Posted inଜାତୀୟ

ହିମନ୍ତ ଶର୍ମାଙ୍କ କଂଗ୍ରେସ ଛାଡ଼ିବା ପଛର ଗୁମର ଖୋଲିଲେ ଗୁଲାମ ନବୀ…

ନୂଆଦିଲ୍ଲୀ,୮।୪ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡିବା ବିଷୟରେ ଏକ ମଜାଦାର କାହାଣୀ କହିଛନ୍ତି। ଏହି ସମୟରେ ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହିମନ୍ତ ଗୁଲାମ ନବୀଙ୍କ ଏହି କାହାଣୀ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଟୁଇଟରେ ଲେଖିଛନ୍ତି, ଗୁଲାମ ନବୀ ଆଜାଦଙ୍କ ବିଫଳ ଉଦ୍ୟମ ପରେ ମଧ୍ୟ ମୁଁ ୧୨ ମାସ କଂଗ୍ରେସରେ ରହିଥିଲି।

‘ମୋଜୋ’କୁ ଦେଇଥିବା ଏକ ସାକ୍ଷାତକାରରେ ଗୁଲାମ ନବୀ ଆଜାଦ କହିଛନ୍ତି, ହିମନ୍ତ କଂଗ୍ରେସରେ ଥିବା ସମୟରେ ୪୦-୪୫ ଜଣ ବିଧାୟକଙ୍କୁ ନିଜ ସମର୍ଥନରେ ନେଇ ବିଦ୍ରୋହ କରିଥିଲେ। ହିମନ୍ତ ମୋ ନିକଟତର ଥିଲେ। ଏଥିସହ ତତ୍କାଳୀନ ରାଜ୍ୟପାଳ ଜେ.ବି ପଟ୍ଟନାୟକ ମଧ୍ୟ ମୋର ନିକଟତର ଥିଲେ। ଏଭଳି ପରିସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ମୋତେ ଦିଆଯାଇଥିଲା ।

ମୁଁ ହିମନ୍ତଙ୍କୁ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀ ଆସିବାକୁ କହିଥିଲି। ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ମଧ୍ୟ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀ ଆସିବାକୁ କୁହାଯାଇଥିଲା। ପରିସ୍ଥିତି ଦେଖି ଜଣାପଡୁଥିଲା ହିମନ୍ତଙ୍କ ପକ୍ଷରେ ଅଧିକ ସମର୍ଥନ ରହିଛି। ମୁଁ ସୋନିଆ ଗାନ୍ଧୀଙ୍କୁ ପରିସ୍ଥିତି ବିଷୟରେ ଜଣାଇଥିଲି।

ଯେତେବେଳେ ମୁଁ ଆସାମ ଯିବାକୁ ପ୍ରସ୍ତୁତ ହେଉଥିଲି, ସେତେବେଳେ ରାହୁଲ ଗାନ୍ଧୀଙ୍କଠାରୁ ଏକ କଲ ପାଇଲି। ରାହୁଲ ପଚାରିଲେ ଆମେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ଯାଉଛୁ କି? ଏହାପରେ ରାହୁଲ ଆମକୁ ଆସାମ ଯିବାକୁ ମନା କରିଦେଇଥିଲେ। ରାହୁଲ ସେତେବେଳେ ଦଳର ଅଧ୍ୟକ୍ଷ ମଧ୍ୟ ନ ଥିଲେ। ଗୁଲାମ ନବୀ ଯେତେବେଳେ ସେ ରାହୁଲଙ୍କୁ ଭେଟିବାକୁ ଆସିଥିଲେ, ସେ ଦେଖିଲେ ରାହୁଲ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏବଂ ତାଙ୍କ ପୁଅ ଗୌରବ ଗୋଗୋଇଙ୍କ ସହ ଚା ପିଉଛନ୍ତି। ରାହୁଲ ଗୁଲାମ ନବୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ ତରୁଣ ଗୋଗୋଇଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି? ମୁଁ ଉତ୍ତର ଦେଇଥିଲି ଯେ ମୁଁ ଅସୁବିଧା କରୁନାହିଁ, ମୁଁ କେବଳ ଦାୟିତ୍ୱ ତୁଲାଉଛି ।

ମୁଁ ରାହୁଲଙ୍କୁ କହିଥିଲି ହିମନ୍ତ ଦଳ ଛାଡିବେ। ଏହା ଉପରେ ରାହୁଲ କହିଥିଲେ ତାଙ୍କୁ ଯିବାକୁ ଦିଅ। ରାହୁଲ କହିଥିଲେ ତାଙ୍କୁ ଆରଏସଏସରେ ଯୋଗେ ଦବାକୁ ଛାଡି ଦିଅ।

ଗୁଲାମ ନବୀଙ୍କ ସାକ୍ଷାତକାରର ଏହି ଭିଡିଓର ଜବାବ ଦେଇ ଆସାମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ଟୁଇଟ କରି କହିଛନ୍ତି ଗୁଲାମ ନବୀ ବିବାଦର ସମାଧାନ ପାଇଁ ବିଫଳ ଉଦ୍ୟମ କରିଥିବା ସତ୍ତ୍ୱେ ମୁଁ ୧୨ ମାସ କଂଗ୍ରେସ ଦଳରେ ରହିଥିଲି। ସେହି ୧୨ ମାସର କାହାଣୀ ମଧ୍ୟ ଆକର୍ଷଣୀୟ । ମୁଁ ଶେଷରେ ଅଗଷ୍ଟ ୨୦୧୫ ରେ କଂଗ୍ରେସ ଦଳ ଛାଡିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri