ଜିଡିପି ଅଭିବୃଦ୍ଧି ୫.୪%କୁ ହ୍ରାସ

ନୂଆଦିଲ୍ଲୀ,୩୦ା୧୧: ଭାରତର ଆର୍ଥତ୍କ ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବରରେ ପାଖାପାଖି ୨ ବର୍ଷ ତଳକୁ ଖସି ୫.୪ ପ୍ରତିଶତ ହୋଇଛି। ଉତ୍ପାଦନ ଏବଂ ଖଣି ସେକ୍ଟରରେ ଖରାପ ପ୍ରଦର୍ଶନ ଯୋଗୁ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହ୍ରାସ ପାଇଛି। ଆଗାମୀ ୩ ବର୍ଷରେ ଭାରତର ଜିଡିପି ୫ ଟ୍ରିଲିୟନ ଡଲାର ଛୁଇଁବା ସହ ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ସହ ୨୦୩୦ ବେଳକୁ ୭ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚତ୍ବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ଚିନ୍ତାଜନକ ହୋଇଛି। ତଥାପି ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରହିଥିବା ଶୁକ୍ରବାର ପ୍ରକାଶିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡ଼ିଛି। କାରଣ ଏହି ସମୟରେ ଚାଇନାର ଜିଡିପି ଅଭିବୃଦ୍ଧି ୪.୬% ରହିଛି।
୨୦୨୩-୨୪ ଆର୍ଥତ୍କ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୮.୧ ପ୍ରତିଶତ ଥିଲା। ଏହା ପୂର୍ବରୁ ୨୦୨୨-୨୩ ଆର୍ଥତ୍କ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ଅନୁଯାୟୀ, କୃଷି ସେକ୍ଟର ଅଭିବୃଦ୍ଧି ଜିଭିଏ (ଗ୍ରସ୍‌ ଭାଲ୍ୟୁ ଆଡେଡ୍‌) ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ବର୍ଷେ ପୂର୍ବରୁ ୧.୭ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଏହି ତ୍ରୈମାସିକରେ ଉତ୍ପାଦନ ସେକ୍ଟର ଜିଭିଏ ୨.୨ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ବର୍ଷେ ପୂର୍ବରୁ ୧୪.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସେହିପରି ଖଣି ଖନନ ଓ ଉତ୍ତୋଳନ ସେକ୍ଟର ଜିଭିଏ ବର୍ଷେ ପୂର୍ବରୁ ୧୧.୧ ପ୍ରତିଶତ ଥିବାବେଳେ ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ତାହା ୦.୦୧ ପ୍ରତିଶତକୁ ହ୍ରାସ ପାଇଛି।
ଆର୍ଥତ୍କ କାରବାର, ରିଅଲ ଇଷ୍ଟେଟ୍‌ ଏବଂ ପେସାଦାର ସେବା ଜିଭିଏ ୬.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବବର୍ଷ ଏହି ସମୟରେ ୬.୨ ପ୍ରତିଶତ ଥିଲା। ବିଦ୍ୟୁତ୍‌, ଗ୍ୟାସ୍‌, ପାଣି ଯୋଗାଣ ଓ ଅନ୍ୟାନ୍ୟ ସେବା୩.୩ ପ୍ରତିଶତ ରହିଛି, ଯାହାକି ବର୍ଷେ ପୂର୍ବରୁ ୧୦.୫ ପ୍ରତିଶତ ରହିଥିଲା। ଦ୍ୱିତୀୟ ତ୍ରୈମାସିକରେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହା ବର୍ଷେ ପୂର୍ବରୁ ୧୩.୬ ପ୍ରତିଶତ ଥିଲା।
ଏପ୍ରିଲ-ଜୁଲାଇ ତ୍ରୈମାସିକରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ୬.୭ ପ୍ରତିଶତ ରହିଥିଲା। ଦ୍ୱିତୀୟ ତ୍ରୈମାସିକରେ ପ୍ରକୃତ ଜିଡିପ ବା ସ୍ଥିର ମୂଲ୍ୟରେ ଜିଡିପି ୪୪.୧୦ ଲକ୍ଷ କୋଟି ଟଙ୍କା ରହିଥିବା ଆକଳନ କରାଯାଇଛି। ୨୦୨୩-୨୪ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ରିଅଲ ଜିଡିପି ୪୧.୮୬ ଲକ୍ଷ କୋଟି ଟଙ୍କା ରହିଥିଲା। ଏଥିରୁ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ଆକଳନ କରାଯାଇଥିବା ଏନ୍‌ଏସ୍‌ଓ କହିଛି। ଅନ୍ୟପକ୍ଷରେ ନୋମିନାଲ ଜିଡିପି ବା ବର୍ତ୍ତମାନର ବଜାର ମୂଲ୍ୟରେ ଜିଡିପି ଦ୍ୱିତୀୟ ତ୍ରୈମାସିକରେ ୭୬.୬୦ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ଗତବର୍ଷ ଦ୍ୱିତୀୟ ତ୍ରୈମାସିକରେ ୭୦.୯୦ ଲକ୍ଷ କୋଟି ଟଙ୍କା ଥିଲା। ନୋମିନାଲ ଜିଡିପି ଅନୁଯାୟୀ ଅଭିବୃଦ୍ଧି ହାର ୮ ପ୍ରତିଶତ। ପ୍ରଥମ ଅର୍ଦ୍ଧବାର୍ଷିକ ଆଧାରରେ ଆକଳନ କଲେ ଏପ୍ରିଲ-ସେପ୍ଟେମ୍ବର ରିଅଲ ଜିଡିପି ୮୭.୭୪ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି, ଯାହାକି ପୂର୍ବବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକରେ ୮୨.୭୭ ଲକ୍ଷ କୋଟି ଟଙ୍କା ଥିଲା। ତଦନୁଯାୟୀ ଦେଖିଲେ ଅଭିବୃଦ୍ଧି ୬ ପ୍ରତିଶତ ରହିଛି। ନୋମିନାଲ ଜିଡିପି ବା ବର୍ତ୍ତମାନର ବଜାର ମୂଲ୍ୟ ଅନୁଯାୟୀ ପ୍ରଥମ ଅର୍ଦ୍ଧବାର୍ଷିକର ଜିଡିପି ୧୫୩.୯୧ ଲକ୍ଷ କୋଟି ଟଙ୍କା, ଯାହାକି ପୂର୍ବବର୍ଷ ଏହି ସମୟରେ ୧୪୧.୪୦ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍‌ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri