ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ବଡ଼ ବୈଠକ, କୁଲାଡରେ ହେବ ମ୍ୟୁଜିୟମ, ଡିସେମ୍ବରରେ ଭୁବନେଶରରେ ଘୁମୁସର ମହୋତ୍ସବ

ଭଞ୍ଜନଗର,୧୨।୧୦(ବାବୁଲା ପ୍ରଧାନ): ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଶନିବାର ଭୁବନେଶ୍ବର ପାତ୍ରପଡାରେ ରାଜଧାନୀରେ ହେବାକୁ ଥିବା ଘୁମୁସର ମହୋତ୍ସବ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆସନ୍ତା ଡିସେମ୍ବର ୧୩ ଓ ୧୪ ଦୁଇଦିନ ଧରି ଭୁବନେଶରରେ ଘୁମୁସର ମହୋତ୍ସବ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦେଶ ସ୍ବାଧୀନତା ପରଠୁ ସରକାର ପରେ ସରକାର ବଦଳୁଛି। କିନ୍ତୁ ଘୁମୁସରର ଭାଗ୍ୟ ବଦଳୁନାହିଁ। ବିକାଶ ଆଖି ଦୃଷ୍ଟିଆ ହେବାକୁ ନାହିଁ। ଅନ୍ୟପଟେ ଘୁମୁସର ଇତିହାସର ମଧ୍ୟ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବ ରହିଛି। ରାଜନୈତିକ ଏବଂ ପ୍ରଶାସନିକ ଇଛାଶକ୍ତିର ଅଭାବରୁ ଶାସ୍ତ୍ର ଓ ଶସ୍ତ୍ରର ମାଟି ଘୁମୁସର ଆଜି ଅବହେଳିତ ଅବସ୍ଥାରେ ଅଛି ବୋଲି ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ସରକାର ବଦଳିଛି। ନୂଆ ସରକାରଙ୍କ ଠାରୁ ଘୁମୁସର ବିକାଶ ପାଇଁ ଅନେକ ଆଶା କରାଯାଉଛି। ସରକାର ଇତିମଧ୍ୟରେ କିଛିଟା ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏବେବି ଅଞ୍ଚଳବସୀଙ୍କ ମୁଖ୍ୟ ଦାବି ଘୁମୁସର ଜିଲା ଘୋଷଣା, ବ୍ରହ୍ମପୁର ଭାୟା ଭଞ୍ଜନଗର ଫୁଲବାଣୀ ଟ୍ରେନ ଲାଇନ କରିବା। ଏଥିସହ ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଭଞ୍ଜଙ୍କ ନାମରେ ଡାକଟିକଟ ପ୍ରଚଳନ, ବୈଦେହୀ ନାମରେ ଟ୍ରେନ ପ୍ରଚଳନ, ଘୁମୁସରର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ବିଭିନ୍ନ ସ୍ଥାନରେ ସ୍ଥାପନ, ଘୁମୁସର ବିକାଶ ପାଇଁ ସତନ୍ତ୍ର ବଜେଟ ଓ ରାଜଧାନୀରେ ଘୁମୁସରିଆଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ ଯେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଘୁମୁସରରେ ଶାସନ କରିଥିଲେ।ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନର ଏନ୍ତୁଡିଶାଳା ହେଉଛି ଭଞ୍ଜନଗର । ଭାଷା , ଉପମା,ଚାନ୍ଦ ଚଉପଦୀ ସାହିତ୍ୟର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭୂମି । ଆଦିବାସୀ ଓ ଭଞ୍ଜ ରାଜବଂଶ ଇଷ୍ଟଦେବୀ ବାଗଦେବୀ ସାଧନା କ୍ଷେତ୍ର । ବ୍ରିଟିଶ ଶାସକଙ୍କ ନିଦ ହଜେଇ ଥିବା ଅପରାଜିତ ବୀର ଚକରା ବିଷୋୟୀଙ୍କ ରଣ ଭୂମି ଘୁମୁସର ଅଞ୍ଚଳର ବିକାଶ ଆବଶ୍ୟକତା ରହିଛି। ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଧେଶକ ଡକ୍ଟର ଶାନ୍ତନୁ କୁମାର ରଥ ସଭାକୁ ସଂଯୋଜନା କରି ଥିଲେ। ଘୁମୁସର ବିକାଶ ପରିଷଦ ଭଞ୍ଜନଗର ସଭାପତି ସୋମନାଥ ନାୟକ, ଭାଜପାର ସ୍ବଚ୍ଛ ଭାରତ ମିଶନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାସ୍କର ପଟ୍ଟନାୟକ, ଓଡ଼ିଶା କୃଷି ଓ ବୈଷୟିକ ବିଶବିଦ୍ୟାଳୟ ର ଅବସରପ୍ରାପ୍ତ କୁଳପତି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଭି ଏନେଡ ରତ୍ନ ପାତ୍ର, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲିଙ୍ଗରାଜ ଗୌଡ଼, କଳାକାର ସୁବାଶ ପାତ୍ର,ବରିଷ୍ଠ ସାମ୍ବାଦିକ ସୁଦାମବନ୍ଧୁ ଭଟ୍ଟମିଶ୍ର ,ଦିଲୀପ ବିଷୋୟୀ, ସମାଜସେବୀ ନବକୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ଆଇନଜୀବୀ ପ୍ରାର୍ଥ ସାମନ୍ତରା, ବାଲ୍ମୀକି ପାତ୍ର, ରବିନାରାୟଣ ସାମନ୍ତ ପ୍ରମୁଖ ବୈଠକରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅପରପକ୍ଷେ ଘୁମୁସରର ବିକାଶ ସାଙ୍ଗକୁ ଘୁମୁସର ଇତିହାସର ପ୍ରଚାର ପ୍ରସାର ପାଇଁ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବିଧାୟକ ଭାବେ ନିର୍ବାଚିତ ହେବାପରେ ଅନେକ ପଦକ୍ଷେପ ନେଇଛନ୍ତି। ଯାହାକି ଦେଶ ସ୍ବାଧୀନତା ପରଠୁ ହୋଇନଥିଲା। ଘୁମୁସର ବୀର ଚକରା ବିଷୋୟୀ ଯେଉଁଠି ରହି ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଲଢେଇ କରୁଥିଲେ ଉକ୍ତ ଘାଟିକୁ ଲୋକ ଲୋଚନକୁ ଆଣିବା ପାଇଁ ବିଧାୟକ ପ୍ରଦ୍ୟୁମ୍ନ ପଦକ୍ଷେପ ନେଇଛନ୍ତି। ଇତିମଧ୍ୟରେ ଉକ୍ତ ଘାଟି ଏବଂ ଘାଟି ଅଞ୍ଚଳ ଜଙ୍ଗଲର ବିକାଶ ପାଇଁ ୨୦ ରୁ ଉର୍ଦ୍ଧ କୋଟି ଟଙ୍କା ବ୍ୟୟ ହେଉଛି। ଆଗାମୀ ଦିନରେ ଆହୁରି କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ଘୁମୁସର ଇତିହାସର ପ୍ରଚାର ପ୍ରସାର ପାଇଁ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନା ପୀଠ ତଥା ଘୁମୁସରର ରାଜଧାନୀ କୁଲାଡରେ ଏକ ମ୍ୟୁଜୀୟମ ହେବ। ଉକ୍ତ ମ୍ୟୁଜୀୟମ ରେ ଘୁମୁସର ଇତିହାସ ସ୍ଥାନ ପାଇବ। ଏବାବଦରେ ପ୍ରାୟ ୧୫ କୋଟି ଖର୍ଚ୍ଚ ହେବ। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର କୁଲାଡ ପରିଦର୍ଶନ କରି ମ୍ୟୁଜିୟମ ପାଇଁ ଜମି ଚୟନ କରିଥିଲେ। ଏହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର୍ନିବାହୀଯନ୍ତ୍ରୀ, ରାଜସୱ ବିଭାଗର ଅଧିକାରୀଙ୍କ ସମେତ ସଂଗଠକ ଦେବୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri