କାଇଁଚ ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ଦାବି

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳୀ ସମେତ ଓଡ଼ିଶାର ୭ଟି ସାମଗ୍ରୀର ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ପାଇଁ ତାଲିକାଭୁକ୍ତ ହୋଇଛି। ଏବେ ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ ଟ୍ୟାଗ୍‌ ଦାବି ଜୋର ଧରିଛି। ଏ ନେଇ ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ ହେଉଛି। କାଇଁଚ ଶିଳ୍ପର ସମସ୍ତ ତଥ୍ୟ ସଂଗ୍ରହ ହେଉଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଜାତୀୟ ହସ୍ତଶିଳ୍ପ ମେଳାରେ ପ୍ରକାଶ କରିଥିଲେ। ଏଥିସହ ହସ୍ତଶିଳ୍ପ ବିଭାଗ ସଚିବ ଶୋଭା ଶର୍ମା ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି କଳାକୃତିରେ ୩,୧୨୮ ଜଣ ମହିଳା ସାମିଲ ହୋଇଥିବା ବେଳେ ୧,୪୭୯ ଜଣଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଅପରପକ୍ଷରେ ୨୦୨୨ ଅକ୍ଟୋବର ସୁଦ୍ଧା ସ୍କିଲ ଆକ୍ୟୁଜିଶନ ଆଣ୍ଡ ନଲେଜ ଆୱାରନେସ୍‌ ଫର୍‌ ଲାଇଭଲିହୁଡ୍‌ ପ୍ରପୋଶନ (ସଂକଳ୍ପ) ମାଧ୍ୟମରେ ଅନ୍ୟ ୫୧୪ ମହିଳା ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହିଳାଙ୍କ ହସ୍ତଶିଳ୍ପ ଏବେ ଅନ୍‌ଲାଇନ ମାଧ୍ୟମରେ ଦେଶବିଦେଶର ବହୁ ଗ୍ରାହକଙ୍କ ଆକର୍ଷଣ ସାଜିଥିବାରୁ ଏହାକୁ ରାଜ୍ୟ ସରକାର ଜିଆଇ ଟ୍ୟାଗ୍‌ ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ତରାଣ୍ଡୋ ଗ୍ରାମର ପ୍ରଭାତୀ ତ୍ରିପାଠୀ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି ଅନନ୍ୟ କୃତିକୁ ସ୍ବୀକୃତି ମିଳିବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି। ବିଲବାଡ଼ିରେ ନଷ୍ଟ ହେଉଥିବା ସୁନେଲି କାଇଁଚ ଏବେ ପ୍ରକୃତ ସୁନା ଭାବେ ଗଣନା ହେଉଛି। କାଇଁଚ ଦ୍ୱାରା ପ୍ରସ୍ତୁତ ପାଛିଆ, ଟୋପି, ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭକରି କାନର ଝୁମୁକା, ରାଖୀ ଆଦି ଦେଶ ବିଦେଶରେ ଆକର୍ଷଣ ସାଜିଛି। ଗତ କରୋନା ସମୟରେ ମହିଳା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ପ୍ରାୟ ୧୫ ହଜାର ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା ଓ କୁଏଟ ପରି ଦେଶକୁ ଅନ୍‌ଲାଇନ ବିକ୍ରି ମାଧ୍ୟମରେ ଯାଇଛି। ଜଜାଙ୍ଗର ବିଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, କାଇଁଚ ସାମଗ୍ରୀ ଖୁବ୍‌ ଆକର୍ଷଣୀୟ। ଘରକରଣାଠାରୁ ସୌଖୀନ ସାମଗ୍ରୀ ଏଠାରେ ପ୍ରସ୍ତୁତ ହେଉଛି। ତେବେ କାଇଁଚ ସଂଗ୍ରହଠାରୁ ସାମଗ୍ରୀ ପ୍ରସ୍ତୁତି ମଧ୍ୟରେ ହସ୍ତଶିଳ୍ପୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼େ। ବର୍ଷାଦିନେ ବିଲ, ଗଡ଼ିଆ, ପଡ଼ିଆ ଆଦି ସ୍ଥାନରେ ୫ରୁ ୬ ଫୁଟ ଲମ୍ବର ଏହି କାଇଁଚକୁ ସଂଗ୍ରହ କରିବାକୁ ହୁଏ। ଏହି ସମୟରେ ଗଛର ରଙ୍ଗ ସବୁଜ ଥିବା ବେଳେ ଶୁଖିଗଲେ ସୁନେଲି ରଙ୍ଗ ଆସେ। ସଂଗୃହୀତ କାଇଁଚ ମଧ୍ୟରୁ ସାମଗ୍ରୀ ପାଇଁ ଉପଯୁକ୍ତ କାଇଁଚକୁ ବଛାଯାଏ। ସାମଗ୍ରୀର ଆବଶ୍ୟକତା ଅନୁଯାୟୀ ରଙ୍ଗ ହୁଏ। ପରେ ଏହା ସମାଗ୍ରୀର ରୂପ ନିଏ। ସମୟ ସାପେକ୍ଷ ହେଲେ ମଧ୍ୟ କାଇଁଚ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବତନ୍ତ୍ର ପରିଚୟ ଦେଇଛି। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, କାଇଁଚ ଶିଳ୍ପରେ ସିଦ୍ଧହସ୍ତ ମହିଳାଙ୍କ ପାଇଁ ଏହି ଜିଲାକୁ ସ୍ବତନ୍ତ୍ର ମାନ୍ୟତା ମିଳିବାକୁ ଯାଉଛି। ଯାହା ଜିଲାବାସୀ ଭାବେ ଖୁସିର ଖବର। ଜିଲାରେ କାଇଁଚ ପରି ରସାବଳୀ ସମେତ ପୋଟଳି ପିଠାର ଜିଆଇ ଟ୍ୟାଗ୍‌ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସ୍ବାଗତ କରୁଥିବା ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ରାଜ୍ୟରେ ସଂକଳ୍ପ ଯୋଜନା ୨୦୨୦ ନଭେମ୍ବରରୁ ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ା ଜିଲାର ୩୫ଟି ଗ୍ରାମର ମହିଳାଙ୍କୁ କାଇଁଚ ଶିଳ୍ପ ତାଲିମ ପାଇଁ ପ୍ରୋତ୍ସାହିତ କରିଛୁ। ପ୍ରାୟ ସାଢ଼େ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସଂକଳ୍ପ ଯୋଜନା ଏବେ ପ୍ରତି ମହିଳାଙ୍କୁ ମାସିକ ଅନୂ୍ୟନ ୫ ହଜାର ଟଙ୍କାର ରୋଜଗାର ମିଳୁଛି। କାଇଁଚ ହସ୍ତଶିଳ୍ପର ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri