Posted inUncategorized

ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ସେ ହେଲେ ମ୍ୟାଚ୍‌ ଓ୍ବିନର୍‌ ଅନିଲ କୁମ୍ବଲେ। ଏବେ ଦୁହେଁ ବିବାହ କରିଥିଲେ ହେଁ ସେମାନଙ୍କ ପ୍ରେମର ରାସ୍ତା ସହଜ ନ ଥିଲା। ଆଜି କୁମ୍ବଲେ ନିଜର ୫୪ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ତାଙ୍କର ଲଭ୍‌ଷ୍ଟୋରୀ ବିଷୟରେ ଜାଣିବା।

ଅନିଲ ନିଜ ଦମ୍‌ରେ ମ୍ୟାଚ୍‌ ଜିତାଇବାକୁ ନେଇ ଜଣାଶୁଣା ଥିଲେ। ଦିଲ୍ଲୀର କୋଟାଲା ଷ୍ଟାଡିୟମରେ ପାକିସ୍ତାନର ସେ ଯେଉଁଭଳି ଅବସ୍ଥା କରିଥିଲେ ତାହାକୁ ଆଜିଯାଏ କେହି ଭୁଲିନାହାନ୍ତି। ସେ ଏକାକି ପୁରା ଟିମ୍‌କୁ ଆଙ୍ଗୁଠିରେ ନଚାଇଥିଲେ। ସେ ମଇଦାନରେ ଯେମିତି ଅଟଳ ଥିଲେ ପ୍ରେମରେ ବି ସେଭଳି ଥିଲେ।

ଏକ ଟ୍ରାଭେଲ୍‌ ଏଜେନ୍ସିଂରେ କାମ କରୁଥିବା ଚେତନା ରାମତୀର୍ଥାଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ କୁମ୍ବଲେ। ଧିରେ ଧିରେ ଦୁହେଁ ବନ୍ଧୁ ହୋଇଥିଲେ। ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଚେତନା ବିବାହିତ ଥିଲେ ହେଁ ଖୁସି ନ ଥିଲେ। କୁମ୍ବଲେ ତାଙ୍କ ଜୀବନରେ ଆସିବା ପରେ ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଥିଲେ। ଏକ କଷ୍ଟକର ଆଇନ ଲଢ଼େଇ ଜିତିବା ପରେ ଚେତନା ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ୧୯୯୯ରେ ସେ କୁମ୍ବଲେଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ତାଙ୍କର କନ୍ୟା ଥିଲେ, ଯାହାଙ୍କୁ ନିଜ ପାଖରେ ରଖିବା ଲାଗି ଆଇନଗତ ଲଢ଼େଇରେ କୁମ୍ବଲେ ଚେତନାଙ୍କ ସହ ରହିଥିଲେ। ଆଜି ସେହି ଝିଅ କୁମ୍ବଲେଙ୍କ ସହ ରହୁଥିବା ବେଳେ ସେ ତାଙ୍କୁ ନିଜର ନାମ ଦେଇଛନ୍ତି।

୧୯୭୦ ଅକ୍ଟୋବର ୧୭ରେ ଜନ୍ମିତ କୁମ୍ବଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ନେଇ ଜଣାଶୁଣା। ୧୯୯୯ରେ ଦିଲ୍ଲୀ ଟେଷ୍ଟରେ ସେ ଏକାକି ପାକିସ୍ତାନର ୧୦ ଉଇକେଟ ନେଇଥିଲେ। ଏମିତି କରି ସେ କ୍ରିକେଟ ଇତିହାସରେ ନୂଆ ଉପଲବ୍ଧି ହାସଲ କରିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୩୨ ଟେଷ୍ଟ ଖେଳିଥିବା ବେଳେ ୬୧୯ ଉଇକେଟ ନେଇଥିଲେ। ଏବେ ଭାରତ ଲାଗି ସବୁଠାରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲର ମଧ୍ୟ ସେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri