ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍ କ୍ଲବର ଫୁଟବଲ ଖେଳାଳି ବେରେକୁମ୍ ଚେଲ୍ସୀର ଡୋମିନିକ୍ ଫ୍ରିମ୍ପଙ୍ଗ୍ ନିହତ ହୋଇଛନ୍ତି।
କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ସାମ୍ରେବୋଇଠାରେ ସମରଟେକ୍ସ ବିପକ୍ଷ ମ୍ୟାଚ ଖେଳି ବେରେକୁମ୍ ଚେଲ୍ସୀ ଦଳ ଟିମ୍ ବସ୍ ଯୋଗେ ଫେରୁଥିବା ବେଳେ ସଶସ୍ତ୍ର ଡକାୟତଙ୍କ ଆକ୍ରମଣର ଶିକାର ହୋଇଥିଲେ। ମୁଖାପିନ୍ଧା ବନ୍ଧୁକଧାରୀ ବସ୍ ଉପରୁ ଗୁଳିମାଡ଼ କରିବାରୁ ଜୀବନ ବଞ୍ଚାଇବାକୁ ଯାଇ ଡ୍ରାଇଭର ବସ୍କୁ ପଛୁଆ ଚଳାଇଥିଲେ।
ଏପରିକି ଖେଳାଳି ଓ ଷ୍ଟାଫ୍ ନିକଟସ୍ଥ ଘଞ୍ଚ ବୁଦାରେ ଆତ୍ମଗୋପନ କରିଥିଲେ। କ୍ଲବ ତରଫରୁ ପ୍ରଥମେ କୁହାଯାଇଥିଲା ଯେ, ଜଣେ ଖେଳାଳି ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଯାଇ ଚିକିତ୍ସିତ ହେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଛାନାନିଆନ ଫୁଟ୍ବଲ ଆସୋସିଏଶନ ପକ୍ଷରୁ ଆକ୍ରମଣ ଘଟଣାରେ ୨୦ ବର୍ଷୀୟ ଓ୍ବିଙ୍ଗର ଡୋମିନିକ ଫ୍ରିମ୍ପଙ୍ଗ୍ ନିହତ ହୋଇଛନ୍ତି।

