Categories: ବାଣିଜ୍ୟ

ଜିଡିପି ୯% ଖସିବ:ଏଡିବି

ନୂଆଦିଲ୍ଲୀ, ୧୬।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୯% ଖସିଯିବ। କରୋନା ମହାମାରୀ ଯୋଗୁ ଘରୋଇ ବଜାରର କାର୍ଯ୍ୟକଳାପ ଏବଂ ଚାହିଦା ପ୍ରଭାବିତ ହୋଇ ରହିଥିବାରୁ ଏହା ଜିଡିପି ଉପରେ ଗଭୀର ଭାବେ ପ୍ରଭାବ ପକାଉଥିବା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟରେ କୁହାଯାଇଛି। ବ୍ୟାଙ୍କ ଏହାର ଏସିଆନ ଡେଭଲପମେଣ୍ଟ ଆଉଟଲୁକ୍‌ରେ କହିଛି ଯେ, ୨୦୨୧-୨୨ଆର୍ଥତ୍କ ବର୍ଷରେ ଭାରତ ପୁଣିଥରେ ଅଭିବୃଦ୍ଧି ପଥକୁ ଫେରିବ। ମୋବିଲିଟି ଏବଂ ବିଜ୍‌ନେସ କାର୍ଯ୍ୟକଳାପ ଫେରିବା ଯୋଗୁ ଘରୋଇ ବଜାରକୁ ଏହାର ଲାଭ ମିଳିବ। ଏହି ସମୟରେ ଭାରତର ବିକାଶ ହାର ୮% ରହିବା ନେଇ ଏହି ବ୍ୟାଙ୍କ ଆଶା ପ୍ରକଟ କରିଛି। ଭାରତ ସରକାର ସାରା ଦେଶରେ ଲାଗୁ କରିଥିବା ଲକ୍‌ଡାଉନ ଯୋଗୁ ବଜାରକୁ ଶକ୍ତ ଧକ୍କା ଲାଗିଥିବା ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସାଓ୍ବାଡା ସୂଚନା ଦେଇଛନ୍ତି। ସଂକ୍ରମଣକୁ ରୋକିବା ଲାଗି ଟେଷ୍ଟିଂ, ସ୍ବାସ୍ଥ୍ୟ ସୁବିଧା ଉନ୍ନତ କରିବା ଉପରେ ଧ୍ୟାନ ଦେବାକୁ ବ୍ୟାଙ୍କ ପରାମର୍ଶ ଦେଇଛି।

Share