ଭୁବନେଶ୍ୱର, ୯।୭: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦ ଯୋଗୁଁ ଆଜି ଓ ରାଜଧାନୀ ଭୁବନେଶ୍ୱରରେ ବସ ସେବା ସମେତ ଅନେକ ସେବା ପ୍ରଭାବିତ ହୋଇଥିବା ବେଳେ ପେଟ୍ରୋଲ ପମ୍ପଗୁଡିକ ଖୋଲା ରହିଛି। ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଅନୁଯାୟୀ, ବନ୍ଦ ସମୟରେ ମଧ୍ୟ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ଗ୍ରାହକମାନଙ୍କୁ ସେବା ଯୋଗାଇ ଦିଆଯିବ।
ଆଜି (୯ ଜୁଲାଇ ୨୦୨୫) ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୧୧ ଟଙ୍କା ରହିଛି, ଯାହା ଗତକାଲି ତୁଳନାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଡିଜେଲ ଦର ଲିଟର ପିଛା ୯୨.୬୯ ଟଙ୍କା ରହିଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୧୦୦.୯୮ ଟଙ୍କାରୁ ୧୦୧.୩୯ ଟଙ୍କା ମଧ୍ୟରେ ରହିଛି। ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ସଂଶୋଧନ କରାଯାଏ, ଯାହା ଡାଇନାମିକ ଫ୍ୟୁଏଲ ପ୍ରାଇସିଂ ନାମରେ ପରିଚିତ। ଏହି ଦର ବିଶ୍ୱ ବଜାରରେ କ୍ରୁଡ ତୈଳ ମୂଲ୍ୟ, ଡଲାର ବିପକ୍ଷରେ ଟଙ୍କାର ବିନିମୟ ହାର, ପରିବହନ ଖରଚ ଓ ରାଜ୍ୟ ଟିକସ ଆଦି ଉପରେ ର୍ନିଭର କରେ।
କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ ସୱରୂପ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦ୍ୱାରା ଏହି ବନ୍ଦ ଡକାଯାଇଛି। ଏହାର ପ୍ରଭାବ ଭୁବନେଶ୍ୱରରେ ସ୍ପଷ୍ଟ ଦେଖାଦେଇଛି। ଓ ରାଜ୍ୟ ପରିବହନ ନିଗମ (OSRTC) ଓ ଘରୋଇ ବସ ଅପରେଟରମାନେ ବନ୍ଦକୁ ସମର୍ଥନ କରିଥିବାରୁ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଛି। ବରମୁଣ୍ଡା ବସ ଷ୍ଟାଣ୍ଡରେ ଯାତ୍ରୀମାନେ ଅପେକ୍ଷା କରୁଥିବା ଦେଖାଯାଇଛି, କିନ୍ତୁ ବସ ଚଳାଚଳ ନ ହେବାରୁ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଅଟୋ ଓ କ୍ୟାବ ସେବା ମଧ୍ୟ କିଛି ଅଞ୍ଚଳରେ ପ୍ରଭାବିତ ହୋଇଛି।
ବନ୍ଦ ସତ୍ତ୍ୱେ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସ୍ପଷ୍ଟ କରିଛନ୍ତି ଯେ, ପେଟ୍ରୋଲ ପମ୍ପଗୁ ବନ୍ଦରେ ଅଂଶଗ୍ରହଣ କରୁନାହାନ୍ତି। ସକାଳୁ କିଛି ପମ୍ପ ବିକ୍ଷୋଭକାରୀଙ୍କ ପିକେଟିଂ ଯୋଗୁଁ ଅସ୍ଥାୟୀ ଭାବେ ବନ୍ଦ ରହିଥିଲା, କିନ୍ତୁ ଦିନର ଦ୍ୱିତୀୟାର୍ଦ୍ଧରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସେ କହିଛନ୍ତି। ଗ୍ରାହକମାନେ ନିଜ ଯାନବାହାନରେ ଇନ୍ଧନ ଭର୍ତ୍ତି କରିପାରିବେ।


