Categories: ବାଣିଜ୍ୟ

ଚତୁର୍ଥ ତ୍ର୍ରୈମାସରେ ସକରାତ୍ମକ ରହିବ ଜିଡିପି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ୭.୫% ହ୍ରାସ ପାଇଛି। ଏଭଳି ସ୍ଥିତିରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଜିଡିପିକୁ ନେଇ ଆଶା ଦେଖାଇଛନ୍ତି। ପିଟିଆଇକୁ ସାକ୍ଷାତକାରରେ ସେ କହିଛନ୍ତି ଯେ, ଚତୁର୍ଥ ତ୍ରୈମାସରେ ଦେଶର ଜିଡିପି ସକରାତ୍ମକ ସ୍ଥିତିକୁ ଆସିବ। ଦ୍ୱିତୀୟ ତ୍ରୈମାସ ଜିଡିପି ୭.୫% ଖସିଥିବା ବେଳେ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରୁଥିବା ନଜରକୁ ଆସୁଛି। ଆର୍ଥତ୍କ କାର୍ଯ୍ୟକଳାପ ପୂର୍ବ ସ୍ଥିତିକୁ ଫେରିବା ଲାଗି ବେଶି ସମୟ ଲାଗିବନି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ପୁଣି କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂଆ କୃଷି ସଂସ୍କାର ଆଇନ କୃଷକଙ୍କ ଆୟ ବଢାଇବା ଦିଗରେ ସହାୟକ ହେବ। ଏହାକୁ କୃଷକ ବୁଝିବାକୁ ହେବ।

Share