ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତି

ନୂଆପଡ଼ା,୩ା୩(ମକାରୁ ବେମାଲ):ନୂଆପଡ଼ା ସଦର ମହକୁମା ଏକତା ଛକଠାରେ ଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମଝିଙ୍କ ପ୍ରତିମୂର୍ତ୍ତି ସୋମବାର ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ସୂଚନା ଅନୁଯାୟୀ ସକାଳେ ଏକ ଟ୍ରକ୍‌ ପଦ୍ମପୁର ପଟୁ ଆସି ଖଡ଼ିଆଳ ଅଭିମୁଖେ ଯାଉଥିଲା। ଏକତା ଛକ ଅତିକ୍ରମ ସମୟରେ ଟ୍ରକ୍‌ର ପଛଭାଗ ପ୍ରତିମୂର୍ତ୍ତିରେ ପିଟିହେବାରୁ ତାହା ଭାଙ୍ଗିଯାଇ ତଳେ ପଡିଛି। ସୂଚନାଯୋଗ୍ୟ ନୂଆପଡ଼ା ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ ସହ ଏକତାଛକ ନିକଟରେ ରାଉରକେଲା ଜଗଦଲପୁର ବିଜୁ ଏକ୍ସପ୍ରେସ ଯୋଡିହେଉଛି। ଏହି ଛକଦେଇ ଅନେକ ଭାରିଯାନ ଚଳାଚଳ କରିଥାଏ। ଅଣଓସାରିଆ ରାସ୍ତା ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି। ସେଠାରେ ସ୍ବୟଂ ଚଳିତ ଟ୍ରାଫିକ ସିଗ୍‌ନାଲ ଲାଗିଥିଲେ ମଧ୍ୟ ଲୋକେ ଅନୂପାଳନ କରୁ ନ ଥିବାରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଖବର ପାଇ ନୂଆପଡ଼ା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଚାଳକଙ୍କୁ ଥାନାରେ ଅଟକ ରଖିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଯୁଦ୍ଧର ପରିସର, ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ରିୟାଦ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ନିଆଁ…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ…

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ…

ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri