୩୩ ପ୍ରଶ୍ନ ପାଇଁ ପ୍ରସ୍ତୁତ ରୁହ: ଏପ୍ରିଲ ୧୬ରୁ ଘର ଗଣନା

ଭୁବନେଶ୍ୱର,୨୪।୧ (ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଗଣନା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଏହାପୂର୍ବରୁ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ଜନଗଣନା ଅଧିକାରୀମାନେ ପ୍ରତ୍ୟେକ ଘରେ ପହଞ୍ଚିଲେ ସେଠାରେ ଘର ମାଲିକ ତଥା ବ୍ୟକ୍ତିବିଶେଷଙ୍କୁ ୩୩ଟି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେବେ ବୋଲି ବିଜ୍ଞପ୍ତିରେ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି।
ଗୁରୁବାର ଜନଗଣନା କମିଶନରଙ୍କ ପକ୍ଷରୁ ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ୨୦୨୭ ଜନଗଣନାକୁ ଦୃଷ୍ଟିରେ ରଖି ସମସ୍ତ ଜନଗଣନା ଅଧିକାରୀ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ ଠିକଣା ଭାବେ ଅନୁପାଳନ କରିବାକୁ ବାଧ୍ୟ। ତେବେ ଦୀର୍ଘ ୧୫ବର୍ଷ ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଜନଗଣନା ଅଧିକାରୀମାନେ ଘରକୁ ଆସିଲେ କେଉଁସବୁ ୩୩ଟି ପ୍ରଶ୍ନ ପଚାରିବେ ସେଥିପାଇଁ ଆମକୁ କିଭଳି ପ୍ରସ୍ତୁତ ରହିବାକୁ ହେବ ତାହା ଉପରେ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଏପ୍ରିଲ ୧୬ରୁ ରାଜ୍ୟରେ ଘର ଗଣନା ହେବାକୁ ରହିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପତ୍ର ଗଣନା କରାଯିବ। ଏହି ସମୟରେ ଜନଗଣନା ଅଧିକାରୀମାନେ ଘରର କ୍ରମିକ ସଂଖ୍ୟା(ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ), ଜନଗଣନା ଅନୁଯାୟୀ ଘର ନମ୍ବର, ଘରର ଚଟାଣ କେଉଁ ପ୍ରକାରର, କାନ୍ଥ କେଉଁ ସାମଗ୍ରୀରେ ପ୍ରସ୍ତୁତ, ବ୍ୟବହାର ଯୋଗ୍ୟ କି ନାହିଁ, ଘରର ସ୍ଥିତି ଏବେ କିପରି ରହିଛି, କେତେଜଣ ସଦସ୍ୟ ପରିବାରରେ ଅଛନ୍ତି, ବାସ୍ତବରେ କେତେ ସଦସ୍ୟ ଘରେ ରହୁଛନ୍ତି, ଘରର ମୁଖିଆ କିଏ ବୋଲି ପ୍ରଶ୍ନ ରହିଛି।
ଏହାସହିତ ଘରର ମୁଖିଆଙ୍କ ଲିଙ୍ଗ କ’ଣ, କେଉଁ ଜାତିର, ଅନୁସୂଚିତ ଜାତି କିମ୍ବା ଜନଜାତି କିମ୍ବା ଅନ୍ୟାନ୍ୟ?, ଜନଗଣନା ଘରର ମାଲିକାନା କାହାର?, ଘରେ କେତୋଟି ରୁମ୍‌ ବ୍ୟବହାର କରୁଛନ୍ତି, ପରିବାରରେ କେତେ ଜ’ଣ ବିବାହିତ ଦମ୍ପତି ଅଛନ୍ତି। ପିଇବା ପାଣିର ମୂଳ ଉତ୍ସ କ’ଣ? ଆବଶ୍ୟକ ପରିମାଣର ପାଣି ମହଜୁଦ ରହିଛି କିମ୍ବା ନାହିଁ?, ବିଦ୍ୟୁତ୍‌ର ମୂଳ ଉତ୍ସ କ’ଣ? ଶୌଚାଳୟ ରହିଛି କି ନାହିଁ, ଯଦି ଅଛି ତାହା କେଉଁ ସ୍ଥିତିରେ ଅଛି? ବର୍ଜ୍ୟ ଜଳ ନିଷ୍କାସନ ପାଇଁ ସୁବିଧା ଅଛିି କି ନାହିଁ? ଶୌଚାଳୟରେ ଗାଧୋଇବା ଘର ଅଛି କି ନାହିଁ? ରୋଶେଇଶାଳ ଘରେ ଅଛି କି ନାହିଁ, ସେଠାକୁ ଏଲ୍‌ପିଜି/ ପିଏନ୍‌ଜି ସଂଯୋଗ ଅଛି କି ନାହିଁ? ଜାଳେଣି ଉତ୍ସ କ’ଣ? ଘରେ ରେଡିଓ, ଟିଭି, ଇଣ୍ଟରନେଟ, ଲାପ୍‌ଟପ୍‌, ଟେଲିଫୋନ୍‌, ମୋବାଇଲ, କମ୍ପ୍ୟୁଟର ଅଛି କି ନାହିଁ? ସାଇକେଲ, ସ୍କୁଟର, ମୋଟରସାଇକେଲ ଓ ମୋପେଡ ଅଛି କି ନାହିଁ? କାର, ଜିପ୍‌, ଭ୍ୟାନ ଅଛି କି ନାହିଁ? ସେହିପରି ଆପଣ କେଉଁ ମୁଖ୍ୟ ଶସ୍ୟ ଖାଉଛନ୍ତି ଅର୍ଥାତ ଭାତ, ରୁଟି ନା ଅନ୍ୟ କିଛି। ଏହା ସହ ମୋବାଇଲ ନମ୍ବର ମଧ୍ୟ ଦେବାକୁ ହେବ ବୋଲି ବିଜ୍ଞପ୍ତିିରେ କୁହାଯାଇଛି। ତେବେ ଏପ୍ରିଲ ୧୬ରୁ ଗୃହ ଗଣନା ଆରମ୍ଭ କରାଯିବ ଏବଂ ଏହି କାର୍ଯ୍ୟ ୩୦ଦିନ ଅର୍ଥାତ ଏପ୍ରିଲ ୧୬ରୁ ମେ’ ୧୫ ମଧ୍ୟରେ ଶେଷ ହେବ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?