Posted inଜାତୀୟ

କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦା ପାହାର ଖାଇ ମହାରାଷ୍ଟ୍ରରେ ଔରଙ୍ଗଜେବ ଜପ କରୁଛି ଭାଜପା: ଉଦ୍ଧବଙ୍କ କଟାକ୍ଷ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦାରେ ଭାଜପାକୁ ବଡ଼ ଆଘାତ ଲାଗିଥିଲା। ଗଦା ପାହାର ଖାଇ ଭାଜପା ବର୍ତ୍ତମାନ ମହାରାଷ୍ଟ୍ରରେ ଔରଙ୍ଗଜେବ ଔରଙ୍ଗଜେବ ଜପ କରୁଛନ୍ତି । ମୁଁ କହୁଛି ଆମେ ଔରଙ୍ଗଜେବର ଅନୁଗାମୀ ଚାହୁଁ ନାହୁଁ।

ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ  ଅମିତ ଶାହା ମହାରାଷ୍ଟ୍ରରେ କ’ଣ ଘଟୁଛି ତାହା କ‘ଣ ଜାଣୁ ନାହାନ୍ତି। ଯଦି ଆପଣଙ୍କ ପାଖରେ କୌଣସି ସୂଚନା ନାହିଁ ତେବେ ଆପଣ ସ୍ବରାଷ୍ଟ୍ର ମନ୍ତ୍ରୀ କାହିଁକି? ମୁଁ କହୁଛି ଔରଙ୍ଗଜେବ ଜୀବିତ ଅଛି। ଦେଖନ୍ତୁ ରାଜ୍ୟରେ କଣ ଘଟୁଛି। ଜଣେ ଔରଙ୍ଗଜେବ ଅଛନ୍ତି ଯିଏ ଶିବସେନାକୁ ବିଭକ୍ତ କରିଛନ୍ତି। ରାଜ୍ୟରେ ଆଉ ଜଣେ ଔରଙ୍ଗଜେବ ଅଛନ୍ତି ଯିଏ ଏନସିପିକୁ ଭାଗ ଭାଗ କରିଛନ୍ତି। ଦେବେନ୍ଦ୍ର ଫଡନାଭିସଙ୍କ ଭିତରେ ଔରଙ୍ଗଜେବ ଅଛି ।

ଭାଜପା କ୍ୟାଡରଙ୍କ ପାଇଁ ମୁଁ ଦୁଃଖିତ, କାରଣ ସେମାନଙ୍କୁ ଦଳରେ’‘ଆୟାରାମ ’ଙ୍କ ପୂଜା କରିବାକୁ ପଡୁଛି। ଦେବେନ୍ଦ୍ର ଫଡନାଭିସ ଏପରି ମନ୍ତ୍ରୀ ହୋଇଛନ୍ତି ଯିଏ ଆସୁଥିବା ଲୋକଙ୍କ ରେକର୍ଡ ରଖୁଛନ୍ତି। ସେ କେତେ ଭାର ବହନ କରିବେ? ସେମାନଙ୍କ ପାଖରେ ନିଜର ଶିବସୈନିକ ନାହାନ୍ତି।

ସେମାନେ ରାଜନୈତିକ ଦଳର ସଦସ୍ୟଙ୍କୁ ଏନସିପି ବନାମ ଏନସିପି ପରି ପରସ୍ପର ସହିତ ଲଢ଼ାଉଛନ୍ତି। ଯିଏ ଚାହିଁଲା ସେମାନେ ତାଙ୍କୁ ଭାଜପାରେ ସାମିଲ କରୁଛନ୍ତି। ସେଥିପାଇଁ କୌଣସି ଯୋଗ୍ୟତା ନାହିଁ। ତାଙ୍କ ପାର୍ଟିରେ କିଛି ଲୋକ ଅଛନ୍ତି ଯେଉଁମାନେ ପୋଷାକ ମଧ୍ୟ ପିନ୍ଧନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri