗ୍ୟଲକ୍ଷ୍ମୀ ବାରିକ, ଶୁଭଶ୍ରୀ ଦାସ ଓ ରେଢ଼ାଖୋଲ(କେନ୍ଦୁପତ୍ର) ବନଖଣ୍ଡ ବାହାଲପଦର ବନାଞ୍ଚଳର ଜୟନ୍ତ କୁମାର ଦାସ। ଏ ନେଇ ଶନିବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ.୧୪୭୦୬) ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ବର୍ଷର ହାତୀ ମୃତ୍ୟୁ ତଥ୍ୟ ଦାଖଲ କରାଯାଇଥିଲା, ଯେଉଁଥିରେ ଅନେକ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ତଥ୍ୟ ନ ଥିଲା। ଏହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ପିସିସିଏଫ୍‌ ଓ ପୋଲିସ ଡିଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଜର ହୋଇଥିଲେ। ହାତୀ ଓ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ସରକାର ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଗତ ୧୩ ତାରିଖରେ ଜେଟିଏଫ୍‌ ଗଠନ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ଅନୁସାରେ ଜେଟିଏଫ୍‌ରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଅଧ୍ୟକ୍ଷ ଥିବାବେଳେ ଜଣେ ଡିଏଫ୍‌ଓ, ୨ଜଣ ଏସିଏଫ୍‌, ୩ଜଣ ରେଞ୍ଜର, ଜଣେ ଏସ୍‌ପି କିମ୍ବା ଅତିରିକ୍ତ ଏସ୍‌ପି, ଦୁଇଜଣ ଇନ୍ସପେକ୍ଟର, ୩ଜଣ ସବ୍‌ ଇନ୍ସପେକ୍ଟର ସଦସ୍ୟ ଭାବେ ରହିବେ। ବନ୍ୟପ୍ରାଣୀ ବିଶେଷଜ୍ଞ ଭାବେ ଏସିଆନ ନେଚର କଞ୍ଜରଭେଶନ ଫାଉଣ୍ଡେଶନର ପ୍ରଫେସର ରମଣ ସୁକୁମାର, ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟର ଜିତାଶତ୍ରୁ ମହାନ୍ତି ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ଏଲିଫାଣ୍ଟ ସେଲ୍‌ର ନ୍ୟାଶନାଲ କୋର୍ଡିନେଟର ଡ. ପ୍ରଜ୍ଞା ପଣ୍ଡାଙ୍କ ସମେତ ଦୁଇଜଣ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ରଖାଯାଇଛି। ଏବେ ଦୁଇଜଣ ଏସିଏଫ୍‌ ଓ ୩ଜଣ ରେଞ୍ଜରଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି।

 

ଜେଟିଏଫ୍‌ରେ ମନୋନୀତ ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟାପ୍ରାଣୀ ବିଶେଷଜ୍ଞ। ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ରମଣ ସୁକୁମାର ଏବଂ ଜିତାଶତ୍ରୁ ମହାନ୍ତି ଉଭୟ ଓଡ଼ିଶା ବନ ବିଭାଗର ଠିକାଦାର। ସେମାନେ ବି ବିଭାଗରୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଟଙ୍କା ନେଇଥାନ୍ତି। ହାତୀ ବିଷୟରେ ସେମାନଙ୍କ ଜ୍ଞାନକୁ କେହି ପ୍ରଶ୍ନ କରୁନାହାନ୍ତି, କିନ୍ତୁ ହାତୀ ଶୀକାର କିମ୍ବା ବନ୍ୟପ୍ରାଣୀ ଅପରାଧ ରୋକିବାରେ ତାଙ୍କର ଭୂମିକା ନାହିଁ। ତେଣୁ ବନ ବିଭାଗର ଅବହେରା ଓ କୁକର୍ମକୁ ଯେ ସେମାନେ ପଦାରେ ପକାଇବେ ତାହା ସନ୍ଦେହ ସୃଷ୍ଟି କରୁଛି। ସେହିପରି ଯେଉଁ ଦୁଇଜଣ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଏଥିରେ ସାମିଲ କରାଯାଇଛି, ସେମାନଙ୍କର ବନ୍ୟପ୍ରାଣୀ ଅପରାଧ ଦମନ ବା ଶିକାରୀଙ୍କୁ ଧରିବାରେ ସେପରି କିଛି କାର୍ଯ୍ୟ କରିଥିବାର ନଜିର ନାହିଁ। ଅନ୍ୟପକ୍ଷରେ ବନ୍ୟପ୍ରାଣୀ ଶୀକାର ବା ଅପରାଧ ରୋକିବାରେ ଯଥେଷ୍ଟ ଅବଦାନ ଅଧିକାରୀ, ବିଶେଷଜ୍ଞ ଓ ବ୍ୟକ୍ତିବିଶେଷଙ୍କୁ ବନ ବିଭାଗ ଜାଣିଶୁଣି ଟିମ୍‌ରୁ ବାଦ୍‌ ଦେଇଛି। ସେହିଭଳି ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରଜ୍ଞା ପଣ୍ଡାଙ୍କର ଏପରି ଅପରାଧ ରାକିବାରେ ରେକର୍ଡ ନାହିଁ। ଏହାବ୍ୟତୀତ ସରକାରୀ ଅଧିକାରୀଙ୍କ ବ୍ୟତୀତ ନିରପେକ୍ଷ ବ୍ୟକ୍ତିଙ୍କୁ କମିଟିରେ ନ ନେଇ ହାଇକୋର୍ଟଙ୍କୁ ଭୂଆଁ ବୁଲାଇବାକୁ ଏହା ବନ ବିଭାଗର ଏକ ଅପଚେଷ୍ଟା ବୋଲି ବିଶ୍ୱଜିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri