Categories: ବାଣିଜ୍ୟ

୨୦୨୨-୨୩ରେ ୭.୯% ଜିଡିପି ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୪ା୩: ଆମେରିକୀୟ ବ୍ରୋକ୍‌ରେଜ କମ୍ପାନୀ ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଆନୁମାନିକ ବୃଦ୍ଧି ଦର ହ୍ରାସ କରି ୭.୯% କରିଛି। ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ପୂର୍ବରୁ ଜିଡିପିରୁ ନେଇ ପ୍ରକାଶିତ ରିପୋର୍ଟର ୫୦ ବେସିସ୍‌ ପଏଣ୍ଟସ୍‌କୁ ହଟାଇ ଦିଆଯାଇଥିବା ବେଳେ ରିଟେଲ୍‌ ଇନ୍‌ଫ୍ଲେସନର ଅନୁମାନକୁ ୬% ବୃଦ୍ଧି କରାଯାଇଛି। ଏହାଛଡ଼ା ଦେଶରେ ଚାଲୁ ରହିଥିବା କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି)ରେ ବୃଦ୍ଧି ଘଟି ଜିଡିପିରେ ୩% ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ମଧ୍ୟ ମୋର୍ଗାନ୍‌ ଷ୍ଟେନ୍‌ଲି ଅନୁମାନ କରିଛି।

Share