Posted inଜାତୀୟ

ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…

ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ ଭାଜପା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ। ଦଳରୁ ଇସ୍ତଫା ଘୋଷଣା କରି ସେ କହିଛନ୍ତି ଯେ ଭାଜପାର ରାଜ୍ୟ ୟୁନିଟରେ ପ୍ରକୃତ କର୍ମୀଙ୍କ ବିଷୟରେ କେହି ଚିନ୍ତା କରନ୍ତି ନାହିଁ। ଏଥିସହ ତାମିଲନାଡୁ ଭାଜପାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗାୟତ୍ରୀ ରଘୁରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଜାତୀୟ ସାଧାରଣ ସମ୍ପାଦକ ବି ସନ୍ତୋଷଙ୍କୁ ଟ୍ୟାଗ କରି ଏକ ଟଚଇଟ ମାଧ୍ୟମରେ ଇସ୍ତଫା ଘୋଷଣା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ’ମୁଁ ତାମିଲନାଡୁ ଭାଜପାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି କାରଣ ଏଠାରେ ମହିଳାମାନଙ୍କୁ କଥା ହେବାର ସୁଯୋଗ ଦିଆଯାଉ ନାହିଁ । ସେମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ଦିଆଯାଉ ନାହିଁ। କେ.ଅନ୍ନାମଲାଇଙ୍କ ନେତୃତ୍ୱରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ପ୍ରକୃତ କର୍ମୀମାନଙ୍କ ବିଷୟରେ କେହି ଚିନ୍ତା କରନ୍ତି ନାହିଁ। ପ୍ରକୃତ କର୍ମୀମାନଙ୍କୁ ଘଉଡ଼ାଇବା ଅନାମଲାଇଙ୍କର ଏକମାତ୍ର ଲକ୍ଷ୍ୟ।

ସେ ଅନ୍ୟ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ମୋଦୀ ଜୀ ଆପଣ ସ୍ବତନ୍ତ୍ର, ଆପଣ ଜାତିର ପିତା, ଆପଣ ସର୍ବଦା ବିଶ୍ୱଗୁରୁ ଏବଂ ମୋ ଆଖିରେ ଜଣେ ମହାନ ନେତା । ଅମିତ ଶାହା ଜୀ, ଆପଣ ସବୁବେଳେ ମୋ ଆଖିରେ ଚାଣକ୍ୟ ହୋଇ ରହିଥିବେ।
ସୂଚନାଯୋଗ୍ୟ,ଗାୟତ୍ରୀ ରଘୁରାମ ଭାରତୀୟ ଜନତା ପାର୍ଟି ରାଜ୍ୟ ୟୁନିଟ ମୁଖ୍ୟ କେ. ଅନ୍ନାମଲାଇଙ୍କୁ ନିଜ ଇସ୍ତଫା ପାଇଁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri