ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ଓ ବନ ବିଭାଗ ପକ୍ଷରୁ ଏଥିପାଇଁ ମିଳିତ ଉଦ୍ୟମ ଜାରିରହିଛି। ବାଲେଶ୍ୱର ଜିଲାରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ପରେ କେନ୍ଦ୍ରାପଡ଼ାର ଗହୀରମଥା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ନୀଳରକ୍ତ କଙ୍କଡ଼ା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗର କୂଳ ବାଲେଶ୍ୱର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମୁହାଣରେ ଏହି କଙ୍କଡ଼ା ବହୁ ପରିମାଣରେ ଦେଖିବାକୁ ମିଳନ୍ତି। ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପ୍ରଜାତି କଙ୍କଡ଼ାଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ସମୟରେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଟ୍ରଲର ଓ ଇଞ୍ଜିନ ଚାଳିତ ବୋଟ୍‌ ଜାଲରେ ଲାଗି ବହୁ କଙ୍କଡ଼ାଙ୍କ ମୃତ୍ୟୁ ଘଟିଥାଏ। ଏମାନଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ଓ ହେମସିଆନିନ୍‌ ନାମକ ରାସାୟନିକ ପଦାର୍ଥ ଥିବାରୁ ତାଙ୍କ ରକ୍ତ ନୀଳରଙ୍ଗ ହୋଇଥାଏ। ସେହି ରକ୍ତର ଚାହିଦା ବିଦେଶରେ ରହିଛି। ଲିଟର ପିଛା ୧୧ ଲକ୍ଷ ଟଙ୍କାରେ ନୀଳରକ୍ତ ବିକ୍ରି ହୋଇଥାଏ ବୋଲି ସୂଚନା ମିଳିଛି। କାରଣ ଏହି ରକ୍ତ ରୋଗ ନିଦାନ ପରୀକ୍ଷଣରେ ସହାୟକ ହୋଇଥାଏ। ଜୀବନ୍ତ କଙ୍କଡ଼ାକୁ ସଂଗ୍ରହ କରି ଆମେରିକାର ବୈଜ୍ଞାନିକମାନେ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଥାନ୍ତି। ମୃତ କଙ୍କଡ଼ାଠାରୁ ରକ୍ତ ସଂଗ୍ରହ କରାଯାଇ ନ ଥାଏ। ଏହି କଙ୍କଡା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସହିତ ମହାନଦୀ ତ୍ରିକୋଣ ଭୂମି ଅବବାହିକାରେ ମାଈ ଅଣ୍ଡିରା ଯୋଡି ହୋଇ ସନ୍ତସନ୍ତିଆ ବାଲିଆ ଦୋରସା ମାଟି ଥିବା ପାଣିରେ ବୁଡ଼ି ରହିଥାନ୍ତି। ବିଶେଷ କରି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସାମୁଦ୍ରିକ ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ଏହି କଙ୍କଡ଼ା ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ଶତ୍ରୁକୁ ଦେଖିଲେ ମୁନିଆ ଲାଞ୍ଜରେ କିଛି ରାସାୟନିକ ପଦାର୍ଥ ପକାଇ ଆଘାତ ଦେବାକୁ ସେମାନେ ପଛାଇ ନ ଥାନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା, ଷୋଳ ମୁହାଣ, ଲାଞ୍ଚ ଖୋଲା, ତଣ୍ଡା, ଅଗରନାଶି, ବରୁଣାଇ ମୁହାଣ ଓ ମହାନଦୀ ଅବବାହିକାରେ ଏହି କଙ୍କଡ଼ା ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି।
୧୯୭୧, ୧୯୮୨,୧୯୯୯ ମହାବାତ୍ୟା ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ଧୀରେ ଧୀରେ ଏହି କଙ୍କଡ଼ା ବଂଶ ଲୋପ ପାଇବାକୁ ବସିଛି। ସେଥିପାଇଁ ସେମାନଙ୍କ ଜିଓ ଟ୍ୟାଗିଂ ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଓ ବନ ବିଭାଗର ମିଳିତ ପ୍ରୟାସରେ ପ୍ରଥମେ ବାଲେଶ୍ୱର ଜିଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ବିରଳ ପ୍ରଜାତିର ୭୦ କଙ୍କଡ଼ାର ଜିଓ ଟ୍ୟାଗିଂ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଏଥିପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଏ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ। ନିର୍ଦ୍ଦେଶ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri