ଦୁଇଟି ବ୍ଲକର ଟପ୍ପର ଗାୟତ୍ରୀ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଗୁରୁବାର ମାଟ୍ରିକ୍‌ ଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଏବଂ ଛତ୍ରପୁର ୨ଟି ବ୍ଲକରେ ଗାୟତ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଗାୟତ୍ରୀ ୬୦୦ର ୯୩ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ୫୬୧ ମାର୍କ ରଖି ସ୍କୁଲ ପାଇଁ ସଫଳତା ଆଣିଛନ୍ତି। ଏଥିପାଇଁ ସେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା ଏବଂ ପିତା ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ ମା’ ଅର୍ଚିତାଙ୍କୁ ଶ୍ରେୟ ଦେଇଛନ୍ତି । ଏଥିସହ କଠିନ ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।