Posted inଖେଳ

ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ଜର୍ଜିଆନ ଶୁଟର

ଚାଟେରକ୍ସ (ଫ୍ରାନ୍ସ), ୩୧ା୭ (ପି.ଟି.): ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବାକୁୁ ଯାଇ ଜର୍ଜିଆର ଜଣେ ମହିଳା ଶୁଟର ନିନୋ ସାଲୁକ୍‌ଭେଜ କ୍ରମାଗତ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ନିନୋ ୯ମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଶ କରି ୩ ପଦକ ହାସଲ କରିବା ପରେ ତାଙ୍କ ପିସ୍ତଲକୁ ଅଲବିଦା କରିଦେବାକୁ ସ୍ଥିର କରିଥିଲେ। କିନ୍ତୁ ପିତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସେ ଅଭୂତପୂର୍ବ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ୫୫ ବର୍ଷୀୟା ନିନୋ ଉଦ୍‌ଘାଟନୀ ଉତ୍ସବରେ ଜର୍ଜିଆର ପତାକାବାହକ ହୋଇଥିଲେ।

ଇକ୍ୱେଷ୍ଟ୍ରିଆନ ଶୋ ଜମ୍ପର ଇଆନ ମିଲରଙ୍କ ପରେ ସେ ଓଭରଅଲ ଦ୍ୱିତୀୟ ଏବଂ ପ୍ରଥମ ମହିଳା ଆଥଲେଟ ଭାବେ କ୍ରମାଗତ ୧୦ମ ଥର ଗ୍ରୀଷ୍ମକାଳୀନ କ୍ରୀଡ଼ାରେ ଭାଗ ନେଇଛନ୍ତି। ୧୯୮୮ ସିଓଲ ଗେମ୍ସରେ ସେ ତାଙ୍କ ପ୍ରଥମ ଦୁଇ ପଦକ ହାସଲ କରିଥିଲେ। ସେ ୨୫ ମିଟର ପିସ୍ତଲରେ ସ୍ବର୍ଣ୍ଣ ଏବଂ ୧୦ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ। ସେତେବେଳେ ସେ ସୋଭିଏଟ୍‌ ୟୁନିୟନ ତରଫରୁ ପ୍ରତିନିଧିତ୍ୱ କରୁଥିଲେ। ଏହାର ୨୦ ବର୍ଷ ପରେ ଜର୍ଜିଆ ଦେଶ ତରଫରୁ ଭାଗ ନେଇ ସେ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସାଲୁକ୍‌ଭେଜ୍‌ ତାଙ୍କ ପିତା ଭଖତାଙ୍ଗ ସାଲୁକ୍‌ଭେଜଙ୍କ ଅଭିଳାଷ ପୂରଣ କରିବାକୁ ଯାଇ ଏଠାରେ ମଧ୍ୟ ଏକ ପଦକ ଜିତିବା ଲକ୍ଷ୍ୟ ନେଇ ଆସିଥିଲେ। ସେ କହିଛନ୍ତି, ତାଙ୍କ ପିତା ତାଙ୍କୁ କେବେ କୌଣସି ଜିନିିଷ ମାଗି ନ ଥିଲେ। ତେଣୁ ଏହା ବୋଧହୁଏ ତାଙ୍କ ଅନ୍ତିମ ଇଚ୍ଛାଥିଲା ବୋଲି ସେ ମନେ କରିଥିଲେ।

ଏଠାରେ ଶୁକ୍ରବାର ୨୫ମିଟର ପିସ୍ତଲ କ୍ୱାଲିଫିକେଶନରେ ଅଂଶଗ୍ରହଣ କରିବା ସମୟରେ ସେ ଏକଥା ପ୍ରକାଶ କରିଛନ୍ତି। କୌତୂହଳର କଥା ଏହିକି ଯେ ନିନୋଙ୍କ ନାମରେ ଜୁନିୟର ବିଶ୍ୱ ରେକର୍ଡ ରହିଛି। ସେ ୧୯୮୯ରେ ଏହି ସଫଳତା ହାସଲ କରିଥିଲେ। ପରେ ଭାରତର ମନୁ ଭାକର ଏହି ରେକର୍ଡର ସମକକ୍ଷ ହୋଇପାରିଥିଲେ, ଯିଏକି ଏଠାରେ ୧୦ମିଟର ଏୟାର ପିସ୍ତଲ ଓ ୧୦ମିଟର ପିସ୍ତଲ ମିକ୍ସଡ ଟିମ୍‌୍‌ ଇଭେଣ୍ଟରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭେଟେରାନ ଶୁଟର ନିନୋଙ୍କ ଡାହାଣ ଆଖିରେ ଏବେ କିଛି ସମସ୍ୟା ଦେଖା ଦେଇଛି। ଏହା ତାଙ୍କର ଶେଷ ଅଲିମ୍ପିକ୍ସ ହେବ।

ସେ କହିଛନ୍ତି, ଟୋକିଓ ଗେମ୍ସ ପରେ ସେ ଶୁଟିଂ ଛାଡ଼ିଦେବେ ବୋଲି ପ୍ରଥମେ ବିଚାର କରିଥିଲେ। ଭଖତାଙ୍ଗ କେବଳ ନିନୋଙ୍କ ପିତା ନ ଥିଲେ ସେ ତାଙ୍କର କୋଚ ମଧ୍ୟ ଥିଲେ। ଚଳିତବର୍ଷ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ପୂର୍ବରୁ ସେ କହିଥିଲେ, ଏଥର ୪ବର୍ଷ (୨୦୨୦ ଟୋକିଓ ପରେ) ନୁହେଁ ୩ ବର୍ଷ ବ୍ୟବଧାନରେ ଅଲିମ୍ପିକ୍ସ ଅନୁଷ୍ଠିତ ହେଉଛି। ଏଥିରେ ଭାଗ ନ ନେଲେ ମନସ୍ତାପ କରିବାକୁ ପଡ଼ିବ। ମୁଁ ଚେଷ୍ଟା କରି ଦେଖିବା ଲାଗି ମନସ୍ଥ କରିଥିଲି। ମୋ ପିତା ଜଣେ ଭଲ କୋଚ୍‌ ଥିଲେ। ଶୁଟିଂରେ ମନୋବିଜ୍ଞାନର ଏକ ବଡ଼ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri